ETV Bharat / state

2 ଗଞ୍ଜେଇ ମାଫିଆ ଗିରଫ, ନଗଦ ଟଙ୍କା ସମେତ ମୋବାଇଲ ଜବତ - କଳାହାଣ୍ଡି ଜିଲ୍ଲା ପୋଲିସ

ବେଆଇନ ଗଞ୍ଜେଇ ଚାଲାଣବେଳେ 2 ଗଞ୍ଜେଇ ମାଫିଆଙ୍କୁ ବାନ୍ଧିଲା କଳାହାଣ୍ଡି ଜିଲ୍ଲା ପୋଲିସ । ସୂଚନା ଦେଲେ କଳାହାଣ୍ଡି ଏସପି ଶ୍ରବଣ ବିବେକ । ଅଧିକ ପଢ଼ନ୍ତୁ...

kalahandi police, two ganja smuggler arrested, ଗଞ୍ଜେଇ ମାଫିଆ ଗିରଫ, କଳାହାଣ୍ଡି ଜିଲ୍ଲା ପୋଲିସ , ବେଆଇନ ଗଞ୍ଜେଇ ଚାଲଣ
ଗଞ୍ଜେଇ ମାଫିଆ ଗିରଫ
author img

By

Published : Jun 28, 2021, 8:39 PM IST

ଭବାନୀପାଟଣା: ପୋଲିସ ପଞ୍ଝାରେ ଦୁଇ ଗଞ୍ଜେଇ ମାଫିଆ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ କଳାହାଣ୍ଡି ଦେଇ ପଡ଼ୋଶୀ ନୂଆପଡା ଜିଲ୍ଲାକୁ ଚାଲାଣ ହେଉଥିବା ପ୍ରାୟ ଏକ କ୍ବିଣ୍ଟାଲ ଗଞ୍ଜେଇକୁ ସୋମବାର ଜବତ କରିଛି କଳାହାଣ୍ଡି ପୋଲିସ ।

ଗଞ୍ଜେଇ ମାଫିଆ ଗିରଫ

ବେଆଇନ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଗୋଟିଏ ବୋଲେରୋ ଗାଡି, ୨ ଟି ମୋବାଇଲ, ନଗଦ ଟଙ୍କା ସହ ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କେସିଙ୍ଗା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ନୂଆପଡା ଜିଲ୍ଲା ବାମନ ପଡା ଗାଁର ଜୟରାମ ଅଡା ଓରଫ ବିକି ଏବଂ ଗଡ୍ରାମାଲ ଗାଁର ସତ୍ୟନାରାୟଣ ଛତ୍ରିଆ ବୋଲି ଜଣାପଡିଛି ।

ଘଟଣା ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣ ବିବେକ। ତେବେ ଅନେକ ସମୟରେ କଳାହାଣ୍ଡି ଜିଲ୍ଲା ଦେଇ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ହୋଇଥିବା ବେଳେ ସୀମାନ୍ତରେ କଡାକଡି଼ ଯାଞ୍ଚ ପାଇଁ ସାଧାରଣରେ ଦାବି ହେଉଛି।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.