ETV Bharat / state

ହାଇକୋର୍ଟରୁ ଜାମିନ ମିଳିବା ସତ୍ତ୍ବେ ଛାଡୁନି ଭିଜିଲାନ୍ସ, ସ୍ବାମୀଙ୍କୁ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହେବେ ପତ୍ନୀ - ନର୍ଲା ରେଞ୍ଜର ପୂର୍ବତନ ଏସିଏଫ୍ ସୁଶାନ୍ତ ସାମନ୍ତରାୟ

ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ନର୍ଲା ରେଞ୍ଜର ପୂର୍ବତନ ଏସିଏଫ୍ ସୁଶାନ୍ତ ସାମନ୍ତରାୟଙ୍କୁ ଜାମିନ ମିଳିବା ସତ୍ତ୍ବେ ବିଚାର ବିଭାଗୀୟ ହାଜତରେ ପଠାଇବା ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ପତ୍ନୀ । ଅଧିକ ପଢ଼ନ୍ତୁ

vigilance department allegedly no obeying high court direction
ହାଇକୋର୍ଟଙ୍କ ଜାମିନ ମିଳିବା ସତ୍ତ୍ବେ ଛାଡୁନି ଭିଜିଲାନ୍ସ
author img

By

Published : Apr 7, 2023, 10:21 PM IST

ହାଇକୋର୍ଟଙ୍କ ଜାମିନ ମିଳିବା ସତ୍ତ୍ବେ ଛାଡୁନି ଭିଜିଲାନ୍ସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜର ପୂର୍ବତନ ଏସିଏଫ୍ ସୁଶାନ୍ତ ସାମନ୍ତରାୟଙ୍କୁ ଜାମିନ ମିିଳିବା ସତ୍ତ୍ବେ ଭିଜିଲାନ୍ସ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇବା ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ପତ୍ନୀ । ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ସତ୍ତ୍ଵେ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସ୍ବାମୀଙ୍କୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ସୁଶାନ୍ତ ସାମନ୍ତରାୟଙ୍କ ପତ୍ନୀ ଯସ୍ମୀନ ସାମନ୍ତରାୟ ।

ଯସ୍ମୀନଙ୍କ ଅଭିଯୋଗ ଅନୁଯାୟୀ, ମାର୍ଚ୍ଚ ୨୦ରେ ଭିଜିଲାନ୍ସ ସମନ ପରେ ଉତ୍ତର ବନଖଣ୍ଡ ପୂର୍ବତନ ଡିଏଫ୍‌ଓଙ୍କ ସହ ତାଙ୍କ ସ୍ବାମୀ ସୁଶାନ୍ତ ସାମନ୍ତରାୟ ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ । ଏହି ମାମଲାରେ ୨୪ ଜାନୁଆରୀ ୨୦୨୨ରେ ହାଇକୋର୍ଟରେ ସେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ । କୋର୍ଟ ଏହି ମାମଲାରେ ସୁଶାନ୍ତ ସାମନ୍ତରାୟଙ୍କୁ ଆଣ୍ଟିସିପେଟୋରି ବେଲ ମଞ୍ଜୁର କରିଥିଲେ । ଏହାପରେ ଭିଜିଲାନ୍ସ କୋର୍ଟରେ ବେଲ୍‌ ପ୍ରଦାନ କରାଯାଇଥିଲା । କିନ୍ତୁ କୋର୍ଟ ତାଙ୍କୁ ଗ୍ରହଣ କଲେ ନାହିଁ । ଏହାର ପୁନଃବିଚାର ଓ ନ୍ୟାୟ ପାଇଁ ସେ ପୁଣି ଉଚ୍ଚ ନ୍ୟାୟଲୟକୁ ଯିବେ ବୋଲି ଯସ୍ମୀନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, "ହାଇକୋର୍ଟଙ୍କ ବେଲ ଅର୍ଡରକୁ ଭିଜିଲାନ୍ସ କୋର୍ଟ ଅଗ୍ରାହ୍ୟ କରିଛନ୍ତି । ୬୨ ବର୍ଷୀୟ ସ୍ଵାମୀ ଜଣେ ହୃଦରୋଗୀ ଏବଂ ଉଚ୍ଚ ରକ୍ତଚାପ ରୋଗୀ । ତଥାପି ତାଙ୍କୁ ହାଜତକୁ ପଠାଇ ଦିଆଯାଇଛି । ୧୭ ଦିନ ହାଜତରେ ରଖାଯିବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ସହ ମାନସିକ ସ୍ଥିତ ଠିକ ନାହିଁ । ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହେଲେ କିଏ ଦାୟୀ ରହିବେ । ତେଣୁ ପୁଣି ଥରେ ସ୍ବାମୀଙ୍କୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବି ।"

ସୂଚନା ଅନୁସାରେ ଆର୍ଥିକ ବର୍ଷ ୨୦୧୬ ଓ ୨୦୧୭ରେ ନର୍ଲା ଫରେଷ୍ଟ ରେଜରେ ‘ଆମ ଜଙ୍ଗଲ ଯୋଜନା’ କାମ୍ପା ଅନୁଦାନରେ ୨୩ ଲକ୍ଷ ୬୩ ହଜାର ଦୁର୍ନୀତି ହୋଇଥିବା ନେଇ ଲୋକାୟୁକ୍ତରେ ସୂଚନାଅଧିକାର କର୍ମୀ ଅଭିଯୋଗ କରିଥିଲେ । ଲୋକାୟୁକ୍ତ ଏହାର ତଦନ୍ତ ଦାୟିତ୍ଵ ଭିଜିଲାନ୍ସକୁ ଦେଇଥିଲେ । ମାମଲାରେ ପୂର୍ବ ଡିଏଫ୍ଓ ଲଳିତେନ୍ଦୁ ଜେନାଙ୍କ ସମେତ ଏସିଏଫ୍ ସୁଶାନ୍ତ ସାମନ୍ତରାୟ ଏବଂ ୫ଜଣ କର୍ମଚାରୀଙ୍କୁ ଭିଜିଲାନ୍ସ ବିଭାଗ ସମନ କରିଥିଲା । ସେମାନଙ୍କ ମଧ୍ୟରୁ କେବଳ ଦୁଇଜଣଙ୍କୁ କୋର୍ଟରେ ହାଜର ହେବା ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଏହି ମାମଲା ବର୍ତ୍ତମାନ ଭିଜିଲାନ୍ସ କୋର୍ଟରେ ବିଚାରାଧୀନ ରହିଛି ।

ଇଟିଭି ଭାରତ, କଳାହାଣ୍ଡି

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.