ଭବାନୀପାଟଣା: ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ବିନା ଭକ୍ତରେ ପାଳିତ ହେବ ଘୋଷଯାତ୍ରା। ଏନେଇ ଶନିବାର କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧକ୍ଷତାରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିର ସେବାୟତଙ୍କ ସମେତ ପୋଲିସ ବିଭାଗ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ। ଏପଟେ ରଥଯାତ୍ରା ପାଇଁ କୋଭିଡ ନିୟମ ମଧ୍ୟ କଡାକଡି କରାଯାଇଛି ।
ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ୧୧ ତାରିଖ ରାତ୍ର ୧୨ ଟାରୁ ୧୨ ତାରିଖ ରାତ୍ର ୧୨ ପର୍ଯ୍ୟନ୍ତ ଓ ୧୯ ତାରିଖ ରାତ୍ର ୧୨ ଟାରୁ ୨୦ ତାରିଖ ରାତ୍ର ୧୨ ପର୍ଯ୍ୟନ୍ତ ମନ୍ଦିରର ୫୦୦ ମିଟର ମଧ୍ୟରେ ୧୪୪ ଧାରା ଲାଗୁ କରାଯିବ । ଏହା ସହ ବିନା ରଥ ଓ ବିନା ଭକ୍ତରେ ମନ୍ଦିର ମଧ୍ୟରେ ସମସ୍ତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ