ଭବାନୀପାଟଣା: ଶୁକ୍ରବାର ହେବ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କର୍ଲାମୁଣ୍ଡା, ଏମ୍. ରାମପୁର ଓ ନର୍ଲା ନିର୍ବାଚନ ମଣ୍ଡଳୀର ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ନର୍ଲା ବ୍ଲକର ୩୨୩ଟି ବୁଥ୍ରେ ୯୦ ହଜାର ୩୫୮ ଜଣ ଭୋଟର ମତ ସାବ୍ୟସ୍ତ କରିବେ ।
ତେବେ ଏହି ନିର୍ବାଚନ ମଣ୍ଡଳୀରେ ୧୭୦ଟି ସମ୍ବେଦନଶୀଳ ବୁଥ୍ ରହିଛି । ଏଥିପାଇଁ ୨୨ଟି ମୋବାଇଲ ପାଟ୍ରୋଲିଂ ଟିମ୍ ଓ ୨୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବୁଥ ପରିଚାଳନା ପାଇଁ ୧ ହଜାର ୩୧ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଏମ୍. ରାମପୁର ବ୍ଲକରେ ୨୩୮ଟି ବୁଥ ପାଇଁ ୮୪୬ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । କର୍ଲାମୁଣ୍ଡା ବ୍ଲକରେ ୧୪୩ଟି ବୁଥରେ ୨୦୦ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି ।
ନର୍ଲା ନିର୍ବାଚନ ମଣ୍ଡଳୀ ଏକ ମାଓ ପ୍ରବଣ ଅଞ୍ଚଳ । ଶାନ୍ତି ଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ପାଇଁ ଏବେ ପ୍ରସ୍ତୁତ ରହିଛି ପ୍ରଶାସନ । ଏଥିପାଇଁ ସମସ୍ତ ପୋଲିଂ ପାର୍ଟି ବୁଥ୍ରେ ପହଞ୍ଚି ସାରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ