ETV Bharat / state

ହାଇଦ୍ରାବାଦରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ - dadana labour death

ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ ପୋଡ଼ାଗୁଡାର ଜଣେ ଶ୍ରମିକ ଦାଦନ ଖଟିବାକୁ ଯାଇ ତାଙ୍କର ମୃତ୍ୟୁ ଘଟିଥିଲା ।

labour death in kalahandi district
ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ
author img

By

Published : Mar 4, 2020, 8:00 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପାଇଁ ଦାଦନ ଶବ୍ଦ ଯେମିତି ଦେହସୁହା ହୋଇ ଗଲାଣି, ପ୍ରତି କିଛିଦିନ ବ୍ୟବଧାନରେ ରାଜ୍ୟ ବାହାରୁ ମୃତ ଦାଦନଙ୍କ ଶବ ଗାଁ ମୁହାଁ ହେଉଛି । ପେଟପାଟଣା ପାଇଁ ଯାଇଥିବା ଶ୍ରମିକ ମାନେ କେତବେଳେ ମାଲିକ ଦ୍ୱାରା ନିର୍ଯ୍ୟାତନାର ଶିକାର ହେଉଛନ୍ତି ତ କେତେବେଳେ ଦୁର୍ଘଟଣାରେ ଜୀବନ ହାରୁଛନ୍ତି ।

ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା କୋକସରା ବ୍ଲକ ବଡ ପୋଡ଼ାଗୁଡାର ଜଣେ ଯୁବକ ହେମରାଜ ଦୁର୍ଗା ତେଲେଙ୍ଗାନା ହାଇଦ୍ରାବାଦର ଏକ ଠିକାସଂସ୍ଥାରେ ଶ୍ରମିକ ଭାବେ ଘର ନିର୍ମାଣ କାମରେ ନିୟୋଜିତ ଥିଲେ । ସେହି ଯୁବକ ଜଣଙ୍କ ଗତ ୩ ଦିନ ତଳେ ୪ ମହଲା ଛାତ ଉପରୁ ଖସି ପଡିଥିଲେ ।

ଏନେଇ ତାଙ୍କ ସାଥି ଶ୍ରମିକମାନେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନେଇ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କମ୍ପାନୀରେ କାମ କରୁଥିବା ମୃତ ଦାଦନ ଶ୍ରମିକର ବଡଭାଇ କମ୍ପାନୀ ସହାୟତାରେ ଏକ ଆମ୍ବୁଲାନ୍ସରେ ତାଙ୍କୁ ଗାଁକୁ ଆଣି ପହଁଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି ।

କଳାହାଣ୍ଡିରୁ ଅଜିତ୍‌ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.