ETV Bharat / state

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କଳାହାଣ୍ଡି ଜିଲ୍ଲା ଦୌରାଜଜ୍ । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡ଼ି ଗାଁରେ ୨୦୧୫ ମସିହାରେ ହୋଇଥିଲା ହତ୍ୟାକାଣ୍ଡ । ୨୦ ହଜାର ଟଙ୍କାର ଜୋରିମାନା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲା ଆସାମୀ । ଜୋରିମାନା ଅନାଦେୟ ୬ ମାସ ଅଧିକ ଜେଲ୍ । ଅଧିକ ପଢ଼ନ୍ତୁ

author img

By

Published : Jun 1, 2022, 10:54 PM IST

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ଭବାନୀପାଟଣା: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । ଆସାମୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । କଳାହାଣ୍ଡି ଜିଲ୍ଲାର ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡ଼ି ଗାଁରେ ୨୦୧୫ ମସିହାରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ ଆଜି ଜିଲ୍ଲା ଦୌରାଜଜ୍ କୋର୍ଟରେ ଶୁଣାଣି ହୋଇଥିଲା ।

ସୂଚନା ଅନୁଯାୟୀ ୨୦୧୫ ମସିହା ନଭେମ୍ବର ୧୯ ତାରିଖରେ ପୂର୍ବ ଶତ୍ରୁତାରୁ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ ସେହି ଗାଁର ସୋମନାଥ ଗଣ୍ଡାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏନେଇ ମୃତ ସୋମନାଥଙ୍କ ବାପା ଭବାନୀପାଟଣା ସଦର ଥାନାରେ ଅଭିଯୋଗ କରିଥିଲେ । ଦଫା ୩୦୨ ଓ ଅନୁସୂଚିତ ଜାତି-ଜନଜାତି ଆକ୍ଟ ଅନୁସାରେ ପୋଲିସ ଏକ ମାମଲା ରୁଜୁ କରି ଆସାମୀକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା ।

ଭବାନୀପାଟଣା ଜିଲ୍ଲା ଦୌରାଜଜ୍ ଦିପ୍ତୀ ରଞ୍ଜନ କାନୁନଗୋ ମାମଲାର ଶୁଣାଣି କରି ଆସାମୀକୁ ୨୦ ହଜାର ଟଙ୍କାର ଜୋରିମାନା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ୬ ମାସ ଅଧିକ ଜେଲ ଦଣ୍ତ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସରକାରୀ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜିତେନ୍ଦ୍ର ମହାନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.