ETV Bharat / state

ଉଠା ଦୋକାନୀଙ୍କ କବ୍‌ଜାରେ ଭବାନୀପାଟଣା ସହର ରାସ୍ତା - ଭବାନୀପାଟଣା ଟ୍ରାଫିକ ସମସ୍ୟା

ଉଠା ଦୋକାନୀଙ୍କ କବ୍‌ଜାରେ ଭବାନୀପାଟଣା ସହର ରାସ୍ତା । ଟ୍ରାଫିକ ସମସ୍ୟା ଯୋଗୁଁ ହନ୍ତସନ୍ତ ଲୋକେ । ଅଧିକ ପଢନ୍ତୁ

ଉଠା ଦୋକାନୀଙ୍କ କବ୍‌ଜାରେ ଭବାନୀପାଟଣା ସହର ରାସ୍ତା

author img

By

Published : May 11, 2022, 9:11 AM IST

ଭବାନୀପାଟଣା: ଦୀର୍ଘ ବର୍ଷର ପୁରୁଣା ସହର ଭବାନୀପାଟଣା । ସହର ବଢିବା ସହ ବଢୁଛି ଜନସଂଖ୍ୟା । ଜିଲ୍ଲା ମୁଖ୍ୟାଳୟ ହେତୁ ଭବାନୀପାଟଣାକୁ ହଜାର ହଜାର ଲୋକେ ବିଭିନ୍ନ କାମ ପାଇଁ ଆସିଥାନ୍ତି । କିନ୍ତୁ ସହରର ବିଭିନ୍ନ ସ୍ଥାନରେ ଉଠା ପରିବା ଦୋକାନୀଙ୍କ ଜବରଦଖଲ ଯୋଗୁଁ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ପ୍ରତିଦିନ ସହରର ଗାନ୍ଧୀ ମାର୍ଗ ରାସ୍ତାର ଉଭୟ ପାର୍ଶ୍ଵରେ ପରିବା ଦୋକାନୀଙ୍କ ଲମ୍ବା ଲାଇନ ଲାଗିବା କାରଣରୁ ଯାନବାହନ ଯିବା ତ ଦୂରର କଥା, ଚାଲିକି ଯିବା ବି ମୁସ୍କିଲ ହୋଇଯାଉଛି।

ଉଠା ଦୋକାନୀଙ୍କ କବ୍‌ଜାରେ ଭବାନୀପାଟଣା ସହର ରାସ୍ତା

କେବଳ ଏହି ଗୋଟିଏ ରାସ୍ତା ନୁହେଁ, ମାଣିକେଶ୍ବରୀ ଛକ ଠାରୁ ପୁରୁଣା ସିନେମାହଲ ରାସ୍ତାର ସ୍ଥିତି ମଧ୍ୟ ସମାନ । ରାସ୍ତା ଉପରେ ଉଠା ଦୋକାନୀଙ୍କ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ଏଭଳି ସମସ୍ୟାର ସମାଧାନ ପାଇଁ ଗତ ୨୦୧୭-୧୮ ମସିହାରେ ସହରର କଲେଜ ଛକରେ ୬ଟି, ବ୍ୟାଙ୍କ ଛକରେ ୧୭ଟି, ମେଡିକାଲ ଛକରେ ୪୪ଟି, ଇରିଗେସନ ଛକରେ ୧୩ଟି ଓ ମଣିକେଶ୍ବରୀ ଛକ ନିକଟରେ ୮ ଟି କ୍ୟାବିନ ପ୍ରସ୍ତୁତ କରି ଭେଣ୍ଡିଂ ଜୋନ ନିର୍ମାଣ କାରିଥିଲା ପୌର ବିଭାଗ ।

ଯେଉଁଥିରେ ଏହି ସମସ୍ତ ଉଠା ପରିବା ଦୋକାନୀଙ୍କୁ ଥଇଥାନ କରାଯାଇଥାନ୍ତା । ହେଲେ ପୌର ବିଭାଗ କ୍ୟାବିନ ନିର୍ମାଣ କରି ଚୁପ ବସିଥିବା ବେଳେ ବାରମ୍ବାର ଉଠା ଦୋକାନୀଙ୍କ ପକ୍ଷରୁ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ କ୍ୟାବିନ ପ୍ରଦାନ ପାଇଁ ନିବେଦନ କରାଯାଇଛି । କିନ୍ତୁ ପୌର ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଫଳରେ ନିର୍ମାଣ ହୋଇଥିବା କ୍ୟାବିନଗୁଡିକ ଏବେ ନଷ୍ଟ ହେବାକୁ ବସିଲାଣି । ଏନେଇ ପୌରାଧ୍ୟକ୍ଷାଙ୍କୁ ପଚାରୁବାରୁ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ଉଠା ଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.