ETV Bharat / state

କଳାହାଣ୍ଡିରେ ପଲ୍ଳିଶ୍ରୀ ମେଳା

author img

By

Published : Jan 18, 2020, 10:18 PM IST

କଳାହାଣ୍ଡିରେ ଆୟୋଜିତ ପଲ୍ଲିଶ୍ରୀ ମେଳାର ଶନିବାର ଶେଷ ଦିନ । ପାରମ୍ପରିକ ହସ୍ତଶିଳ୍ପ ଗୁଡିକୁ ଲୋକପ୍ରିୟ କରାଇବା ସହ ଶିଳ୍ପୀ ମାନଙ୍କୁ ପ୍ରୋତ୍ସାହନ ଦେବାର ଏକ ମାଧ୍ୟମ ସାଜିଛି ଏହି ପଲ୍ଳିଶ୍ରୀ ମେଳା । ଅଧିକ ଖବର ପଢନ୍ତୁ...

palishree mela
ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଭବାନୀପାଟଣା: ପାରମ୍ପରିକ ହସ୍ତ ଶିଳ୍ପକୁ ବଞ୍ଚାଇ ରଖିବାର ଏକ ଅଭିନବ ଉଦ୍ୟମ ପଲ୍ଳିଶ୍ରୀ ମେଳା । ଓର୍‍ମାସ୍‍ ପକ୍ଷରୁ କଳାହାଣ୍ଡିରେ ଆୟୋଜିତ ପଲ୍ଲିଶ୍ରୀ ମେଳାର ଶନିବାର ଶେଷ ଦିନ । ଧୀରେ ଧୀରେ ଆଧୁନିକତାର ଚାକଚକ୍ୟରେ ଲୁପ୍ତ ପାଉଥିବା ପାରମ୍ପରିକ ହସ୍ତଶିଳ୍ପ ଗୁଡିକୁ ଲୋକପ୍ରିୟ କରାଇବା ସହ ଶିଳ୍ପୀ ମାନଙ୍କୁ ପ୍ରୋତ୍ସାହନ ଦେବାର ଏକ ମାଧ୍ୟମ ସାଜିଛି ପଲ୍ଳିଶ୍ରୀ ମେଳା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଜାନୁଆରୀ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ମେଳାରେ ଦର୍ଶକ ଏବଂ ଗ୍ରାହକଙ୍କର ଭିଡ ଜମିଥିଲା । ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଥିବା ବାଉଁଶ ହସ୍ତ ଶିଳ୍ପ ଗ୍ରାହକଙ୍କୁ ବେଶ ଆକୃଷ୍ଟ କରିଥିବା ବେଳେ କଂସା ପିତ୍ତଳରେ ନିର୍ମିତ ସୁନ୍ଦର ସୁନ୍ଦର ଜିନିଷ ସେମାନଙ୍କ ମନ ମୋହି ନେଇଥିଲା ।

କେଉଁ ଷ୍ଟଲରେ ମାଟି ତିଆରି ବିଭିନ୍ନ ପ୍ରକାର ଘରସଜା ସାମଗ୍ରୀ ମିଳୁଛି ତ ଆଉ କେଉଁ ଷ୍ଟଲରେ ବିକ୍ରୀ ହେଉଛି କାଠ ତିଆରି ଭିନ୍ନ ଭିନ୍ନ ପ୍ରକାରର ଜିନିଷ । କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୦ର ଏକ ମୁଖ୍ୟ ଆକର୍ଷଣ ପାଲଟିଥିଲା ଏହି ପଲ୍ଲିଶ୍ରୀ ମେଳା ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ପାରମ୍ପାରିକ ଶିଳ୍ପକୁ ବଞ୍ଚାଇ ରଖିବାର ଅଭିନବ ଉଦ୍ୟମ-ପଲ୍ଳିଶ୍ରୀ ମେଳା ।
ଡେକ୍ସ-ମଣୀ ଗଉଡ଼
କଳାହାଠି ଉତ୍ସବ ଘୁମୁରା ୨୦୨୦ ର ଏକ ମୁଖ୍ୟ ଆକର୍ଷଣ ଥିଲା ଓର୍‍ମାସ୍‍ ପକ୍ଷରୁ ଆୟୋଜିତ ପଲ୍ଳିଶ୍ରୀ ମେଳା । ଗତକାଲି ଥିଲା ପଲ୍ଳିଶ୍ରୀ ମେଳାର ଶେଷ ଦିନ । ଧିରେ ଧିରେ ଆଧୁନିକତାର ଚାକଚକ୍ୟରେ ଲୁଚି ଯାଉଥିବା ପାରମ୍ପାରିକ ହାତ ତିଆରି ଜିନିଷ ଗୁଡିକୁ ଲୋକ ପ୍ରିୟ କରାଇବା ସହିତ ଶିଳ୍ପୀ ମାନଙ୍କୁ ପ୍ରୋତ୍ସାହନ ଦେବାର ଏକ ମାଧ୍ୟମ ହୋଇଥିଲା ପଲ୍ଳିଶ୍ରୀ ମେଳା ।
ଭିଓ-୦୧-ପଲ୍ଳିଶ୍ରୀ ମେଳାରେ ବେଶ ଭିଡ ଜମୁଥିଲା ଦର୍ଶକ ଓ ଗ୍ରାହକ ମାନଙ୍କର । କେଉଁ ଷ୍ଟଲରେ ମାଟି ତିଆରି ବିଭିନ୍ନ ପ୍ରକାର ଘରସଜା ସାମଗ୍ରୀ ମିଳୁଛି ତ ଆଉ କେଉଁ ଷ୍ଟଲରେ ବିକ୍ରୀ ହେଉଛି କାଠ ତିଆରି ରକମ ରକମର ଜିନିଷ । ଗ୍ରାହକ ମାନଙ୍କୁ ବିଶେଷ ଭାବରେ ଆକର୍ଷିତ କରିଥିଲା ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଥିବା ବାଉଁଶ ହସ୍ତ ଶିଳ୍ପ । କଂସା ପିତଳରେ ତିଆରି ହୋଇଥିବା ସୁନ୍ଦର ସୁନ୍ଦର ଜିନିଷ ମନ ମୋହି ନେଉଥିଲା ଗ୍ରାହକ ମାନଙ୍କର । ଗୋଟିଏ ଜାଗାରେ ଘର କରଣା ସାମଗ୍ରୀ ଠୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପାରମ୍ପାରିକ ଶୌକିନ ଜିନିଷ ମିଲୁଥିବାରୁ ଗ୍ରାହକ ବେଶ୍‍ ଖୁସିଥିଲେ ଗ୍ରାହକ । ଦୁଇ ପଇସା ରୋଜଗାର କରିପାରୁଥିବାରୁ ବ୍ୟବସାୟୀ ମଧ୍ୟ ଖୁସ୍‍ ।Body:ଭିଓ-୦୨-ପଲ୍ଲିଶ୍ରୀ ମେଳା ଜାନୁଆରି ୧୪ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବସିଥିଲା । ପ୍ରଥମ ଦିନ ରାଜ୍ୟ ବିରୋଧିଦଳ ନେତା ଉଦଘାଟନ କରିଥିଲେ । ଧିରେ ଧିରେ ଲୁଚି ଯାଉଥିବା ହସ୍ତ ଶିଳ୍ପକୁ ବଞ୍ଚାଇ ରଖିବାରେ ବେଶ୍‍ ସହାୟକ ହୋଇଥିଲା ପଲ୍ଲଶ୍ରୀ ମେଳା । ଲୋକ ଉତ୍ସବର ମଜାକୁ ବଢାଇ ଦେଇଥିଲା ପଲ୍ଲିଶ୍ରୀ ମେଳା । Conclusion:ବାଇଟ-ଘନଶ୍ୟମ ସାହୁ (କାରିଗର)
ବାଇଟ-ଜ୍ୟୋତିଞନ ମେହେର (କାରିଗର)
ବାଇଟ-ଜ୍ୟୋତିରାଣୀ ଦାସ (ଗ୍ରାହକ)
ପିଟୁସି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.