ETV Bharat / state

ଠକି ଦେଲେ ସାଂସଦ ! ରେଳ ବଜେଟ୍‌ରେ କଳାହାଣ୍ଡିକୁ ଉପେକ୍ଷା - junaragh and dhrmagarh railway project

ରେଳ ବଜେଟ୍‌ରେ କଳାହାଣ୍ଡି ଜିଲ୍ଲାକୁ ପୁଣିଥରେ ଉପେକ୍ଷା । ବଜେଟ୍‌ରେ ଜୁନାଗଡ଼-ଧର୍ମଗଡ଼ ରେଳ ଲାଇନ ସମ୍ପ୍ରସାରଣ ପ୍ରକଳ୍ପ ବଜେଟ୍ ସ୍ଥାନ ନ ପାଇବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ । ଅଧିକ ପଢନ୍ତୁ

ରେଳ ବଜେଟ୍‌ରେ କଳାହାଣ୍ଡିକୁ ଉପେକ୍ଷା, ସାଧାରଣରେ ଅସନ୍ତୋଷ

author img

By

Published : Feb 5, 2022, 8:08 AM IST

ଭବାନୀପାଟଣା: ରେଳ ବଜେଟ୍‌ରେ କଳାହାଣ୍ଡି ଜିଲ୍ଲାକୁ ପୁଣି ଉପେକ୍ଷା କରାଯାଇଛି । ଜିଲ୍ଲାରେ କୌଣସି ନୂଆ ରେଳ ପ୍ରକଳ୍ପ ପାଇଁ ବଜେଟ୍‌ରେ ବ୍ୟୟବରାଦ ହୋଇନାହିଁ । ଜୁନାଗଡ଼-ଧର୍ମଗଡ଼ ରେଳ ଲାଇନ ସମ୍ପ୍ରସାରଣ ପ୍ରକଳ୍ପ (Junaragh and Dhrmagarh Railway project) ଚଳିତ ରେଳ ବଜେଟରେ ସ୍ଥାନ ନ ପାଇବାରୁ ଏନେଇ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଳାହାଣ୍ଡିବାସୀଙ୍କୁ ଧୋକା ଦେଇଥିବା ଏବଂ ସାଂସଦ ବସନ୍ତ ପଣ୍ଡା ଜିଲ୍ଲାବାସୀଙ୍କୁ ଉପେକ୍ଷିତ କରିଥିବା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ରେଳ ବଜେଟ୍‌ରେ କଳାହାଣ୍ଡିକୁ ଉପେକ୍ଷା, ସାଧାରଣରେ ଅସନ୍ତୋଷ

ଗତ ଅଗଷ୍ଟ ମାସ ୨୧ ତାରିଖରେ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସିଥିଲେ କେନ୍ଦ୍ର ରେଳମନ୍ତ୍ରୀ । ସେ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ ସମୟରେ ଜିଲ୍ଲାବାସୀ ଜୁନାଗଡ଼ ଠାରୁ ଧର୍ମଗଡ଼ ଯାଏଁ ରେଳ ଲାଇନ ସମ୍ପ୍ରସାରଣ ନେଇ ଦାବି କରିଥିଲେ । କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି ରେଳ ଲାଇନ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରକଳ୍ପ ମଞ୍ଜୁରୀ ହୋଇଥିବା ପରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଥିଲେ ସାସଂଦ ବସନ୍ତ ପଣ୍ଡା । ହେଲେ ଚଳିତ ବଜେଟ୍‌ରେ ଏହି ପ୍ରକଳ୍ପ ପାଇଁ ବ୍ୟୟବରାଦ ନ ହୋଇଥିବା ଯୋଗୁଁ ଜିଲ୍ଲାରେ ଅସନ୍ତୋଷ ପ୍ରକାଶ ପାଇଛି ।

ସେପଟେ କଳାହାଣ୍ଡିକୁ ଉପେକ୍ଷା କରାଯାଇଥିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ବସନ୍ତ ପଣ୍ଡା । ଧର୍ମଗଡ଼ ରେଳ ଲାଇନ ସମ୍ପ୍ରସାରଣ ପାଇଁ ୨ କୋଟି ୯୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ଓ ସର୍ଭେ କାମ ସରିବା ପରେ ଏହା ବଜେଟରେ ଆସିବ ବୋଲି ପ୍ରକାଶ କରିଛନ୍ତି ସାଂସଦ ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.