ETV Bharat / state

ସହକର୍ମୀଙ୍କୁ ସାକ୍ଷାତ କରି ସରକାରୀ କର୍ମଚାରୀ ନିଖୋଜ, ଅପହରଣ ଅଭିଯୋଗ ଆଣିଲେ ପରିବାର

ଗତ ୨୨ ତାରିଖରୁ ନିଖୋଜ ଅଛନ୍ତି କଳାହାଣ୍ଡି ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର କାର୍ଯ୍ୟରତ କର୍ମଚାରୀ ଧନୁର୍ଜ୍ୟ ଧୋବା । ଅଧିକ ପଢନ୍ତୁ...

author img

By

Published : Sep 28, 2021, 9:53 AM IST

ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ଓଭରସିଅର ନିଖୋଜ

ଭବାନୀପାଟଣା: କୁଆଡେ ଗଲେ ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର କାର୍ଯ୍ୟରତ କର୍ମଚାରୀ ଧନୁର୍ଜ୍ୟ ଧୋବା ? ସେ ନିଖୋଜ ହୋଇଛନ୍ତି ନା ତାଙ୍କୁ ଯୋଜନା ବଦ୍ଧ ଭାବେ ନିଖୋଜ କରାଯାଇଛି ? ଗତ ୨୨ ତାରିଖରୁ ନିଖୋଜ ଅଛନ୍ତି ଓଭରସିଅର ଧନୁର୍ଜ୍ୟ ଧୋବା । ଏନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।

ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳର ଦାୟିତ୍ୱରେ ଥିବା ବେଳେ ଗତ ୨୨ ତାରିଖ ଦିନ ଧନୁର୍ଯ୍ୟ ଏକ ସ୍କୁଟି ଯୋଗେ ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର କାର୍ଯ୍ୟସ୍ଥଳକୁ ଆସିଥିଲେ। ଭବାନୀପାଟଣା-ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାର ଶଗଡା ନିକଟରେ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସ୍ବରୂପ ସିଂ ନାମକ କର୍ମଚାରୀ ସହ ସାକ୍ଷାତ କରିଥିଲେ । ପରବର୍ତ୍ତୀ ସମୟରେ କର୍ମଚାରୀ ସିଂ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଓଭରସିଅର ଧନୁର୍ଯ୍ୟ ଥୁଆମୂଳ ରାମପୁରକୁ ଯାଇଥିଲେ । ଶେଷ ଥର ପାଇଁ ଗୁଣପୁର ନିକଟରେ ସହକର୍ମୀଙ୍କ ସହ ମୋବାଇଲ ଯୋଗେ ସକାଳ ୧୦.୩୦ ରେ ଯୋଗାଯୋଗ କରିଥିଲେ ଦନୁର୍ଜ୍ୟ । ଏହା ପରଠୁ ଧନୁର୍ଯ୍ୟଙ୍କ ମୋବାଇଲ ସ୍ବିଚ ଅଫ୍ ରହିଥିବା ବେଳେ ଆଉ ଘରକୁ ଫେରିନଥିଲେ ।

ଏନେଇ ପରିବାର ଲୋକେ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୂଚନା ଧନୁର୍ଜ୍ୟଙ୍କ ବିଷୟରେ ପାଇପାରିନଥିଲେ । ତେବେ ଧନୁର୍ଜ୍ୟ ନିଖୋଜ ହେବା ନେଇ ଗତକାଲି ପରିବାର ପକ୍ଷରୁ ଗୁଣପୁର ଫାଣ୍ଡିକୁ ସୂଚନା ଦେବା ପରେ ଥୁଆମୂଳ ରାମପୁର ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.