ETV Bharat / state

ଖଣ୍ଡୁଆଳ ମହୋତ୍ସବ ଅନୁଷ୍ଠିତ, ହଜାରେ ବର୍ଷର ଆଦିବାସୀ ସଂସ୍କୃତିର ଝଲକ ଦେଖିଲେ ଦର୍ଶକ

author img

By

Published : Oct 11, 2022, 9:49 AM IST

କଳାହାଣ୍ଡି ଜିଲ୍ଲା କଣୀଗୁମା ଗାଁରେ ଖଣ୍ଡୁଆଳ ଯାତ୍ରା ଅନୁଷ୍ଠିତ । ଏଥିରେ ହଜାରେ ବର୍ଷ ପୁରୁଣା ଆଦିବାସୀ ସଂସ୍କୃତି ଓ ପରମ୍ପରା ଦେଖିବାକୁ ମିଳିଥାଏ । ଏହି ଅବସରରେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟଜନ ହୋଇଥିଲା । ଅଧିକ ପଢ଼ନ୍ତୁ

ବହୁ ପୁରାତନ ଖଣ୍ଡୁଆଳ ଯାତ୍ରା ଅନୁଷ୍ଠିତ
ବହୁ ପୁରାତନ ଖଣ୍ଡୁଆଳ ଯାତ୍ରା ଅନୁଷ୍ଠିତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଣୀଗୁମା ଗାଁରେ ଖଣ୍ଡୁଆଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କର୍ଲାପାଟ ଅଭୟାରଣ୍ୟର ପର୍ବତ ଶିଖରରେ ପୂଜା ପାଆନ୍ତି ଖଣ୍ଡୁଆଳ ଦେବତା । କେଉଁ ଅନାଦି କାଳରୁ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଏଥିରେ ଦେଖିବାକୁ ମିଳେ ଆଦିବାସୀ ପରମ୍ପରାର ହଜାରେ ବର୍ଷ ପୁରୁଣା ରୀତିନୀତି । ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଥିଲେ ଗ୍ରାମବାସୀ ।ଆଧୁନିକତାର ଚାକଚକ୍ୟରେ ବି ବଦଳି ନାହିଁ ଆଦିବାସୀଙ୍କ ଆଦି ସଂସ୍କୃତି ଓ ପରମ୍ପରା ।

ଆଜି ବି ଆଦିବାସୀ ପରମ୍ପରାରେ ଦେଖିବାକୁ ମିଳେ ହଜାରେ ବର୍ଷ ପୁରୁଣା ରୀତିନୀତି ଓ ପରମ୍ପରା । ଆଦିବାସୀଙ୍କ ଏହି ପରମ୍ପରାର ଅନନ୍ୟ ଉଦାହରଣ ହେଉଛି ଖଣ୍ଡୁଆଳ ଯାତ୍ରା । କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟର ପର୍ବତ ଶିଖରରେ ପୂଜା ପାଆନ୍ତି ଖଣ୍ଡୁଆଳ ଦେବତା । ଆଉ କଣୀଗୁମା ଗାଁ ଲୋକେ ନିଜର ଇଷ୍ଟ ଦେବତା ମାନ୍ୟତା ଦେଇ ଖଣ୍ଡୁଆଳ ଦେବଙ୍କ ପୂଜାର୍ଚ୍ଚନା କରି ଆସୁଛନ୍ତି କେଉଁ ଅନାଦି କାଳରୁ । ଏହି ଯାତ୍ରାରେ ଆଖପାଖ ପ୍ରାୟ ୩୧ଟି ଗାଁ ଲୋକେ ସାମିଲ ହୁଅନ୍ତି । ଯାତ୍ରାପାଇଁ ସକାଳୁ ସକାଳୁ ଚଳଚଞ୍ଚଳ ହୋଇଉଠେ କାଣୀଗୁମା ଗାଁ । ବିଭିନ୍ନ ପ୍ରତିଯୋଗିତା, ନାଚ ଓ ଗୀତରେ ଝଲସି ଉଠିଥିଲା ସନ୍ଧ୍ୟା ।

ବହୁ ପୁରାତନ ଖଣ୍ଡୁଆଳ ଯାତ୍ରା ଅନୁଷ୍ଠିତ

ବିଗତ ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ବିନା ଭକ୍ତରେ ରୀତିନୀତି ଅନୁଯାୟୀ ପୂଜା ହୋଇଥିବାବେଳେ, ଚଳିତ ବର୍ଷ କଟକଣା ମୁକ୍ତ ହେବାରୁ ବେଶ ଆଡ଼ମ୍ବର ସହ ପାଳିତ ହୋଇଯାଇଛି ଖଣ୍ଡୁଆଳ ଯାତ୍ରା । ସ୍ଥାନୀୟ ଅଞ୍ଚଳର ମଙ୍ଗଳ କାମନା ପାଇଁ ରାଜରାଜୁଡା ଶାସନ ସମୟରୁ ପାଳିତ ହୋଇ ଆସୁଥିବା ଏହି ଯାତ୍ରାରେ ମାନସିକ ପୂରଣ ପାଇଁ ଭକ୍ତମାନେ ପଶୁବଳି ବି ଦେଇଥାନ୍ତି । ଏହି ଯାତ୍ରା ମାଧ୍ୟମରେ ଖଣ୍ଡୁଆଳ ଦେବତାଙ୍କ ପୂଜାର୍ଚ୍ଚନା ଦ୍ବାରା ଗାଁକୁ ରୋଗପୋକ ଦାଉରୁ ମଧ୍ୟ ରକ୍ଷା ମିଳିଥାଏ ବୋଲି ଅଞ୍ଚଳବାସୀଙ୍କ ବିଶ୍ବାସ ରହିଛି ।

୧୯୯୨ ମସିହାଠାରୁ ଏହି ଗାଁରେ ଖଣ୍ଡୁଆଳ ପୂଜା କମିଟି ଆରମ୍ଭ କଲା ଆଦିବାସୀ ମହିଳାଙ୍କ ବିକାଶ ପାଇଁ ଜୀବନଜୀବିକା ତଥା କଳା ସଂସ୍କୃତିକୁ ନେଇ ଅନେକ ପ୍ରତିଯୋଗିତା । ଯାହାକୁ ନେଇ ବେଶ ଉତ୍ସାହିତ ହୋଇଥିଲେ ଆଦିବାସୀ ମହିଳା । ଆଜିର ଏହି ଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଥିଲେ ଗ୍ରାମବାସୀ । ଖଣ୍ଡୁଆଳ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ଖଣ୍ଡୁଆଳ ଉତ୍ସବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଗବେଷକ ସତ୍ୟନାରାୟଣ ମୁଣ୍ଡଚିନା, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ପ୍ରମୁଖ ଯୋଗଦେଇ ଗ୍ରାମବାସୀଙ୍କ ସହ ଏହି ଖଣ୍ଡୁଆଳ ଯାତ୍ରାରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.