ETV Bharat / state

ଏସଟିଏଫ ପଞ୍ଝାରେ ବାଘଛାଲ ଡିଲର, ୨ ଗିରଫ

author img

By

Published : Apr 25, 2023, 7:50 AM IST

STF ଜାଲରେ ବାଘଛାଲ ବେପାରୀ । କନ୍ଧମାଳ ଜିଲ୍ଲା ଖଜୁରିପଡ଼ାରୁ ୨ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଅଧିକ ପଢ଼ନ୍ତୁ

two dealer arrested by stf police
two dealer arrested by stf police
STF ଜାଲରେ ବାଘଛାଲ ଡିଲର

ଭୁବନେଶ୍ବର: ରାଜ୍ୟରେ ମାତିଛନ୍ତି ବାଘଛାଲ ବେପାରୀ । STF ଜାଲରେ ବାଘଛାଲ ବେପାରୀ । କନ୍ଧମାଳ ଜିଲ୍ଲା ଖଜୁରିପଡ଼ାରୁ ୨ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଏମାନଙ୍କ ଠାରୁ ଗୋଟିଏ କଲରାପତରିଆ ବାଘଛାଲ ଜବତ କରିଛି । ଫୁଲବାଣୀ ପୋଲିସ ଓ କନ୍ଧମାଳ ପୋଲିସର ମିଳିତ ସହଯୋଗରେ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି । ଦୁଇଜଣଙ୍କ ବିରୋଧରେ ଏସଟିଏଫର କେଶ ନମ୍ବର ୮ ସେକସନ ୩୭୯, ୪୪୧, ୧୨ବି , ୩୪ ଆଇପିସି ସହ ବନ୍ୟଜନ୍ତୁ ସୁରକ୍ଷା ଆଇନ ଆଧାରରେ ମାମଲା ରୁଜୁ କରାଯାଇଛି । ତେବେ ଏହି ଦୁଇଜଣ ଡିଲର ମଧ୍ୟସ୍ଥି ବା ମିଡିଲମ୍ୟାନ ହୋଇଥିବା ବେଳେ ଡିଲ ଫାଇନାଲ କରୁଥିବା ବେଳେ ମାଡିବସିଛି ଏସଟିଏଫ ଟିମ୍‌ ।

ଏସ୍‌ଟିଏଫ୍‌ ଏସପି କହିଛନ୍ତି, "କିଛି ଟଙ୍କା ନେଇ ଏମାନେ କାମ କରୁଥିଲେ ବାଘଛାଲର ଡିଲ କରୁଥିଲେ । ସେମାନଙ୍କ ମୁଖ୍ୟ କାର୍ଯ୍ୟ ବେପାରୀ ଏବଂ ବିକ୍ରେତାଙ୍କ ମଧ୍ୟରେ ଯୋଗାଯୋଗ କରିବା । ବାଘଛାଳ ବିକ୍ରେତାଙ୍କୁ ଗ୍ରାହାକ ଯୋଗାଇବା । ତେବେ ମୁଖ୍ୟ ଅଭିଯୁକ୍ତ ବା ବେପାରୀ ଏଯାବତ ଧରା ହୋଇନାହିଁ । ସେ ଏସଟିଏଫ ସ୍କାନରରେ ରହିଛି ଖୁବ ଶୀଘ୍ର ତାକୁ ମଧ୍ୟ ଧରାଯିବ । ପୋଲିସ ଓ ବନ ବିଭାଗ ତନାଘନା ଆରମ୍ଭ କରିଛି । ସେମାନଙ୍କୁ ପଚରାଉଚରା କରାଯିବ । ଏହି ଘଟଣାର ଚେର କେଉଁ ଆଡକୁ ବ୍ୟାପିଛି ସେନେଇ ଏକ ମଧ୍ୟ ଯାଞ୍ଚ ଚାଲିଛି ।"

ସୂଚନା ଯୋଗ୍ୟ, ଏସଟିଏଫର ଏକ ଟିମ୍ ଖଜୁରିପଡ଼ାରେ ଚଢ଼ାଉ କରିଥିଲା । ସେଠାରେ ଦୁଇଜଣ ବ୍ୟବସାୟୀ ଏକ ବାଘଛାଲ ବିକ୍ରି କରିବାର ଡିଲ୍‌ କରୁଥିଲେ । ଡିଲ କରୁଥିବା ସମୟରେ STF ସେମାନଙ୍କୁ ଧରିଥିଲା । ଏହି ଦୁଇଜଣ ହେଲେ ସୁଜିତ ରାଜାସ୍ବଦୀପ ଓ ଧନଞ୍ଜୟ ବେହେରା । ଉଭୟଙ୍କୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟଚାଲାଣ କରାଯାଇଛି ବୋଲି ଏସଟିଏଫ ପକ୍ଷରୁ ସୂଚନା ଦିଆଯାଇଛି । ‌ଜବତ ବାଘଛାଲକୁ ଡେରାଡୁନ୍ ସ୍ଥିତ ଡବ୍ଲୁଆଇଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ପଠାଯିବ । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଏସଟିଏଫ୍ । ଉଭୟଙ୍କୁ ଫୁଲବାଣୀ ଏସ୍‌ଡିଜିଏମ କୋର୍ଟକୁ ପଠାଯାଇଛି । ସେମାନେ କାହିଁକି ବାଘଛାଲ ବେପର କରୁଥିଲେ ଆଉ କାହା କଥାରେ ଡିଲ୍‌ ହେଉଥିଲା ସେନେଇ ଅଧିକ ତଥ୍ୟ ପାଇଁ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି କହିଛନ୍ତି ଏସ୍‌ଟିଏଫ୍‌ ଏସପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.