ଭବାନୀପାଟଣା: ମଦନପୁର ରାମପୁର ବନ ବିଭାଗ ପକ୍ଷରୁ ୭୧ତମ ବନମହୋତ୍ସବ ପାଳିତ ହୋଇଛି। ସ୍ଥାନୀୟ କୁସୁମ ଦେଇ ଜଙ୍ଗଲ ରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପର୍ଯାୟ କ୍ରମେ ରେଞ୍ଜର ୧୦ ହେକ୍ଟର ଜଙ୍ଗଲରେ ପ୍ରାୟ ୧୬ ହଜାର ବୃକ୍ଷରୋପଣ ପାଇଁ ଲକ୍ଷ୍ୟ ରଖିଛି ବନ ବିଭାଗ।
ଏହି କାର୍ଯ୍ୟକ୍ରମରେ ମଦନପୁର ରାମପୁର ସରପଞ୍ଚ ଚିତ୍ତରଂଜନ ବାଗ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ଯକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଉଦ୍ଧଵ ପଣ୍ଡା, ଭଗବାନ ଭୋଇଙ୍କ ସମେତ ବହୁ ବନ କର୍ମଚାରୀ ଯୋଗ ଦେଇଥିଲେ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ