ETV Bharat / state

Mao Operation: କଳାହାଣ୍ଡି ପାହାଡ଼ପଦର ଜଙ୍ଗଲରେ ମାଓବାଦୀଙ୍କ ଛତ୍ରଭଙ୍ଗ

କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଧୀନ ପାହାଡ଼ପଦର ଜଙ୍ଗଲରେ ଛତ୍ରଭଙ୍ଗ ଦେଲେ ମାଓବାଦୀ । ଉକ୍ତ ସ୍ଥାନରୁ ଅନେକ ମାଓ ସାମଗ୍ରୀ ଜବତ କରିଛି । ଅଧିକ ପଢନ୍ତୁ

author img

By

Published : Dec 10, 2022, 4:05 PM IST

Updated : Dec 10, 2022, 4:33 PM IST

Mao Operation: କଳାହାଣ୍ଡି ପାହାଡ଼ପଦର ଜଙ୍ଗଲରେ ମାଓବାଦୀଙ୍କ ଛତ୍ରଭଙ୍ଗ
Mao Operation: କଳାହାଣ୍ଡି ପାହାଡ଼ପଦର ଜଙ୍ଗଲରେ ମାଓବାଦୀଙ୍କ ଛତ୍ରଭଙ୍ଗ
Mao Operation: କଳାହାଣ୍ଡି ପାହାଡ଼ପଦର ଜଙ୍ଗଲରେ ମାଓବାଦୀଙ୍କ ଛତ୍ରଭଙ୍ଗ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ପାହାଡପଦର ଜଙ୍ଗଲରେ ପୋଲିସର ସର୍ଚ୍ଚ ଅପରେସନ ପରେ ଛତ୍ରଭଙ୍ଗ ଦେଲେ ଲାଲ ବାହିନୀ । ଛତ୍ରଭଙ୍ଗ ପରେ ଉକ୍ତ ମାଓ କ୍ୟାମ୍ପରୁ ପୋଲିସ ଅନେକ ମାଓ ସାମଗ୍ରୀ ଜବତ କରିଥିବା କଳାହାଣ୍ଡି ଏସପି ଅଭିଳାଷ ଜି ଏନେଇ ସୂଚନା ଦେଇଛନ୍ତି ।

ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦର ଜଙ୍ଗଲ ମଧ୍ୟରେ ଥିବା କାଞ୍ଚନମୁହୀ ଗାଁ ନିକଟରେ ଶସସ୍ତ୍ର ମାଓବାଦୀ କ୍ୟାମ୍ପ କରିଥିବା ନେଇ ସୁରକ୍ଷାକର୍ମୀ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଏହାପରେ ଏସଓଜି ଓ ଡିଭିଏଫ (DVF )କୁ ନେଇ ଆଣ୍ଟି ନକ୍ସଲ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ସୁରକ୍ଷାକର୍ମୀଙ୍କୁ ଦେଖି ଛତ୍ରଭାଙ୍ଗ ଦେଇଥିଲେ ମାଓବାଦୀ । ବଂଶଧାରା ଘୁମୁସର ନାଗାବଳୀ ଡିଭିନ ସିପିଆଇ ମାଓବାଦୀର ନିୟମଗିରି ଏରିଆ କମିଟି କମାଣ୍ଡର କୁନି ମାଝୀ ଓ ଇନ୍ଦୁ ମାଝୀ ଅନ୍ୟ ମାଓବାଦୀ କର୍ମୀଙ୍କୁ ନେଇ ସେଠାରେ ଗୁରୁତ୍ବପୂର୍ଣ୍ଣ ବୈଠକ କରୁଥିଲେ ।

ଏହା ବି ପଢନ୍ତୁ- Mao Operation: ଏନକାଉଣ୍ଟରରେ ଟଳିଲେ ୨ ମହିଳା ମାଓବାଦୀ

ଏହି ସମୟରେ ସେମାନେ ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିବା ନେଇ ସୂଚନା ଦେଇଛନ୍ତି ଏସପି ଅଭିଳାଷ ଜି । ମାଓବାଦୀ ଛତ୍ରଭଙ୍ଗ ଦେବା ପରେ ମାଓବାଦୀଙ୍କ ଅନେକ ବ୍ୟବହାର ସାମଗ୍ରୀକୁ ଜବତ କରିଛନ୍ତି ସୁରକ୍ଷାକର୍ମୀ । ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ କିଟ ବ୍ୟାଗ, ମାଓ ପୋଷାକ, ଆଇଇଡି, ୱେର, ୯ଟି ଡିଟୋନେଟର ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଅଭିଳାଷ ଜି ।

ତେବେ ସୂଚନା ଥାଉ କି ଗତ ୬ ତାରିଖରେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲୀ ସୀମାନ୍ତ ଗୋଚ୍ଛାପଡ଼ା ଥାନା ମାଟାକୁପା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବନିମୟ ହୋଇଥିଲା । ଏଥିରେ ୨ ମହିଳା ମାଓବାଦୀ ନିହତ ହୋଇଥିଲେ । ଉକ୍ତ ସ୍ଥାନରୁ ୪ ଫାୟାର ଆର୍ମ, ଗୋଟିଏ ଇନସାସ ରାଇଫଲ, ୧୧ ରାଉଣ୍ଡ ଗୁଳି, ଗୋଟିଏ ଆଇଡି ସହ ବହୁ ମାଓ ସାମଗ୍ରୀ ଜବତ କରିଥିଲା ପୋଲିସ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Dec 10, 2022, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.