ETV Bharat / state

କୋରୋନା ସଂକ୍ରମଣ ରୋକିବାକୁ କଳାହାଣ୍ଡିରେ ହେବ ବ୍ୟାପକ ସର୍ଭେ

author img

By

Published : Sep 3, 2020, 10:14 PM IST

ସଂକ୍ରମଣ ରୋକିବାକୁ କଳାହାଣ୍ଡି ପ୍ରଶାସନ ପକ୍ଷରୁ ବ୍ୟାପକ ମାତ୍ରାରେ ସର୍ଭେ ଆରମ୍ଭ । ବର୍ତ୍ତମାନ ସୁଦ୍ଧା ୧୦୯୨ ଗାଁର ୧ ଲକ୍ଷ ୭୨ ହଜାର ୭ ସହ ୯୨ ପରିବାରକୁ ସ୍ୱାସ୍ଥ୍ୟ କର୍ମୀମାନେ ପହଞ୍ଚି ସ୍କ୍ରିନିଂ କରାଯାଇଛି ।

କୋରୋନା ସଂକ୍ରମଣ ରୋକିବାକୁ କଳାହାଣ୍ଡିରେ ହେବ ବ୍ୟାପକ ସର୍ଭେ
କୋରୋନା ସଂକ୍ରମଣ ରୋକିବାକୁ କଳାହାଣ୍ଡିରେ ହେବ ବ୍ୟାପକ ସର୍ଭେ

ଭବନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରୁଛି ମହାମାରୀ କୋରୋନା । ସଂକ୍ରମଣ ରୋକିବାକୁ କଳାହାଣ୍ଡି ପ୍ରଶାସନ ପକ୍ଷରୁ ବ୍ୟାପକ ମାତ୍ରାରେ ସର୍ଭେ ଆରମ୍ଭ ହୋଇଛି ।

ପ୍ରଥମ ପର୍ଯାୟରେ ଜିଲ୍ଲାର ସହରାଞ୍ଚଳ ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ଼ ଓ କେସିଙ୍ଗାରେ ସର୍ଭେ ଆରମ୍ଭ କରାଯାଇଛି । ସହରରେ ଘର ଘର ବୁଲି ସର୍ଭେ କରାଯାଇଛି । ଅଗଷ୍ଟ ୨୫ ତାରିଖରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ଯାୟ ସର୍ଭେରେ ଜିଲ୍ଲାର ସମସ୍ତ ବ୍ଲକରେ ପଞ୍ଚାୟତ ସ୍ତରରେ ଗାଁକୁ ଗାଁ ଯାଇ ଆରମ୍ଭ ହୋଇଛି ସର୍ଭେ ।
ଏହି କ୍ରମରେ ବର୍ତ୍ତମାନ ସୁଦ୍ଧା ୧୦୯୨ ଗାଁର ୧ ଲକ୍ଷ ୭୨ ହଜାର ୭ ସହ ୯୨ ପରିବାରକୁ ସ୍ୱାସ୍ଥ୍ୟ କର୍ମୀମାନେ ପହଞ୍ଚି ସ୍କ୍ରିନିଂ କରି ୧୬୦୪ ଜଣ ଲକ୍ଷଣ ଗତ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୮୮ ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.