ETV Bharat / state

ଭଶାଣି ପ୍ରସ୍ତୁତି ବେଳେ ଆକ୍ରମଣ କଲେ ମହୁମାଛି, 5 ଛାତ୍ର ଗୁରୁତର

କଲମପୁର ଦୁର୍ଗା ମାଧବ ହାଇସ୍କୁଲରେ ଅଘଟଣ । ମହୁମାଛି ଆକ୍ରମଣ କରିବାରୁ ୫ ଛାତ୍ର ଗୁରୁତର । ଅଧିକ ପଢନ୍ତୁ

ମହୁମାଛି ଆକ୍ରମଣରେ ୫ଛାତ୍ର ଗୁରୁତର
ମହୁମାଛି ଆକ୍ରମଣରେ ୫ଛାତ୍ର ଗୁରୁତର
author img

By

Published : Sep 4, 2022, 9:50 AM IST

ଭବାନୀପାଟଣା: ଗଣେଶ ଭଶାଣି ପାଇଁ ସ୍କୁଲରେ ପ୍ରସ୍ତୁତି ଚାଲିଥିବା ବେଳେ ହଠାତ ଘଟିଲା ଅଘଟଣ । ମହୁମାଛି ଆକ୍ରମଣ(Bee Attack) କରିବାରୁ ୫ ଛାତ୍ର ଗୁରୁତର । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଲମପୁର ଦୁର୍ଗା ମାଧବ ହାଇସ୍କୁଲରେ । ସମସ୍ତ ଗୁରୁତର ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ମହୁମାଛି ଆକ୍ରମଣରେ ୫ଛାତ୍ର ଗୁରୁତର

ମିଳିଥିବା ସୂଚନା ଅନୁଯାୟୀ ଦୁର୍ଗା ମାଧବ ହାଇସ୍କୁଲରେ ଗଣେଶ ପୂଜା ପରେ ଶନିବାର ଭଶାଣି ପାଇଁ ପ୍ରସ୍ତୁତି ଚଳାଇଥିଲେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ । ଏହି ସମୟରେ ସ୍କୁଲ ନିକଟରେ ଥିବା ଏକ ପାଣି ଟାଙ୍କିରୁ ମହୁମାଛି ଆସି ଛାତ୍ରଛାତ୍ରୀକୁ ଗୋଡ଼ାଇଥିଲେ । ପ୍ରାଣ ବିକଳରେ ସମସ୍ତେ ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ୫ଜଣ ଛାତ୍ରଙ୍କୁ ମହୁମାଛି ଆକ୍ରମଣ କରିଥିଲା । ଫଳରେ ଗୁରୁତର ଅବସ୍ଥାରେ ସେମାନଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆଖି ବୁଜିଲା ଅସୁସ୍ଥ ଦନ୍ତା

ଦୀର୍ଘ ଦିନରୁ ସ୍କୁଲ ନିକଟରେ ଥିବା ପାଣି ଟାଙ୍କିରେ ମହୁମାଛି ବସା କରି ରହିଥିବା ବେଳେ ସ୍କୁଲ ପକ୍ଷରୁ ପଞ୍ଚାୟତ ଅଧିକାରୀ ଓ ସରପଞ୍ଚଙ୍କ ବହୁବାର ଅବଗତ କରାଯାଇଥିଲା । କିନ୍ତୁ ଏନେଇ କେହି କର୍ଣ୍ଣପାତ କରିନଥିଲେ । ଯାହା ଫଳରେ ଶନିବାର ଛାତ୍ରଛାତ୍ରୀ ମାନଙ୍କୁ ମହୁମାଛି ଆକ୍ରମଣ କରିଥିଲା । ସମସ୍ତ ଆହତ ଛାତ୍ର କଲମପୁର ଗାଁର ବୋଲି ଜଣାପଡିଛି ।

ସେପଟେ ମେଡ଼ିକାଲରେ ଛାତ୍ରଙ୍କୁ ଚିକିତ୍ସା ଯୋଗାଇ ଦେବା ପରେ ବର୍ତ୍ତମାନ ଗୁରୁତର ଛାତ୍ରଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଏଥିସହ ଚିକିତ୍ସା ମଧ୍ୟ ଜାରି ରହିଛି । ଯଥାଶୀଘ୍ର ପଞ୍ଚାୟତ ଅଧିକାରୀ ଏହି ସମସ୍ୟାର ସମାଧାନ ପୂର୍ବକ ସେହି ପାଣି ଟାଙ୍କିରୁ ମହୁମାଛି ଫେଣାକୁ ବାହାର କରିବା ପାଇଁ ଦାବି ହୋଇଛି । ଏନେଇ ସ୍କୁଲ ଶିକ୍ଷକ ବା ଆହତ ଛାତ୍ରଙ୍କ ଅଭିଭାବକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଖାଲି ଦେଖିବାକୁ ବାକି ରହିଲା ଏପରି ଅଘଟଣ ପରେ ପଞ୍ଚାୟତ ଅଧିକାରୀ କଣ ପଦକ୍ଷପ ନେଉଛନ୍ତି । ଯଦି କୌଣସି ପଦକ୍ଷପ ଗ୍ରହଣ କରାନଯାଏ ତେବେ ଆଗକୁ ମଧ୍ୟ ମହୁମାଛି ଆକ୍ରମଣରେ ଅନେକ ଛାତ୍ରଛାତ୍ରୀ ଗୁରୁତର ହେବାର ସମ୍ଭାବନା ରହିଛି । ତେଣୁ ଏଥି ପ୍ରତି ପଞ୍ଚାୟତ ଅଧିକାରୀ ଦୃଷ୍ଟି ଦେବା ଆବଶ୍ୟକ ରହିଛି । ପୂର୍ବରୁ ଯଦି ପଞ୍ଚାୟତ ଅଧିକାରୀ ଏହି ମହୁଫେଣାକୁ ସ୍କୁଲରୁ ହଠାଇବା ପାଇଁ ପଦକ୍ଷପ ନେଇଥାନ୍ତେ, ତେବେ ବୋଧହୁଏ ଶନିବାର ଏପରି ଅଘଟଣର ସମ୍ମୁଖୀନ ହୋଇନଥାନ୍ତେ ଛାତ୍ରଛାତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.