ETV Bharat / state

କନ୍ଧମାଳରେ ଭୁଷୁଡି ପଡିଛି ପଞ୍ଚାୟତରାଜ ବ୍ୟବସ୍ଥା, ଦାବିପତ୍ର ଦେଲା କଂଗ୍ରେସ

author img

By

Published : Mar 5, 2020, 6:50 PM IST

ପଞ୍ଚାୟତରାଜ ଦିବସ ଅବସରରେ କନ୍ଧମାଳ ଜିଲ୍ଲା କଂଗ୍ରେସ ତରଫରୁ ରାଜ୍ୟରେ ପଞ୍ଚାୟତରାଜ ବ୍ୟବସ୍ଥା ଭୁଶୁଡିବା, ଲୋକଙ୍କୁ ପଞ୍ଚାୟତରାଜ ବ୍ୟବସ୍ଥାରେ ସମ୍ବିଧାନର 73 ଓ 74 ଧାରା ଅନୁସାରେ ଥିବା ଅଧିକାର ଓ ପିଏମଏୱାଈ ଯୋଜନା ପ୍ରଭୃତିକୁ ନେଇ 5 ଦଫା ଦାବିରେ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଅଧିକ ପଢନ୍ତୁ...

kandhmal-congress-demand-panchayatraj-rights-of-people
କନ୍ଧମାଳ ଜିଲ୍ଲା କଂଗ୍ରେସର ପକ୍ଷରୁ ପଞ୍ଚାୟତରାଜ ଅଧିକାର ପାଇଁ ଦାବି

ଫୁଲବାଣୀ: ପଞ୍ଚାୟତିରାଜ ବ୍ୟବସ୍ଥାରେ ବିଡିଓ ରାଜକୁ ବନ୍ଦ କର। ସମସ୍ତ କାର୍ଯ୍ୟରେ ବିଡ଼ିଓଙ୍କ ଦସ୍ତଖତ ପାଇଁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଉ। ନିୟମିତ ପଲ୍ଲୀ ସଭା ଓ ଗ୍ରାମ ସଭା କରାଯାଉ। ପିଆରଆଇ ସଦସ୍ୟଙ୍କ ଭତ୍ତା ବୃଦ୍ଧି କରାଯାଉ ପ୍ରଭୃତି 5 ଦଫା ଦାବିରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି।

ଗୁରୁବାର ଫୁଲବାଣୀରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟରେ ପଞ୍ଚାୟତରାଜ ବ୍ୟବସ୍ଥା ଭୁଶୁଡି ପଡିଛି ଏବଂ ଲୋକଙ୍କୁ ପଞ୍ଚାୟତରାଜ ବ୍ୟବସ୍ଥାରେ ସମ୍ବିଧାନର 73 ଓ 74 ଧାରା ଅନୁସାରେ ଥିବା ଅଧିକାରକୁ ସରକାର ସଙ୍କୁଚିତ କରିଛନ୍ତି। ପିଏମଏୱାଈ ଯୋଜନା ପ୍ରଭୃତିରେ ୱାର୍ଡ ସଭ୍ୟା ସଭ୍ୟଙ୍କ ଅନୁମୋଦନ ବାଧ୍ୟତାମୂଳକ କରାଯାଉ। ଏପରି 5 ଦଫା ଦାବିରେ ଜିଲ୍ଲା କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା ଫୁଲବାଣୀ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଏଆଇସିସି ସଭ୍ୟ ଘନ ଶବର, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, କଂଗ୍ରେସ ନେତା ମନୋଜ କୁମାର ଆଚାର୍ଯ୍ୟ ପ୍ରମୁଖ ନେତା ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି । ରାଜ୍ୟ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ନାଁରେ ଦାବିପତ୍ର ଦିଆଯାଇଛି।

କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.