ETV Bharat / state

ଏମସିଏଲରେ ଚାକିରି କରେଇଦେବାକୁ କହି ୬୫ ଲକ୍ଷ ଠକିଥିବା ଶିକ୍ଷକ ଗିରଫ - କଳାହାଣ୍ଡିରେ ଚାକିରି ନାଁରେ ଠକେଇ

ଚାକିରି ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ହଡପ କରି ଗିରଫ ହେଲେ ଶିକ୍ଷକ । କଳାହାଣ୍ଡି ଜିଲ୍ଲାର ୧୨ ଜଣ ଯୁବକ ଯୁବତୀଙ୍କୁ ବୁର୍ଲା ଏମସିଏଲ କମ୍ପାନୀରେ ଚାକିରି ଦେବା ପାଇଁ ପ୍ରଲୋଭନ ଦେଖାଇ ୬୫ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

police arrest a teacher on cheating to giving job in kalahandi
ଚାକିରି ନାଁରେ ଠକେଇ, ବନ୍ଧାହେଲେ ଶିକ୍ଷକ
author img

By

Published : Jul 16, 2022, 1:01 PM IST

ଭବାନୀପାଟଣା: ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ହଡପ କରି ଗିରଫ ହେଲେ ଶିକ୍ଷକ। କଳାହାଣ୍ଡି ଜିଲ୍ଲାର ୧୨ ଜଣ ଯୁବକ ଯୁବତୀଙ୍କୁ ବୁର୍ଲା ଏମସିଏଲ କମ୍ପାନୀରେ ଚାକିରି ଦେବା ପାଇଁ ପ୍ରଲୋଭନ ଦେଖାଇ ୬୫ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି । ଏଥିରେ ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି । ଶିକ୍ଷକ ଜଣଙ୍କ ହେଉଛନ୍ତି, କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ଦୁଲକୀବନ୍ଧ ଗ୍ରାମର ଜଣେ ସରକାରୀ ଶିକ୍ଷକ ବିନୀତ ନାୟକ ।

୧୨ ଜଣ ଶିକ୍ଷିତ ଯୁବକ ଯୁବତୀଙ୍କୁ ବୁର୍ଲା ସ୍ଥିତ ଏମସିଏଲ କମ୍ପାନୀରେ ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇଥିଲେ । ଏହାପରେ ସେମାନଙ୍କଠାରୁ ୬୫ ଲକ୍ଷ ଟଙ୍କା ନେଇ 1 ବର୍ଷ ଧରି ଭୁଆଁ ବୁଲାଇ ଆସୁଥିବା ଅଭିଯୋଗ ହୋଇଛି । ଶେଷରେ ନିରାଶ ହୋଇ କୌଣସି ଉପାୟ ନ ପାଇ ୧୨ ଜଣ ଯୁବକ ଯୁବତୀ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଟାଉନ ପୋଲିସର ଏକ ସ୍ୱତନ୍ତ୍ର ଟିମ ଦୁଲକୀବନ୍ଧ ଗ୍ରାମକୁ ଯାଇ ଶିକ୍ଷକ ବିନୀତ ନାୟକଙ୍କୁ ଘରୁ ଉଠାଇ ନେଇଥିଲା । ଏଥିସହ ଅଧିକ ପଚରାଉଚରା ପରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.