ETV Bharat / state

PDS ଚାଉଳ ପାଇଁ ଗଲା ଜୀବନ ! ସିଙ୍ଗାରି ଘାଟିରୁ ଖସିଲା ଭ୍ୟାନ,୨ ମୃତ ୭ ଆହତ - ପିଡ଼ିଏସ ଚାଉଳ ପାଇଁ ଗଲା ଜୀବନ

ପିଡ଼ିଏସ ଚାଉଳ ପାଇଁ ଗଲା ଜୀବନ। ପିକଅପ ଭ୍ୟାନରେ ଚାଉଳ ଆଣି ଫେରୁଥିବାବେଳ ଅଘଟଣ । ୨୦ ଫୁଟ ତଳକୁ ପିକଅପ ଭ୍ୟାନ ଓଲଟିବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

PDS ଚାଉଳ ପାଇଁ ଗଲା ଜୀବନ;ସିଙ୍ଗାରି ଘାଟିରୁ ଖସିଲା ଭ୍ୟାନ,୨ ମୃତ ୭ ଆହତ

author img

By

Published : May 18, 2022, 11:07 AM IST

ଭବାନୀପାଟଣା: ପିଡ଼ିଏସ ଚାଉଳ ପାଇଁ ଗଲା ଜୀବନ । ପିକଅପ ଭ୍ୟାନରେ ଚାଉଳ ଆଣି ଫେରୁଥିବାବେଳ ଘଟିଲା ଅଘଟଣ । ୨୦ ଫୁଟ ତଳକୁ ପିକଅପ ଭ୍ୟାନ ଓଲଟିବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି ।

PDS ଚାଉଳ ପାଇଁ ଗଲା ଜୀବନ;ସିଙ୍ଗାରି ଘାଟିରୁ ଖସିଲା ଭ୍ୟାନ,୨ ମୃତ ୭ ଆହତ

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବାର୍ଶିକୋନା ଗାଁ । ଯେଉଁଠି କି ପିଡ଼ିଏସ ଚାଉଳ ଆଣିବାକୁ ହେଲେ ହିତାଧିକାରୀଙ୍କୁ ଯିବାକୁ ପଡେ ମାଇଲ ମାଇଲ ବାଟ । ପ୍ରତ୍ୟେକ ମାସ ଭଳି କିଛି ଗ୍ରାମବାସୀ ପିକଅପ ଭ୍ୟାନ ଭଡା କରି ସିନ୍ଧିପଦର ପଞ୍ଚାୟତକୁ ପିଡ଼ିଏସ ଚାଉଳ ଆଣିବାକୁ ଯାଇଥିଲେ ।

ପିଡିଏସ ଚାଉଳ ନେଇ ଥୁଆମୂଳ ରାମପୁର ଦେଇ ଫେରିବା ସମୟରେ ସିଙ୍ଗାରି ଘାଟିରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ପିକଅପ ଭ୍ୟାନଟି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ମହିଳା ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଥିଲା ।

ଆହତଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ୨ ମୃତକଙ୍କ ପରିଚୟ ମିଳି ପାରିନଥିବା ନେଇ ପୋଲିସ ସୂଚନା ଦେଇଛି।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.