ETV Bharat / state

ସ୍କୁଲରେ ପଡ଼ିବ ତାଲା, ଆସନ୍ତା 16ରୁ ରାଜରାସ୍ତାରେ ଗର୍ଜିବେ ଶିକ୍ଷକ

ରାଜରାସ୍ତାରେ ଗର୍ଜିଲେ ଶିକ୍ଷକ । ଦାବି ପୂରଣ ନହେଲେ ଆସନ୍ତା 16 ତାରିଖରୁ ସାମୂହିକ ଛୁଟିରେ ରହି ଆନ୍ଦୋଳନ ଚେତାବନୀ ଦେଲା ଶିକ୍ଷକ ସଂଘ । ଅଧିକ ପଢନ୍ତୁ

author img

By

Published : Aug 12, 2023, 10:24 PM IST

ପ୍ରତିଶ୍ରୁତି ପୂରଣ ନହେଲେ ସମୂହ ଛୁଟିର ଚେତାବନୀ

ଭବାନୀପାଟଣ: ରାଜ ରାସ୍ତାରେ ଗର୍ଜିଲେ ଶିକ୍ଷକ। କଲମ ବଦଳରେ ହାତରେ ଫ୍ଲାକ କାର୍ଡ । ଚକ୍ ବଦଳରେ ଦାବିପତ୍ର ଓ ଆଉ ପିଲାଙ୍କ ପାଠ ପଢ଼ାଇବା ବଦଳରେ ଚାଲିଛି ହକ ଓ ଅଧିକାରକୁ ନେଇ ନାରାବାଜି । କାରଣ ଦୀର୍ଘ ଦିନ ହେବ ନିଜ ହକ ଓ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ ଶିକ୍ଷକ । ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଦାବି କରିଛନ୍ତି ସମସ୍ତ ଶିକ୍ଷକ । ସମାନ କାର୍ଯ୍ୟକୁ ସମାନ ଦରମା ଓ ଠିକା ନିଯୁକ୍ତି ଉଚ୍ଛେଦକୁ ନେଇ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ନୟାନ୍ତ ହୋଇ ପଡିଛନ୍ତି ଶିକ୍ଷକ ସମାଜ । ଯାହାଫଳରେ କଳାହାଣ୍ଡିରେ ଜିଲ୍ଲାବ୍ୟାପି ଶିକ୍ଷକଙ୍କ ଆନ୍ଦୋଳନ ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ, ଗତ ୨୦୨୨ ନଭେମ୍ବର ମାସ ୨୭ ତାରିଖରେ ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିଥିଲେ । ହେଲେ ଆଜକୁ ଆଠ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କର କୌଣସି ଦାବି ଏଯାବତ୍ ପୂରଣ କରାଯାଇ ନାହିଁ । ଯାହାକୁ ନେଇ ଭବାନୀପାଟଣା ଠାରେ ସମସ୍ତ ଶିକ୍ଷକମାନେ ସାମିଲ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଅଧିକ ପଢନ୍ତୁ: ଦାବି ପୂରଣ ନହେଲେ ଶିକ୍ଷାଦାନ ନାହିଁ, ସମୂହ ଛୁଟିରେ ଯିବାକୁ ଶିକ୍ଷକଙ୍କ ଚେତାବନୀ

କଳାହାଣ୍ଡି ଶିକ୍ଷକ ସଂଘ ସଂପାଦକ ଧିରେନ୍ ପଟ୍ଟନାୟକ କହିଛନ୍ତି, "ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାକୁ ନିର୍ଦ୍ଦେଶ ଦେଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ ନେଇ ଏକ ମାର୍ଗଦର୍ଶିକା ମଧ୍ୟ ପ୍ରକାଶ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରିପାରି ନାହିଁ । ତେଣୁ ତୁରନ୍ତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା । ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ମୂଳ ବେତନ ଲେଭେଲ୍ ୯ ଗ୍ରେଡ ପେ ୪୨୦୦ ପ୍ରଦାନ କରିବା । ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା । ଦାବିକୁ ତିରନ୍ତ ପୂରଣା କରାଯାଉ । ଯଦି ସରକାର ଦାବି ପୂରଣ ନ କଲେ ତେବେ ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମୂହଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ କରିବେ ବୋଲି ଚେତାବନୀ ଦେଇଛନ୍ତି ।’’

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.