ETV Bharat / state

ନର୍ଲାରୁ ଲକ୍ଷାଧିକ ମୂଲ୍ୟର ଶାଳକାଠ ଜବତ, 2 ଗିରଫ - kalahandi news

କଳାହାଣ୍ଡି ଜିଲ୍ଲାରେ ଚାଲାଣ ହେଉଥିବା 70 ଖଣ୍ଡ ଶାଳକାଠ ଜବତ କରିଛି ନର୍ଲା ବନବିଭାଗ । ଏହା ସହ ଗୋଟିଏ ବୋଲେରୋ ଓ ପିକଅପ ସହ କାଠ ଜବତ ହୋଇଥିବାବେଳେ ଦୁଇ ଜଣ ଗିରଫ ହୋଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି
author img

By

Published : Oct 15, 2019, 11:14 PM IST

କଳାହାଣ୍ଡି: ମ.ରାମପୁର ବ୍ଲକ ଅନ୍ତର୍ଗତ ଗୌଡକର୍ଲାଖୁଣ୍ଟା ଠାରୁ ଚୋରାଚାଲାଣ ହେଉଥିବା ୭୦ ଖଣ୍ଡ ଶାଳକାଠ ଜବତ କରିଛି ନର୍ଲା ବନ ବିଭାଗ । ଯାହାର ଆନୂମାନିକ ମୂଲ୍ୟ ୩୫ ରୁ ୪୦ ହଜାର ଟଙ୍କା ହେବ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ରାତିରେ ରେଞ୍ଜର କେଶବ ମାଝୀଙ୍କ ନେତୃତ୍ବରେ ପେଟ୍ରୋଲିଂ କରିବା ସମୟରେ କାଠ ଚୋରାଚାଲାଣ ହେଉଥିବା ଖବର ପାଇ ଚଢାଉ କରାଯାଇଥିଲା । ଗୋଟିଏ ବୋଲେରୋ ଏବଂ ପିକଅପରେ କାଠ ବଲାଙ୍ଗିର ଜିଲ୍ଲାକୁ ଚାଲାଣ କରାଯାଉଥିଲା । ଗାଡି ମାଲିକ ବଲାଙ୍ଗିର ଶାସ୍ତ୍ରୀନଗରର ହରିହର ମିଶ୍ର ଓ ଡ୍ରାଇଭର ମିତ୍ର ପୋଢକୁ ଗିରଫ କରିଛି ବନ ବିଭାଗ । ତେବେ ଆଉ ଜଣେ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି । ଉଭୟ ଗାଡିକୁ ଜବତ କରିବା ସହ ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଗୌଡକର୍ଲାଖୁଣ୍ଟାଠାରୁ ଚୋରାଚାଲାଣ ହେଉଥିବା ୭୦ ଖଣ୍ଡ ସାଇଜ ଶାଳ କାଠ ଜବତ କରିଛି ବନ ବିଭାଗ । ଯାହାର ଆନୁମାନିକ ମୁଲ୍ୟ ୩୫ ରୁ ୪୦ ହଜାର ଟଙ୍କା ହେବ ବୋଲି ଜଣା ପଡିଛି । Body:ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ଗତ ରାତିରେ ରେଞ୍ଜର କେଶବ ମାଝୀଙ୍କ ନେତୃତ୍ବରେ ପେଟ୍ରୋଲିଂ କରିବା ସମୟରେ କାଠ ଚୋରାଚାଲାଣ ଖବର ପାଇ ଚଢାଉ କରିଥିଲେ ।ଗୋଟିଏ ବୋଲେରୋ ଏବଂ ପିକଅପରେ କାଠ ବଲାଙ୍ଗିର ଜିଲ୍ଲାକୁ ଚାଲାଣ ହେଉଥିବାବେଳେ ଗାଡି ମାଲିକ ବଲାଙ୍ଗିର ଶାସ୍ତ୍ରୀନଗରର ହରିହର ମିଶ୍ର ଓ ଜଣେ ଡ୍ରାଇଭର ମିତ୍ର ପୋଢକୁ ଗିରଫ କରିଛି ବନ ବିଭାଗ । Conclusion:ତେବେ ଆଉ ଜଣେ ଡ୍ରାଇଭର ଫେରାର ଥିବା ସୁଚନା ମିଳିଛି । ଉଭୟ ଗାଡିକୁ ଜବତ କରିବା ସହ ଗିରଫ ବ୍ୟକ୍ତି ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ବାଇଟ-କେଶବ ମାଝୀ(ରେଞ୍ଜର ନର୍ଲା ବନାଞ୍ଚଲ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.