ETV Bharat / state

କ୍ରସର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର - ପୋଖରୀବନ୍ଧର ସାହୁ କ୍ରସର

ପୋଖରୀବନ୍ଧର ସାହୁ କ୍ରସରରୁ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ପରେ ପୋଲିସର ତନାଘନା । ଅଧିକ ପଢନ୍ତୁ

man hanging dead body found from stone crusher

author img

By

Published : Jan 20, 2023, 12:36 PM IST

କ୍ରସର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭବାନୀପାଟଣା: ଷ୍ଟୋନ କ୍ରସର ମଧ୍ୟରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବା ବେଳେ କେହି ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ଅଭିଯୋଗ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଥାନା ଅଞ୍ଚଳରେ ଥିବା ପୋଖରୀବନ୍ଧର ସାହୁ କ୍ରସରରେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ବାତେଲିମା ଗ୍ରାମର ମକୁନ୍ଦ ମାଝୀ ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବକ ଜଣଙ୍କ ପୋଖରୀବନ୍ଧର ସାହୁ କ୍ରସରରେ ଦୀର୍ଘ ବର୍ଷ ଧରି ହାଇୱା ଡ୍ରାଇଭର ଭାବେ କାମ କରୁଥିଲା । ତେବେ ଗତ ରବିବାର ଠାରୁ ସେ ନିଖୋଜ ଥିବା ବେଳେ ଗତକାଲି ତାଙ୍କ ମୃତଦେହ କ୍ରସର ମଧ୍ୟରେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇଁ ବିଶ୍ଵନାଥପୁର ପୋଲିସ ସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ମୃତ ଯୁବକଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ କେହି ହତ୍ୟାକରି ଆତ୍ମହତ୍ୟାର ରୂପ ଦେବାକୁ ଗଛରେ ଝୁଲାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କ୍ରସରର ମାଲିକାଣିଙ୍କ ସ୍ବାମୀ ଏବଂ ସେହି କ୍ରସରରେ ନିୟୋଜିତ କର୍ମଚାରୀଙ୍କ ବିରୋଧରେ ମୃତ ଯୁବକଙ୍କ ଭାଇ ସୁଶାନ୍ତ ମାଝୀ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ମେଡ଼ିକାଲକୁ ପଠାଇଥିବା ଜଣାପଡିଛି ।

ଏହି ଘଟଣାରେ କ୍ରସର ମାଲିକ ତଥା ସ୍ଥାନୀୟ ହୀରାନିଲା ଡିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । କେତେବେଳେ ହୀରାନିଲା ଡିଗ୍ରୀ କଲେଜରେ କର୍ମଚାରୀ ନିଯୁକ୍ତିକୁ ନେଇ ତ ଆଉ କେତେ ବେଳେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ପୂର୍ବତନ କଲେଜ ଅଧ୍ୟକ୍ଷ ।

ଏନେଇ ବିଶ୍ୱନାଥପୁର ଥାନା ଅଧିକାରୀ କହିଛନ୍ତି ଯେ, ''ମୃତ ଯୁବକଙ୍କ ଭାଇ ସୁଶାନ୍ତ ମାଝୀ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ତାଙ୍କ ଭାଇ ମକୁନ୍ଦ ମାଝୀଙ୍କୁ ହତ୍ୟା ପରେ କ୍ରସର ଭିତରେ ଥିବା ଗଛରେ ଝୁଲାଇ ଦେଇଥିବା ସେ ଅଭିଯୋଗ କରିଥିଲେ । ଏନେଇ ଆମେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ । ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିବାରୁ ସେନେଇ ଆମେ ତଦନ୍ତ କରୁଛୁ । ''

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.