ETV Bharat / state

ନିଜ ଅଧିକାର ପାଇଁ ଆଦିବାସୀଙ୍କ ପ୍ରତିବାଦ, ବିନା ଗ୍ରାମସଭାରେ କମ୍ପାନୀମାନଙ୍କୁ ଲିଜ ପ୍ରଦାନ ବାତିଲ ଦାବି - ଭବାନୀପାଟଣା ସଚେତନ ନାଗରିକ ମଞ୍ଚର ବିକ୍ଷୋଭ

କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ବିଭିନ୍ନ ଦାବି ନେଇ ଆଦିବାସୀମାନଙ୍କର ପ୍ରତିବାଦ। ଅଧିକ ପଢ଼ନ୍ତୁ

ଅଧିକାର ପାଇଁ ଆଦିବାସୀଙ୍କ ପ୍ରତିବା
ଅଧିକାର ପାଇଁ ଆଦିବାସୀଙ୍କ ପ୍ରତିବା
author img

By ETV Bharat Odisha Team

Published : Oct 11, 2023, 10:32 PM IST

ଅଧିକାର ପାଇଁ ଆଦିବାସୀଙ୍କ ପ୍ରତିବା

ଭବାନୀପାଟଣା: ଆଦିବାସୀମାନଙ୍କ ମୌଳିକ ଅଧିକାର ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ସ୍ବାଧୀନତାର 76 ବର୍ଷ ପରେ ମଧ୍ୟ ସବୁ ଯୋଜନା ସେମାନଙ୍କ ପାଇଁ ସାତସପନ ପାଲଟିଛି । ଦେଶରେ ସରକାର ବଦଳଛନ୍ତି । କିନ୍ତୁ ଆଦିବାସୀମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା ବଦଳି ପାରୁନାହିଁ । ଯାହାକୁ ନେଇ କଳାହାଣ୍ଡି ଜିଲ୍ଲାରେ ନିଜର ଅଧିକାର ପାଇଁ ଗଣଧାରଣାରେ ବସିଛନ୍ତି ଆଦିବାସୀ ।

ତେବେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଣଧାରଣା ଦିଆଯାଇଛି । ବିଭିନ୍ନ ଦାବି ନେଇ ଆଦିବାସୀମାନେ ପ୍ରତିବାଦ କରିଛନ୍ତି । ସେମାନଙ୍କ ଦାବି ଗୁଡ଼ିକ ହେଉଛି ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଓ ପେଶା କାନୁନ୍‌କୁ କଡାକଡି଼ ଭାବରେ ଲାଗୁ କରିବା। ମିଥ୍ୟା କେଶରେ ଗିରଫ କରିଥିବା ଜନ ଆନ୍ଦୋଳନକାରୀମାନଙ୍କୁ ନିସ୍ବାର୍ଥରେ ଖଲାସ କରାଯିବା ଓ ସମ୍ବିଧାନରେ ଥିବା ପେଶା ଆଇନକୁ ଉଲ୍ଲଙ୍ଘନ କରି ବିନା ଗ୍ରାମସଭାରେ ପୂର୍ବରୁ ଖଣି ଲିଜ ଚୁକ୍ତି କରିଥିବା କମ୍ପାନୀମାନଙ୍କୁ ବାତିଲ କରାଯିବା । ତେବେ ବିନା ଗ୍ରାମସଭାରେ ବଡ଼ ବଡ଼ କମ୍ପାନୀମାନଙ୍କୁ ସରକାର ଖଣି ଟେକିଦେବା ଦ୍ବାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଜନସାଧାରଣ ଲୋକଙ୍କର ଭିଟାମାଟି, ଜଳ, ଜମି, ଜଙ୍ଗଳ, ଜୀବନ ଜୀବିକା ପ୍ରଭାବିତ ହେବା ଦ୍ବାରା ସେମାନେ କିଭଳି ବଞ୍ଚିବେ ବୋଲି ଦାବି କରିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ...ETV Bhart Impact: ଖବର ବାଜିଲା ପ୍ରଶାସନ ଚେଇଁଲା, ଆଦିବାସୀ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ମିଳିଲା ପ୍ରତିଶ୍ରୁତି

ସଚେତନ ନାଗରିକ ମଞ୍ଚ ଆବାହାକ ସତ୍ୟା ମହାର କହିଛନ୍ତି " ଦେଶ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଦିବାସୀମାନଙ୍କ ସ୍ବତନ୍ତ୍ର ଆଇନକୁ ଅମାନ୍ୟ କରି ପୋଲିସ ଲୋକମାନଙ୍କ ଉପରେ ଆକଙ୍କରାଜ ସୃଷ୍ଟି କରୁଛନ୍ତି । ସମ୍ବିଧାନରେ ଲୋକ ବଞ୍ଚିବା ପାଇଁ ଜନମଙ୍ଗଳ ଆଇନ ଥାଇ ସୁଦ୍ଧା ଆଜି ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ଅବହେଳିତ । ଜିଲ୍ଲା ଅବହେଳିତ ଓ ପଛୁଆ କାହିଁକି ? ସରଳ ଖଟିଖିଆ ମଣିଷମାନଙ୍କ ଜୀବନ ଜୀବିକା ଜଳ, ଜମି, ଜଙ୍ଗଳକୁ କମ୍ପାନୀମାନଙ୍କୁ ଦଲାଲ ସରକାର ଜନପ୍ରତିନିଧ୍ଵ ଓ ପ୍ରଶାସନ ଅଧିକାରୀମାନେ ବିକାଶ ନାମରେ ଲାଭଖୋର କମ୍ପାନୀ ହାତରେ ଟେକି ଦେଇ ସରଳ ଆଦିବାସୀ ଓ ଦଳିତମାନଙ୍କୁ ବଳପୂର୍ବକ ଭିଟାମାଟିରୁ ବିସ୍ଥାପନ କରୁଛନ୍ତି ।

ଯେଉଁମାନେ ସମ୍ବିଧାନ ଆଧାରରେ ନିଜ ଭିଟାମାଟି ଜଳ, ଜମି, ଜଙ୍ଗଳ, ଜୀବନ ଜୀବିକାକୁ ସୁରକ୍ଷା କରୁଛନ୍ତି ସେମାନେ କେମିତି ଦେଶଦ୍ରୋହୀ ଓ ବିକାଶ ବିରୋଧ ହେଲେ । ସରକାର ବିଦେଶୀ କମ୍ପାନୀ ଓ ପୁଞ୍ଜିପତିମାନଙ୍କୁ ଦେଶର ସମ୍ପତିକୁ ଟେକି ଦେଉଛନ୍ତି ସେମାନେ କିପରି ବିକାଶ ପୁରୁଷ, ଦେଶଭକ୍ତ ହେଉଛନ୍ତି । ଯଦି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କମ୍ପାନୀ ହେଲେ ଏବଂ ଲୋକ ବିସ୍ଥାପନ ହେଲେ ବିକାଶ ହୁଏ ତାହା ହେଲେ ଆମେ କମ୍ପାନୀକୁ ଭୋଟ ନଦେଇ ଏ ଦଲାଲମାନଙ୍କୁ କାହିଁକି ଦେବୁ । ଆମେ ବି ଏ ମାଟିର ସନ୍ତାନ, ଆମେ ବି ଭୋଟ ଦେଉଛୁ, ଆମକୁ ମଧ୍ୟ ବଞ୍ଚିବାର ଅଧିକାର ଅଛି । ସ୍ବାଧନ ଦେଶରେ କମ୍ପାନୀ ଓ ପୋଲିସର ଗୁଣ୍ଡାରାଜ ଲୋକେ ଆତଙ୍କିତ ହୋଇଯାଇଛନ୍ତି । ଗାଁ ଛାଡିଲୋକେ ପଳାଇ ଯାଉଛନ୍ତି। କିଛି ଲୋକଙ୍କ ପତା ମିଳୁନାହିଁ ଏହା କଣ ବିକାଶ କି?"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.