ETV Bharat / state

ବେଆଇନ ବାଲି ଚାଲାଣକୁ ବିରୋଧ କରି ତେଜିଲା ଜନ ଆନ୍ଦୋଳନ - illegal sand mining at kalahandi

ବେଆଇନ ବାଲି ଚାଲାଣକୁ ବିରୋଧ କରି ଜନ ଅସନ୍ତୋଷ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତେଲ ନଦୀ କୁମ୍ଭାରୀ ବାଲିଘାଟରୁ ପ୍ରତିଦିନ ଅନବରତ ବେଆଇନ ବାଲି ଚାଲାଣ କରାଯାଉଛି । ଯଦ୍ବାରା ସ୍ଥାନୀୟବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Oct 31, 2019, 10:52 AM IST

କଳାହାଣ୍ଡି: ବେଆଇନ ବାଲି ଚାଲାଣକୁ ବିରୋଧ କରି ପୁଣି ଜନ ଅସନ୍ତୋଷ ଦେଖାଦେଇଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତେଲ ନଦୀ କୁମ୍ଭାରୀ ବାଲିଘାଟରୁ ପ୍ରତିଦିନ ଅନବରତ ବେଆଇନ ବାଲି ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ଏହି ବାଲି ଗୁ଼ଡିକୁ ଟ୍ରାକ୍ଟର କିମ୍ବା ହାଇୱା ଯୋଗେ ଦୂର ସ୍ଥାନକୁ ଚାଲାଣ କରାଯାଉଛି । ଯଦ୍ବାରା ରାସ୍ତା କଡରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସେହିପରି ଦିନରାତି 24 ଘଣ୍ଟା ଟ୍ରାକ୍ଟର ଓ ହାଇୱା ଯୋଗେ ବାଲି ଚାଲାଣ ହେଉଥିବାରୁ ରାସ୍ତାରେ ମଧ୍ୟ ଖାଲଖମା ସୃଷ୍ଟି ହେଉଛି । କେବଳ ସେତିକି ନୁହେଁ ରାସ୍ତାରେ ଗର୍ତ୍ତମାନ ସୃଷ୍ଟି ହେବା କାରଣରୁ ସ୍ଥାନୀୟ ଅଞ୍ଚଳରେ ବାଲି ଉଡି ପରିବେଶ ପ୍ରଦୂଷଣ ସୃଷ୍ଟି କରୁଛି । ଗୋଟେ ପଟେ ବାଲି ଚାଲାଣ କରି ବଡବଡିଆ ଓ ଠିକାଦାର ମାଲାମାଲ ହେଉଥିବାବେଳେ ଅନ୍ୟପଟେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି । ଏଭଳି ସ୍ଥିତିରେ ବାଲି ଚାଲାଣକୁ ରୋକିବାକୁ ଗ୍ରାମବାସୀ ଜନ ଆନ୍ଦୋଳନ କରୁଛନ୍ତି । ଯେପର୍ଯ୍ୟନ୍ତ ବାଲିଘାଟରୁ ବାଲି ଚାଲାଣ ବନ୍ଦ କରିବା ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନି ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:ଅନବରତ ବାଲି ଚାଲାଣ କୁ ଵିରୋଧ କରି ତେଲ ନଦୀ କୁମ୍ଭାରୀ ବାଲିଘାଟ ଠାରେ ତେଜିଲା ଜନ ଆନ୍ଦୋଳନ।
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୁମ୍ଭାରୀ ବାଲିଘାଟ ଠାରେ ଅନବରତ ଭାବେ ହେଉଥିବା ବାଲି ଚାଲାଣ କୁ ବିରୋଧ କରି ଜନ ଆନ୍ଦୋଳନ ତେଜିଥିବା ଦେଖିବାକୁ ମିଳିଛି।ତେଲ ନଦୀ କୁଳ କୁମ୍ଭାରୀ ବାଲି ଘାଟ ରୁ ପ୍ରତିଦିନ ରାତିଦିନ ୨୪ ଘଣ୍ଟା ଅନେକ ଟ୍ରାକ୍ଟର ଓ ହାଇବା ଯୋଗେ ଅନବରତ ଭାବେ ବାଲି ଚାଲାଣ ନିକଟ ଓ ଦୂର ସ୍ଥାନକୁ ଚାଲାଣ ହେଉଛି। ଟ୍ରାକ୍ଟର ଓ ହାଇବା ରେ ପ୍ରତିଦିନ ବାଲି ଚାଲାଣ ହେବା ସମୟରେ କୁମ୍ଭାରୀ ବାଲିଘାଟ ଠାରୁ ଟେମରି ପଞ୍ଚାୟତ ଅଧିନ କୁମ୍ଭାରୀ, Body:ପଣ୍ଡକୁଳ,ଭଳି ବିଭିନ୍ନ ଗ୍ରାମ ଦେଇ ଚାଲାଣ ହେଉଛି।ଯାହାରି ଫଳରେ ପ୍ରତିଦିନ ଅନବରତ ଭାବେ ଏଭଳି ବାଲି ଚାଲାଣ ହେତୁ ରାସ୍ତା କଡରେ ଥିବା ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଅସୁବିଧା ହେବା ସହ ବିପଦର ମଧ୍ୟ ଆଶଙ୍କା କରା ଯାଉଛି। ସେହିଭଳି ଅନବରତ ଭାବେ ବାଲି ଚାଲାଣ ଟ୍ରାକ୍ଟର ଓ ହାଇବା ଯୋଗେ ହେଉଥିବାରୁ ରାସ୍ତା ଘାଟ ସବୁ ଖାଲ ଖମାରେ ଭର୍ତି ହେବା ସହ ସ୍ଥାନୀୟ ଅଞ୍ଚଳରେ ରାସ୍ତାଗୁଡିକ ଖରାପ ହେବାକୁ ଲାଗୁଛି।ସେହିଭଳି ରାସ୍ତା ଖରାପ ସହ ସ୍ଥାନୀୟ ଅଞ୍ଚଳରେ ବାଲି ଉଡି ପରିବେଶ ପ୍ରଦୂଷଣ ହେବା ହେତୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି।ବାଲି ଚାଲାଣ ରେ ବଡ଼ବଡ଼କିଆ ଓ ଠିକାଦାର ମାନେ ମାଲାମାଲ ହେଉଥିବା ବେଳେ ସ୍ଥାନୀୟ ଲୋକେ କିନ୍ତୁ ବିଭିନ୍ନ ସମସ୍ୟାରେ ପଡୁଛନ୍ତି।ଅନେକ ବର୍ଷ ହେଲା ଏଭଲି ଅନବରତ ବାଲି ଚାଲାଣ ହେତୁ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି।ଏଣୁ କୁମ୍ଭାରୀ ବାଲିଘାଟରୁ ଅନବରତ ବାଲି ଚାଲାଣ କୁ ବିରୋଧ କରିବା ସହ ବାଲି ଘାଟରୁ ବାଲି ନେବା ବନ୍ଦ ଦାବିରେ ଆଜି ଘାଟକୁ ବାଲି Conclusion:ନେବା ନିମନ୍ତେ ଆସିଥିବା ସମସ୍ତ ଯାନ କୁ ରୋକି ଗ୍ରାମବାସୀ ଜନ ଆନ୍ଦୋଳନ କରୁଛନ୍ତି।ଯେ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ ଏହି ବାଲିଘାଟରୁ ବାଲି ଚାଲାଣ ହେବା ସିଲ ବା ବନ୍ଦ କରିବାର ପଦକ୍ଷେପ ଗ୍ରହଣ କରାନଯାଇଛି ସେପର୍ଯ୍ୟନ୍ତ ଜନ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।
ବାଇଟ-ରନଜନ ସାହୁ(ଗ୍ରାମବାସୀ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.