ETV Bharat / state

ପରିତ୍ୟକ୍ତ କୂଅରୁ ଯୁବକର ମୃତଦେହ ଉଦ୍ଧାର - kalahandi

କଳାହାଣ୍ଡି ଜିଲ୍ଲା କୋକୋସରା ଥାନା ଅନ୍ତର୍ଗତ ଏକ ପରିତ୍ୟକ୍ତ କୂଅରୁୁ ଯୁବକଙ୍କୁ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

ପରିତ୍ୟକ୍ତ କୂଅରୁ ଯୁବକର ମୃତଦେହ ଉଦ୍ଧାର
ପରିତ୍ୟକ୍ତ କୂଅରୁ ଯୁବକର ମୃତଦେହ ଉଦ୍ଧାର
author img

By

Published : Dec 9, 2020, 2:21 PM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା କୋକୋସରା ଥାନା ଅନ୍ତର୍ଗତ ପିପଳପଡା ଗାଁର ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ମାଲପଡା ଗାଁର ନକୁଳ ମାଝୀଙ୍କ ପୁଅ ସାଧୁରାମ ମାଝି(30) ବୋଲି ଜଣାପଡିଛି ।

ପରିତ୍ୟକ୍ତ କୂଅରୁ ଯୁବକର ମୃତଦେହ ଉଦ୍ଧାର

ସୂଚନାଅନୁସାରେ,ପିପଳପଡାର ଦଶରଥ ରଣାଙ୍କ କୂଅରେ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏହି ଘଟଣା ନେଇ କୋକସରା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ଅଗ୍ନିଶମ ବାହିନୀ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ।

ତେବେ ଏହା ଦୁଇ ଦିନ ପୂର୍ବର ଘଟଣା ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପ୍ରକାଶ କରିଛି । ଏନେଇ ଘଟଣାର ଅଧିକ ତଦନ୍ତ ଚାଲିଥିବା କହିଛନ୍ତି କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ।

କଳାହାଣ୍ଡିରୁ ଅଜିତ କୁମାର ସିଂହ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.