ETV Bharat / state

ଘରକୁ ଫେରିଲା ଖୁସି, ୨୦ବର୍ଷ ଧରି ନିଖୋଜ ଦାଦନ ଶ୍ରମିକଙ୍କ ଘର ବାହୁଡ଼ା - ନିଖୋଜ ଦାଦନ ଶ୍ରମିକ

ପରିବାରକୁ ଭଲ ଗଣ୍ଡେ ଖାଇବାକୁ ଦେବା ଲାଗି ଗୁଜୁରାଟ ଯାଇଥିଲେ । ହେଲେ ସେଠାରେ ନିଖୋଜ ହୋଇଥିବା ନେଇ ପରିବାର ଖବର ପାଇଥିଲା । ମାତ୍ର ଦୀର୍ଘ ୨୦ବର୍ଷ ପରେ ସେହି ନିଖୋଜ ଶ୍ରମିକ ଘରକୁ ଫେରିଛନ୍ତି । ଏଭଳି ଘଟଣା କଳାହାଣ୍ଡି ଜିଲ୍ଲାର ରାମପୁର ବ୍ଲକରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Missing Migrant labour
Missing Migrant labour
author img

By

Published : Jan 8, 2023, 7:52 AM IST

ଘରକୁ ଫେରିଲା ଖୁସି, ୨୦ବର୍ଷ ଧରି ନିଖୋଜ ଦାଦନ ଶ୍ରମିକଙ୍କ ଘର ବାହୁଡ଼ା

ଭବାନୀପାଟଣା: ଦୀର୍ଘ ୨୦ ବର୍ଷ ପରେ ଘରକୁ ଫେରିଲା ଖୁସି । ଏତେ ବର୍ଷ ଧରି ନିଖୋଜ ଥିବା ଦାଦନ ଶ୍ରମିକ ଶେଷରେ ଘରକୁ ଫେରିଛନ୍ତି (Missing Migrant labour came back to home after 20 Years) । ଏ ନେଇ ପରିବାରରେ ଖେଳିଯାଇଛି ଖୁସିର ଲହରୀ । କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ଉପାନ୍ତ ଇଲାକା ରାମପୁର ବ୍ଲକରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଉପାନ୍ତ ଇଲାକା ମଦନପୁର ରାମପୁର ବ୍ଲକର ତେଜିପଡା ଗାଁର ଶଙ୍କର ବରିହା ହେଉଛନ୍ତି ସେହି ନିଖୋଜ ଦାଦନ ଶ୍ରମିକ । ତେବେ ସେ ଜଣେ ଗରିବ ପରିବାର ହୋଇଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ଗୁଜୁରାଟର ଅହମ୍ମଦବାଦକୁ ୨୦ ବର୍ଷ ତଳେ ଦାଦନ ଖଟିବାକୁ ଯାଇଥିଲେ । ସେଠାରୁ ଯାହା କିଛି ରୋଜଗାର କରୁଥିଲେ ସେଥିରେ ଚଳୁଥିଲେ । ନିଜ ରୋଜଗାର ଅର୍ଥରୁ ଭଲ ଘର ଖଣ୍ଡେ ନିର୍ମାଣ କରି ପରିବାର ଲୋକଙ୍କ ଦୁଃଖକୁ ଦୂର କରିବେ ବୋଲି ସେ ପ୍ରତ୍ୟେକ ମାସରେ ଘରକୁ ଟଙ୍କା ପଠାଉଥିଲେ । ହଠାତ ସେ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକେ ଖବର ପାଇଥିଲେ।

ଏହା ବି ପଢନ୍ତୁ- ଘୁମୁରା ୨୦୨୩: ନୌକାଚାଳନା ଓ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ

ଏହି ଘଟଣାକୁ ଦୀର୍ଘ ୨୦ ବର୍ଷ ବିତି ଯାଇଥିଲା । ପୁଅର ନିଖୋଜ ଆଉ ଅନ୍ୟପଟେ ଅଭାବ ଅନଟନ ମଧ୍ୟରେ ରହି ଆସୁଥିଲେ ପରିବାର । ଗତ କିଛି ଦିନ ତଳେ ଶଙ୍କରଙ୍କ ଅଞ୍ଚଳର ଜଣେ ଶ୍ରମିକ ଗୁଜୁରାଟକୁ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ। ସେ ସେଠାରେ ଶଙ୍କର ବରିହାଙ୍କ ସହ ମିଶି ତାଙ୍କ ପରିଚୟ ମାଗିଥିଲେ । ଏହି ସମୟରେ ସେହି ଶ୍ରମିକ ଜଣକ ଶଙ୍କର ବରିହାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ । ପରେ ସେହି ଶ୍ରମିକ ଜଣକ ଶଙ୍କର ବରିହାଙ୍କୁ ଆଣି ତାଙ୍କ ଘରେ ଛାଡ଼ି ଦେଇଥିବା ଜଣାପଡ଼ିଛି । ଦୀର୍ଘ ୨୦ବର୍ଷ ପରେ ଶଙ୍କରଙ୍କୁ ଦେଖି ପରିବାର ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା ବେଳେ ପରିବାରର ଖୁସିର ଲହରୀ ଖେଳିଯାଇଛି ।

ସେପଟେ ଜିଲ୍ଲାରୁ ଅନେକ ଲୋକ ପରିବାର ପ୍ରତିପୋଷଣ ପାଇଁ ଘରକୁ ଯାଇଥାନ୍ତି । ଏହି ଜିଲ୍ଲାରେ ବହୁଳ ମାତ୍ରାରେ ଦାଦନ ଦୁଃଖ ଦେଖିବାକୁ ମିଳେ । ସୁଦୂର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଅନେକ ଲୋକଙ୍କ ପ୍ରାଣହାନି ମଧ୍ୟ ଘଟିଛି । ଯେତେବେଳେ ଶଙ୍କର ଘରକୁ ଫେରିନଥିଲେ, ସେତେବେଳେ ପରିବାର ମନରେ ଅନେକ ଖରାପ ଭାବନା ଆସିଥିଲା । ମାତ୍ର ଶେଷରେ ପରିବାରରେ ଖେଳିଛି ଖୁସିର ଲହରୀ । ଦୀର୍ଘ ୨୦ବର୍ଷ ପରେ ନିଜ ଜନ୍ମସ୍ଥାନକୁ ଫେରିଛନ୍ତି ଶଙ୍କର ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.