ETV Bharat / state

ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଦାବିରେ ଲୋକଙ୍କ ଧାରଣା

author img

By

Published : Aug 17, 2022, 11:28 AM IST

କଳାହାଣ୍ଡି ଜିଲ୍ଲା ଟି ରାମପୁର ବ୍ଲକ ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଦାବିରେ ଧାରଣାରେ ବସିଲେ ଲୋକେ । ବାରମ୍ବାର ବିଦ୍ୟୁତ କାଟ ସହ ଲୋ ଭୋଲ୍ଟେଜରେ ଅତିଷ୍ଠ ହୋଇ ଦେଲେ ଧାରଣା । ଅଧିକ ପଢ଼ନ୍ତୁ

ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଦାବିରେ ଲୋକଙ୍କ ଧାରଣା
ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଦାବିରେ ଲୋକଙ୍କ ଧାରଣା

ଭବାନୀପାଟଣା: ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଦାବିରେ ଧାରଣାରେ ବସିଲେ ଲୋକେ । ବାରମ୍ବାର ବିଦ୍ୟୁତ କାଟ ସହ ଲୋ-ଭୋଲ୍ଟେଜରେ ଅତିଷ୍ଠ ହୋଇ କଳାହାଣ୍ଡି ଜିଲ୍ଲା ଟି ରାମପୁର ବ୍ଲକ ଅଞ୍ଚଳରେ ରାଜରାସ୍ଥାକୁ ଓହ୍ଲାଇଛନ୍ତି ୮ ଟି ଗାଁର ଲୋକେ । ନୂତନ ଫିଡରରୁ ବିଦ୍ୟୁତ ଯୋଗାଣ ପାଇଁ ଦାବି ।

ଅଭିଯୋଗ ଅନୁଯାୟୀ, ବ୍ଲକର ଟିକ୍ରାପଡା, ପୋଇ ଗୁଡା, ଡାକି ବଣ୍ଡେଲ, ପିଣ୍ଡାପଦର, ମେଲ କୁନ୍ଧେଲ ଭଳି ୮ ଟି ଗ୍ରାମକୁ ବିଦ୍ୟୁତ ବିଭାଗ ପକ୍ଷରୁ ଗୁଣପୁର ସ୍ଥିତ ଫିଡରରୁ ବିଦ୍ୟୁତ୍‌ ଯୋଗାଣ କରାଯାଉଛି । ତେବେ ବାରମ୍ବାର ଏହି ଅଞ୍ଚଳରେ ବିଦ୍ୟୁତ କାଟ ହେବା ସହ ଲୋ ଭୋଲ୍ଟେଜ ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ସ୍ବଳ୍ପ ବର୍ଷା ହେଲେ ବିଦ୍ୟୁତ ସଂଯୋଗ ବନ୍ଦ କରି ଦିଆଯାଉଥିବା ଅଭିଯୋଗ ହୋଇଛି । ସେପଟେ ନୂତନ ଭାବରେ ଟି ରାମପୁର ଠାରେ ନିର୍ମାଣ ହୋଇଥିବା ଫିଡରରୁ ଏହି ଗ୍ରାମ ଗୁଡ଼ିକୁ ବିଦ୍ୟୁତ ସଂଯୋଗ ପାଇଁ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ନମିଳିବାରୁ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଞ୍ଚଳବାସୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.