ETV Bharat / state

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧାହେଲେ ଲାଞ୍ଜିଗଡ଼ CDPO - Vigilance team

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସିଡିପିଓ SHG ମହିଳାମାନଙ୍କ ବିଲ୍ କରେଇଦେବା ନାଁରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧାହେଲେ ଲାଞ୍ଜିଗଡ଼ CDPO

author img

By

Published : Oct 4, 2021, 10:41 PM IST

Updated : Oct 5, 2021, 4:52 PM IST

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଲାଞ୍ଜିଗଡ଼ ସିଡିପିଓ । SHG ମହିଳାମାନଙ୍କୁ ବିଲ୍ କରେଇଦେବା ନାଁରେ ଲାଞ୍ଚ ନେବା ମହଙ୍ଗା ସାବ୍ୟସ୍ତ ହୋଇଛି । ସୂଚନାନୁଯାୟୀ ଜୟପୁର ଓ ଭବାନୀପାଟଣାର ସ୍ବତନ୍ତ୍ର ଭିଜିଲାନ୍ସ ଟିମ୍ ଆଜି (ସୋମବାର) ତାଙ୍କ କାର୍ଯ୍ୟାଳୟ ପରିସରରୁ ରଙ୍ଗ ବୋଳା ୮୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧାହେଲେ ଲାଞ୍ଜିଗଡ଼ CDPO

ତେବେ ଭିଜିଲାନ୍ସ ବିଭାଗର ସୂଚନାନୁସାରେ ଲାଞ୍ଜିଗଡ଼ ବ୍ଲକରେ ଛତୁଆ ପ୍ରସ୍ତୁତ କରୁଥିବା ପାଞ୍ଚଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ବିଲ୍ ବାବଦକୁ ୧୧ ଲକ୍ଷ ୫୯ ହଜାର ଟଙ୍କାର ବିଲ୍ କରାଇଦେବାକୁ ଅନୁରୋଧ କରିଥିବାବେଳେ ଏଥିପାଇଁ ସିଡିପିଓ ମୀନା କୁମାରୀ ପାତ୍ର ୮୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଉ ଏହାକୁ ନେଇ ସଂପୃକ୍ତ ମହିଳା ଗୋଷ୍ଠୀର ସଦସ୍ୟାମାନେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।

ସେପଟେ ସିଡିପିଓଙ୍କୁ ଗିରଫ କରିବା ସହ ଭବାନୀପାଟଣା ଠାରେ ଥିବା ତାଙ୍କ ବାସଭବନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

Last Updated : Oct 5, 2021, 4:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.