ETV Bharat / state

ହତ୍ୟାର ପ୍ରତିଶୋଧ ନେଲା ଲାଲବାହିନୀ

author img

By

Published : Nov 26, 2022, 9:27 AM IST

କଳାହାଣ୍ଡି ଜିଲ୍ଲା ପଞ୍ଚକୁଲ ଗ୍ରାମରେ ପୋଲିସ ଇନଫର୍ମର ସନ୍ଦେହରେ ବ୍ୟକ୍ତିଙ୍କୁ ହତ୍ୟା ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପୂର୍ବରୁ ଅନ୍ତିମ ସତ୍କାର ଶେଷ ହୋଇସାରିଥିଲା । ଅଧିକ ପଢ଼ନ୍ତୁ

moist killed a man in kalahandi police not found his dead body
ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା ଘଟଣା, ପୋଲିସକୁ ମିଳିଲାନି ମୃତଦେହ

ଭବାନୀପାଟଣା: ପୋଲିସ ଇନଫର୍ମର ସନ୍ଦେହରେ ବ୍ୟକ୍ତିଙ୍କୁ ହତ୍ୟା ଘଟଣା । ପୋଲିସକୁ ମିଳିଲାନି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅନ୍ତିମ ସତ୍କାର ଶେଷ ହୋଇସାରିଥିଲା । ଫଳରେ ପୋଲିସକୁ କୌଣସି କଥ୍ୟ ମିଳିନଥିବା କଳାହାଣ୍ଡି ଏସ୍ପି ସୂଚନା ଦେଇଛନ୍ତି । କଳାହାଣ୍ଡି ଜିଲ୍ଲା ଯୁଗସାଇପାଟଣା ପଞ୍ଚାୟତ ଦୁର୍ଗମ ତଳ ପଞ୍ଚକୁଲ ଗ୍ରାମର ଲାଲବତୀ ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ ।

moist killed a man in kalahandi police not found his dead body
ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା ଘଟଣା

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ଦୁର୍ଗମ ପଞ୍ଚକୁଲ ଗ୍ରାମର ୪୮ ବର୍ଷୀୟ ଲାଲବତି ମାଝୀ ନାମକ ଜଣେ ଗ୍ରାମବାସୀଙ୍କୁ ବିଳମ୍ବିତ ରାତିରେ ମାଓବାଦୀମାନେ ଘରୁ ଉଠାଇ ନେଇଥିଲେ । ମାଓବାଦୀଙ୍କ ସମ୍ପର୍କରେ ପୋଲିସକୁ ତଥ୍ୟ ପ୍ରଦାନ କରୁଥିବା କାରଣରୁ ଇନଫର୍ମର ସନ୍ଦେହରେ ତାଙ୍କ ଗଳାକାଟି ହତ୍ୟା କରାଯାଇଥିଲା । ଅଞ୍ଚଳର ଅନ୍ୟ କିଛି ଲୋକ ପୋଲିସ ଇନଫର୍ମର ଥିବା ଯୋଗୁଁ ଲାଲ ବାହିନୀ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି । ତେବେ ଏନେଇ ପୋଲିସ ଖବର ପାଇ ଏସଓଜି ଏବଂ ସଦର ପୋଲିସ ଟିମଙ୍କ ମିଳିତ ଅପରେସନ କରିଥିଲା । ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଇନଫର୍ମର ସନ୍ଦେହରେ ହତ୍ୟା ଘଟଣା

ଏହା ମଧ୍ୟ ପଢ଼ନ୍ତୁ: ମାଓବାଦୀଙ୍କ ବର୍ବରତା, ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ବଂଶ ଧାରା-ଘୁମୁସର-ନାଗାବଳୀ (ବା ଘୁ ନା ) ଡିଭିଜନ କମିଟି ମାଓବାଦୀରେ ନିୟମଗିରି ଏରିଆ କମାଣ୍ଡର ଭାବରେ କାମ କରୁଥିବା କୁନି ମାଝୀଙ୍କ ବାପାଙ୍କୁ ଲାଲବତୀ ମାଝୀ ହତ୍ୟା କରିଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ କମିଟିର ନିୟମଗିରି ଏରିଆ କମାଣ୍ଡର କୁନି ମାଝୀ ତାଙ୍କୁ ହତ୍ୟା କରିଥିବା ପୋଲିସ ପ୍ରେସ ବିଜ୍ଞପ୍ତି ଯୋଗେ ସୂଚନା ଦେଇଛି । ଏନେଇ କଳାହାଣ୍ଡି ଏସ୍ପି କହିଛନ୍ତି, "ଲାଲବତୀ ମାଝୀଙ୍କୁ ହତ୍ୟା ପରେ ପୋଲିସ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ତାଙ୍କ ଅନ୍ତିମ ସତ୍କାର କରିସାରିଥିଲେ । ଫଳରେ ପୋଲିସ ହାତରେ କୌଣସି ତଥ୍ୟ ଲାଗିପାରିନାହିଁ ।" ବର୍ତ୍ତମାନ ସୁଦ୍ଧା ପଞ୍ଚକୁଲ ଅଞ୍ଚଳରେ ଏସଓଜି ଏବଂ ଡିଭିଏଫ ଯବାନ ପକ୍ଷରୁ କୁମ୍ବିଂ ଅପରେସନ ଜାରି ରହିଥିବା ନେଇ କଳାହାଣ୍ଡି ଏସ୍ପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.