ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ପୋଷ୍ଟର ମାଧ୍ୟମରେ ମାଓବାଦୀ ନିଜର ଉପସ୍ଥିତ ଜାହିର କରିଛନ୍ତି । ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ଘାଟିକୁଣ୍ଡରୁରେ ମାଓବାଦୀମାନେ ପୋଷ୍ଟର ମାରିଛନ୍ତି ।
ପୋଷ୍ଟରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଫାସିବାଦ ନୀତିକୁ ବିରୋଧ କରିଛନ୍ତି । ଚାଷୀଙ୍କୁ ମୁକ୍ତ ଆର୍ଥିକ ସହାୟତା ସହ ଆତ୍ମନିର୍ଭରଶୀଳ ନାଁରେ ଘରୋଇ କାରଣକୁ ବିରୋଧ କରିଛନ୍ତି । ଏବଂ ଏହାସହ ବାହାର ରାଜ୍ୟକୁ ଶ୍ରମିକମାନେ ନଯାଇ ନିଜ ରାଜ୍ୟ ଭିତରେ ସରକାର ତାଙ୍କୁ କାମ ଯୋଗାଇଦେବା ପାଇଁ ସେମାନେ ଦାବି କରିଛନ୍ତି ।
କୋରୋନା ନିୟନ୍ତ୍ରଣ ନାଁରେ ଔଷଧ ଓ ମେଡିକାଲ ସାମଗ୍ରୀ କିଣିବାରେ ଦୁର୍ନିତୀର ଅଭିଯୋଗ ନେଇ ଏହାର ଉଚିତ ତଦନ୍ତ ଏବଂ କାର୍ଯ୍ୟନୁଷ୍ଠାନ ପାଇଁ ସେମାନେ ପୋଷ୍ଟର ମାଧ୍ୟମରେ ଦାବି କରିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ