ETV Bharat / state

କଳାହାଣ୍ଡିରେ କୋରୋନା ଚିନ୍ତା: ସଟଡାଉନ କୋକସରା ବ୍ଲକ

author img

By

Published : Aug 5, 2020, 5:39 PM IST

କୋକସରା ବ୍ଲକରୁ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ କୋକସରା ପଞ୍ଚାୟତକୁ 48 ଘଣ୍ଟା ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ।

shutdown in kokasara block
ସଟଡାଉନରେ କୋକସରା ବ୍ଲକ

କଳାହାଣ୍ଡି: ଜିଲ୍ଲାରେ କୋରୋନା ମହାମାରୀ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । କୋକସରା ବ୍ଲକରୁ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ କୋକସରା ପଞ୍ଚାୟତକୁ 48 ଘଣ୍ଟା ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ।

ସଟଡାଉନରେ କୋକସରା ବ୍ଲକ

ପଡୋଶୀ ଡାଲଗୁମା ପଞ୍ଚାୟତରେ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ହେତୁ ପଞ୍ଚାୟତରେ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି, ଆଗୁଆ ସତର୍କତା ଓ ସୁରକ୍ଷା ଦୃଷ୍ଟିରୁ ସରପଞ୍ଚ ଏହି ପଦକ୍ଷେପ ନେଇଛନ୍ତି ।

ଏହି ସଟ୍‌ଡାଉନ ଯୋଗୁଁ କୋକସରା ପଞ୍ଚାୟତର ଦୋକାନ ବଜାର, ଅଫିସ କାର୍ଯ୍ୟାଳୟ ବନ୍ଦ ରହିଛି । କିନ୍ତୁ ସଟଡାଉନରୁ ଜରୁରୀକାଳୀନ ସେବା, ଔଷଧ ଦୋକାନ, ଅତ୍ୟାବଶ୍ୟକ ସେବା ସବୁକୁ ବାଦ୍ ଦିଆଯାଇଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.