ETV Bharat / state

ସହାୟତା ଅପେକ୍ଷାରେ ଚର୍ଚ୍ଚିତ 'ମେଲଘର' - ମେଲଘର

କଳାହାଣ୍ଡି ଜିଲ୍ଲାର ମେଲଘର ଗାଁ ଦିନେ ବେଶ ଚର୍ଚ୍ଚାରେ ରହିଥିଲା । ସ୍ତ୍ରୀର ଶବକୁ ବୋହି ନିଜ ପାଇଁ ପରିଚୟ ସୃଷ୍ଟି କରିଥିବା ଦାନ ମାଝୀଙ୍କ ଗାଁ ହେଉଛି ମେଲଘର । ତେବେ ଏବେବି କିପରି ରହିଛି ମେଲଘରର ଅବସ୍ଥା ସେନେଇ ସ୍ଥିତି ପରଖିଥିଲୁ ଆମେ । ଏନେଇ ଆମର ସ୍ବତନ୍ତ୍ର ରିପୋର୍ଟ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Jun 16, 2019, 7:56 PM IST

ଭବାନୀପାଟଣା: ଦାନ ମାଝୀ, ଦିନେ ନିଜ ସ୍ତ୍ରୀର ଶବକୁ କାନ୍ଧେଇ ବେଶ ଚର୍ଚ୍ଚାକୁ ଆସିଥିଲେ । ଅନେକ କାରଣରୁ ସେ ଖବରର ଶିରୋନାମା ପାଲଟିଥିଲେ । କେତେବେଳେ ତୃତୀୟ ବିବାହକୁ ନେଇ ତ ପୁଣି କେତେବେଳେ ଗାଡ଼ି କିଣାକୁ ନେଇ । ତେବେ ଗତ ଦୁଇ ବର୍ଷ ମଧ୍ୟରେ ଦାନଙ୍କ ନିକଟକୁ ସରକାରୀ ଓ ବେସରକାରୀ ସ୍ତରରୁ ଆସିଛି ଲକ୍ଷାଧିକ ଟଙ୍କାର ସହାୟତା ରାଶି । ଏହା ମଧ୍ୟରେ ବଦଳିଛି ଦାନଙ୍କ ଜୀବନ ଶୈଳୀ । 3 ଝିଅ ଏବେ ଭୁବନେଶ୍ବରର ଏକ ପ୍ରତିଷ୍ଠିତ କଲେଜରେ ଶିକ୍ଷା ଗ୍ରହଣ ମଧ୍ୟ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଦାନ ମାଝୀଙ୍କ ଶବବୁହା ଘଟଣାର 2 ବର୍ଷ ପରେ ମେଲଘରା ଗାଁର ସ୍ଥିତି ପରଖିବାକୁ ପହଞ୍ଚିଥିଲା ଇଟିଭି ଭାରତ । ଗାଁରେ ପ୍ରବେଶ ମାତ୍ରକେ ଆମେ ଦେଖିଥିଲୁ ଦାନ ମାଝୀ ନିଜ ଘର ତିଆରିରେ ବ୍ୟସ୍ତ । ପ୍ରଶାସନ 4 ଡିସିମିଲି ଜମି ଦେବା ସହିତ ଇନ୍ଦିରା ଆବାସ ଯୋଜନାରେ ତାଙ୍କୁ ସାମିଲ କରିଛି । ତେବେ ଦାନଙ୍କ ପାଇଁ ଚର୍ଚ୍ଚାକୁ ଆସିଥିବା ମେଲଘର ଗାଁର ଅବସ୍ଥା ଯଥା ପୂର୍ବଂ, ତଥା ପରଂ ଭଳି । ଆଜିବି ସେହିଭଳି ଅବହେଳିତ ଅବସ୍ଥାରେ ରହିଛି ମେଲଘର ।

ଗାଁକୁ ରାସ୍ତାଟିଏ ନଥିବା ସହ ଝରଣା ପାଣି ହିଁ ଭରସା । କହିବାକୁ ଗଲେ ବିଶୁଦ୍ଧ ପାନୀୟ ଜଳ, ବିଜୁଳି ଭଳି ମୌଳିକ ସୁବିଧା ଆଜି ବି ଅପହଞ୍ଚ ହୋଇ ରହିଛି । ସେ ଶିକ୍ଷା ହେଉ ଅବା ସ୍ବାସ୍ଥ୍ୟ ନାକରୁଣ୍ଡି ଡାକ୍ତରଖାନା ଆଜି ବି ଫାର୍ମାସିଷ୍ଟ ଭରସାରେ ଚାଲିଛି । ଆଉ ଭଙ୍ଗା ଦଦହା କୋଠାରେ ଚାଲିଛି ଶୈଶବଙ୍କୁ ଶିକ୍ଷାଦାନ । ଶବବୁହା ଘଟଣା ସମୟରେ ନେତାମନ୍ତ୍ରୀ ତଥା ପ୍ରଶାସନିକ ଅଧିକାରୀ ମେଲଘର ଯାଇ ଗ୍ରାମବାସୀଙ୍କୁ ଅନେକ ବିକାଶର ସ୍ବପ୍ନ ଦେଖାଇଥିଲେ ।
ହେଲେ ସ୍ବପ୍ନ ସ୍ବପ୍ନରେ ରହିଯାଇଛି ।

ଦାନଙ୍କ ବାହାଘର ଓ ବାଇକ କିଣା ପ୍ରସଙ୍ଗକୁ ଏବେ ମଧ୍ୟ ଗଣମାଧ୍ୟମ ଚର୍ଚ୍ଚା କରୁଥିବେ ବେଳେ ଗାଁର ସ୍ଥିତି ନେଇ ଦାନ ଓ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ସେପଟେ ରାଜନେତା ଓ ପ୍ରଶାସକ ଗାଁର ସାମଗ୍ରିକ ବିକାଶ ଦିଗରେ ପଦକ୍ଷେପ ନିଆଯାଉଥିବା ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:Body:

EY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.