ETV Bharat / state

ଆସୁଛି ନୂଆଖାଇ; ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଗାଁଠୁ ସହର ଉତ୍ସବମୁଖର

author img

By

Published : Sep 9, 2021, 10:59 AM IST

ଆସୁଛି ନୂଆଖାଇ । ଗାଁରୁ ସହର ସବୁଠି ଉତ୍ସାହ । ଚଳଚଞ୍ଚଳ କଳାହାଣ୍ତି । ଅଧିକ ପଢନ୍ତୁ...

ଆସୁଛି ନୂଆଖାଇ ; ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଉତ୍ସାହ ଗାଁଠୁ ସହର

ଭବାନୀପାଟଣା: ଆସୁଛି ନୂଆଖାଇ । ଆଉ ମାତ୍ର ୨ ଦିନ ପରେ ପାଳିତ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଗାଁରୁ ସହର ସବୁଠି ଉତ୍ସାହ । ଚଳଚଞ୍ଚଳ ପୁରା କଳାହାଣ୍ତି । ହେଲେ ଆସନ୍ନ ମରୁଡି ସ୍ଥିତିକୁ ନେଇ ଚାଷୀ ମନରେ ନାହିଁ ଆଗଭଳି ସରାଗ ନାହିଁ । ଅକ୍ଷୟ ତୃତୀୟାରୁ ଚାଷୀ ଅନୁକୂଳ କରେ ଚାଷ । ତା ପରେ ରୂଆ ବେଉଷଣ । ଆଉ ଦିନ କେଇଟା ପରେ ଦେବାଦେବୀଙ୍କ ପାଖରେ ଭୋଗ ଲାଗିବ ପହିଲି ଫସଳ । ପାଳିତ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ।

ଅନ୍ୟ ବର୍ଷ ପରି ଏଥର ବି ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ନୁଆଲୁଗା,ନୁଆଁ ବାସନ ସହ ଅନ୍ୟାନ୍ନ ଘରକରଣା ପାଇଁ ବଜାର ବି ସରିଛି । କାରଣ ନୂଆଖାଇରେ ସମସ୍ତ ନୂଆ ସାମଗ୍ରୀ ବ୍ୟବହାର ହୋଇଥାଏ । ବ୍ୟବସାୟକୁ ନେଇ ବ୍ୟବସାୟୀ ଖୁସ ଥିବା ବେଳେ ଘର ଲିପାପୋଛା ସହ ଅନ୍ୟାନ୍ନ ପ୍ରସ୍ତୁତି ବିଶେଷ ପର୍ଯାୟରେ ପହଞ୍ଚିଛି । ନୂଆଖାଇ ପାଇଁ ପଣ୍ତିତ ମାନଙ୍କୁ ନେଇ ଲଗ୍ନ ନିର୍ଦ୍ଧାରଣ ସରିଯାଇଛି । ଗାଁ ଗାଁରେ ବେହେରେନ୍‍ ବୁଲି ନୂଆଖାଇ ଲଗ୍ନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛି । ଆସନ୍ତା ୧୧ ତାରିଖ ଭାଦ୍ରବ ମାସର ପଞ୍ଚମୀ ତିଥିରେ ପାଳିତ ହେବ ନୂଆଖାଇ ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.