ETV Bharat / state

ଖଣି ଖନନକୁ ବିରୋଧ, କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର - ତିଜମାଳି ଖଣି ଖନନକୁ ବିରୋଧ

Mao Poster In Kalahandi: ତିଜମାଳି ଖଣି ଖନନକୁ ବିରୋଧ କରି ଲାଗିଲା ମାଓ ପୋଷ୍ଟର । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର କେରପାଇ ଗାଁରେ ମାଓ ପୋଷ୍ଟର ଠାବ । ଅଧିକ ପଢନ୍ତୁ

କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର
କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର
author img

By ETV Bharat Odisha Team

Published : Dec 15, 2023, 1:39 PM IST

କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ତିଜମାଳି ଖଣି ଖନନକୁ ମାଓବାଦୀଙ୍କ ଦୃଢ ବିରୋଧ । ଖଣି ଖନନକୁ ବିରୋଧ କରି ମାଓ ପୋଷ୍ଟର ଲଗାଇଲେ ଲାଲବାହିନୀ । ଆଜି ଥୁଆମୂଳ ରାମପୁର ବ୍ଲକର କେରପାଇ ଗାଁ ମୁଣ୍ଡରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସିପିଆଇ ମାଓବାଦୀ ବଂଶଧାରା ନାଗାବଳୀ ଡିଭିଜନାଲ କମିଟି (ବାଘୁନା ) ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ଏଥିରେ ତିଜମାଳି ଖଣି ଖନନ ବିରୋଧରେ ଏକାଠି ହେବାକୁ ଲୋକମାନଙ୍କୁ ଆହ୍ବାନ କରାଯାଇଛି ।

କିଛି ଦିନର ନୀରବତା ପରେ ପୁଣିଥରେ ଥୁଆମୂଳ ରାମପୁର ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିଛନ୍ତି ଲାଲବାହିନୀ । ବିଭିନ୍ନ ସମୟର ଆକ୍ରମଣ ହେଉ ଅବା ପୋଷ୍ଟର ମାରି ନିଜର ଉପସ୍ଥିତିକୁ ଜାହିର କରିଆସୁଥିବା ବେଳେ ଏବେ ଖଣି ଖନନକୁ ବିରୋଧ କରିଛି ଲାଲ ସଂଗଠନ । ବଡ଼ କଥା ହେଉଛି, ପୋଲିସ ଡିଜି ସୁନୀଲ ବଂଶଲ ଗତକାଲିଠୁ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଅଛନ୍ତି । ଏହି ସମୟରେ ପୁଣିଥରେ ଥୁଆମୂଳ ରାମପୁର ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ଖଣି ଖନନକୁ ବିରୋଧ; କାଶୀପୁରରେ ଲାଗିଲା ମାଓ ପୋଷ୍ଟର

ଥୁଆମୂଳ ରାମପୁର ବ୍ଲକର ବହୁଚର୍ଚ୍ଚିତ ତିଜମାଳି ଖଣିକୁ ମୈତ୍ରୀ କମ୍ପାନୀକୁ ଟେକି ଦେବାକୁ ସରକାର ଯୋଜନା କରୁଥିବା ବେଳେ ଏହାକୁ ବିରୋଧ କରି ସିପିଆଇ ମାଓବାଦୀ ବଂଶଧାରା ନାଗାବଳୀ ଡିଭିଜନାଲ କମିଟି (ବାଘୁନା ) ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଛି । କେରପାଇ ଗାଁ ମୁଣ୍ଡ ଛକରେ ଥିବା ଦୋକାନ ସାମ୍ନା ପଣସ ଗଛରେ ଲାଗିଛି ଏହି ପୋଷ୍ଟର । ଏଥିରେ ଲେଖାଯାଇଛି, ''ଜୀବନ ଜୀବିକା, ସଂସ୍କୃତି, ପରିବେଶ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଏକଜୁଟ ହୁଅନ୍ତୁ । ଖଣି ଖନନ ଓ ବିସ୍ଥାପନ ବିରୋଧରେ ଶସସ୍ତ୍ର ପ୍ରତିରୋଧ ଓ ଆନ୍ଦୋଳନ ଗଢି ତୋଳନ୍ତୁ । ପୋଲିସ ଦମନ ଓ ଦଲାଲ ନେତାଙ୍କୁ ବିରୋଧ କରନ୍ତୁ ।'' ଏଥିସହ ମୈତ୍ରୀ କମ୍ପାନୀ ପାଇଁ କାମ କରୁଥିବା ଦଲାଲମାନଙ୍କୁ ଦଣ୍ଡ ଦେବା ପାଇଁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।

ଦିନକ ପୂର୍ବରୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡିବିସି ଗାଁରେ ମଧ୍ୟ ମାଓ ପୋଷ୍ଟର ଠାବ ହୋଇଥିଲା । ସିଜିମାଳି, କୁଟ୍ରୁମାଳି, ମାଞ୍ଜିଙ୍ଗମାଳି ଖଣି ଖନନକୁ ବିରୋଧ କରି ମାଓବାଦୀଙ୍କ ବାସଧାରା-ଘୁମସୁର-ନାଗାବଳୀ ଡିଭିଜିନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିଲା । ଏଥିରେ ମଧ୍ୟ ଖଣି ଖନନ ପାଇଁ କାର୍ଯ୍ୟ କରୁଥିବା ଦଲାଲମାନଙ୍କୁ କାମ ଛାଡିବାକୁ ଚେତାବନୀ ଦିଆଯାଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.