ETV Bharat / state

ମିଳିଲାନି ଚାକିରି, ଛତୁ ଚାଷ କରି ଲକ୍ଷାଧିକ ଟଙ୍କା କମାଉଛନ୍ତି ମେଧାବୀ ଛାତ୍ର - କଳାହାଣ୍ଡିରେ ଛତୁ ଚାଷ

ପ୍ରଥମେ ଚାକିରି ପାଇଁ ରାଜ୍ୟ ବାହାରକୁ ଯାଉଥିଲେ । ମାତ୍ର ଚାଷ ପ୍ରତି ଦୁର୍ବଳତା ପାଇଁ ସେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟକୁ ମଧ୍ୟ ରୋଜଗାର ଯୋଗାଇଛନ୍ତି । କଳାହାଣ୍ଡିରେ ଜଣେ ମେଧାବୀ ଛାତ୍ର ଛତୁ ଚାଷ କରି କମାଉଛନ୍ତି ଲକ୍ଷାଧିକ ଟଙ୍କା । ଅଧିକ ପଢନ୍ତୁ

ମିଳିଲାନି ଚାକିରି, ଛତୁ ଚାଷ କରି ଲକ୍ଷାଧିକ ଟଙ୍କା କମାଉଛନ୍ତି ମେଧାବୀ ଛାତ୍ର

author img

By

Published : Sep 28, 2022, 8:45 AM IST

ଭବାନୀପାଟଣା: ଛତୁ ଚାଷ କରି ଲକ୍ଷାଧିକ ଟଙ୍କା କମାଉଛନ୍ତି କଳାହାଣ୍ଡିର ଜଣେ ମେଧାବୀ ଛାତ୍ର (Scholar student earns lakhs of rupees through Mushroom Cultivation ) । ଚାକିରି ନ ମିଳିବାରୁ ପ୍ରଥମେ ରାଜ୍ୟ ବାହାରକୁ ଯାଇ କାମ କରିଥିଲେ, କିନ୍ତୁ ମନ ବୁଝିନଥିଲା । ଏହାପରେ ନିଜ ମାଟିକୁ ଫେରି ଚାଷ କରିବା ପାଇଁ ମନୋନିବେଶ କରିଥିଲେ । ଆଉ ଏହି ପ୍ରୟାସ ଯୋଗୁଁ ସେ ନିଜ ରୋଜଗାରକ୍ଷମ ହୋଇପାରିବା ସହ ଅନ୍ୟ ଲୋକଙ୍କୁ ମଧ୍ୟ ରୋଜଗାରର ପନ୍ଥା ଯୋଗାଇଛନ୍ତି ।

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବଙ୍କାପଲା ଗାଁର ପରମେଶ୍ବର କୁମାର । ଶିକ୍ଷାଗତ ଯୋଗ୍ୟତା ବିଏସସି (Bachelor in Science) ପାସ୍‌ । ନିଜ ଅଞ୍ଚଳରେ ଚାକିରି କରିବା ପାଇଁ ବାରମ୍ବାର ଆବେଦନ କରିଥିଲେ କିନ୍ତୁ ତାଙ୍କୁ ସରକାରୀ ଚାକିରିଟିଏ ମିଳି ନ ଥିଲା । ତେଣୁ ତାଙ୍କ ଆର୍ଥିକ ସଙ୍କଟ ଦୂର ଲାଗି ସେ ଗୁଜୁରାଟକୁ ଯାଇ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ଶିକ୍ଷକ ଭାବରେ କାମ କରୁଥିଲେ । ଗୁଜୁରାଟରେ ୧୫ ବର୍ଷ ରହି ନିଜ ଗାଁକୁ ଫେରିଆସି ଜୁନାଗଡ ସହର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ ।

ମିଳିଲାନି ଚାକିରି, ଛତୁ ଚାଷ କରି ଲକ୍ଷାଧିକ ଟଙ୍କା କମାଉଛନ୍ତି ମେଧାବୀ ଛାତ୍ର

ସ୍କୁଲରେ ପାଠପଢା ସମୟରେ ତାଙ୍କର କୃଷି ବିଜ୍ଞାନ ପ୍ରତି ରୁଚି ରହିଥିଲା । ପରିବାର ପ୍ରତିପୋଷଣ ପାଇଁ ଶିକ୍ଷକତା କରୁଥିଲେ । କିନ୍ତୁ ତାଙ୍କ ନିଶା ଚାଷ ପ୍ରତି ଥିଲା । ମହାମାରୀ କୋରୋନାର ଲକ୍‌ଡାଉନ ସମୟରେ ସ୍କୁଲ ବନ୍ଦ ହୋଇଗଲା । ପରେ ସେ ନିଜର ଜଣେ ବନ୍ଧୁଙ୍କ ସହିତ ଭୁବନେଶ୍ବରର ଉଦ୍ୟାନ ବିଭାଗକୁ ଯାଇ ଛତୁଚାଷ ବିଷୟରେ ଜ୍ଞାନ ଆହରଣ କରିଥିଲେ । ଏହାପରେ ନିଜ ଗାଁକୁ ଆସି ଛତୁଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ଲାଭବାନ ହେଉଛନ୍ତି ପରମେଶ୍ବର ।

ଏହା ବି ପଢନ୍ତୁ- ମାଣିକେଶ୍ୱରୀଙ୍କ ମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା, ଦ୍ବିତୀୟ ଦିନରେ ପଶୁ ବଳି

ପ୍ରଥମେ ପାରିଶ୍ରମିକ ଅନୁସାରେ ଲାଭ କମ ଥିଲା କିନ୍ତୁ ଏବେ ସେ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହିତ ଅନ୍ୟ ଶ୍ରମିକମାନଙ୍କୁ ଜୀବନଜୀବିକା ଦେଇଛନ୍ତି । ପରମେଶ୍ବର କୁମାର ଛତୁଚାଷ କରୁଥିବାବେଳେ, ଏଥିରେ ନିୟୋଜିତ ୪ ଜଣ ଶ୍ରମିକ । ଛତୁ ଚାଷରେ ନିୟୋଜିତ ନ ହୋଇଥିଲେ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥାନ୍ତି ବୋଲି ଶ୍ରମିକମାନେ କୁହନ୍ତି ।

ଏହି ବଙ୍କାପଲାର ଛତୁ ଅନ୍ୟ ଛତୁଠାରୁ ସୁଆଦିଆ ହୋଇଥିବା ବେଳେ କମ ମୂଲ୍ୟରେ ମିଳୁଥିବା ଯୋଗୁଁ ଏ ଅଞ୍ଚଳରେ ବେଶ ଏହାର ଚାହିଦା ରହିଛି । ପରମେଶ୍ବରଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଲୋକଙ୍କ ସହିତ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି । ଆଜି ସେ ନିଜ ଉଦ୍ୟମରେ ରୋଜଗାରକ୍ଷମ ହେବା ସହ ଅନ୍ୟଙ୍କୁ ଦେଇଛନ୍ତି ରୋଜଗାର ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.