ETV Bharat / state

ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ

author img

By

Published : Aug 14, 2022, 7:10 AM IST

ରାସ୍ତା ପାଲଟିଛି ମରଣଯନ୍ତା । କଳାହାଣ୍ଡି ଜିଲ୍ଲା କର୍ଲାପଡା ଗ୍ରାମରେ ରାସ୍ତା ନିର୍ମାଣ ନେଇ ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

villagers protest for road problem in karlapada kalahandi
ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ

ଭବାନୀପାଟଣା: ସରକାର ଗ୍ରାମାଞ୍ଚଳକୁ ସହରାଞ୍ଚଳ ସହ ଯୋଡିବା ପାଇଁ ଯୋଗାଯୋଗ କ୍ଷେତ୍ରରେ ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସ୍ଥାନୀୟ ଜନ ପ୍ରତିନିଧି ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଜନସାଧାରଣଙ୍କ ପାଖରେ ପହଞ୍ଚି ପାରୁନି ସୁବିଧା । କଳାହାଣ୍ଡି ଜିଲ୍ଲାର କର୍ଲାପଡା ଗ୍ରାମରେ ସରକାରଙ୍କ ବିକାଶର ଓଲଟା ଚିତ୍ର ଦେଖିବାକୁ ମିଳିଛି ।

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ମୁଖ୍ୟାଳୟଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି କର୍ଲାପଡା ଗାଁ । ରାସ୍ତାରୁ ବାରି ହୋଇପଡୁଛି ବିକାଶର ଚିତ୍ର । ଆଣ୍ଠୁଏ କାଦୁଅରେ ଯିବା ଆସିବା କରୁଛନ୍ତି ଲୋକେ । ଭଲ ରାସ୍ତାଟିଏ ନଥିବା ଯୋଗୁଁ ଆବଶ୍ୟକ ବେଳେ ଆମ୍ବୁଲାନ୍ସ ମଧ୍ୟ ଆସି ପାରୁନାହିଁ । ଫଳରେ ରୋଗୀ ଅଥବା ଗର୍ଭବତୀଙ୍କୁ ଖଟିଆ ଯୋଗେ ଗାଁ ମୁଣ୍ଡ ଯାଏ ନେବାକୁ ପଡୁଛି । ରାସ୍ତା ନିର୍ମାଣ ପାଇଁ ଅନେକ ଥର ଗ୍ରାମବାସୀ ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କ ଦ୍ବାରସ୍ତ ହୋଇଛନ୍ତି । ହେଲେ କୌଣସି ସୁଫଳ ନ ମିଳିବାରୁ ଶେଷରେ ଅଭିନବ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଗାଁ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିବା ସହ ପ୍ରଶାସନ ଗାଁ ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.