ETV Bharat / state

ବେଲଗାମ ତୈଳ ଦର ବିରୋଧରେ କଳାହାଣ୍ଡି ଜିଲ୍ଲା କଂଗ୍ରେସର ବିକ୍ଷୋଭ

author img

By

Published : Jun 29, 2020, 10:34 PM IST

ସାରା ଦେଶରେ ବେଲଗାମ ହୋଇଛି ତୈଳ ଦର । ଏମିତିରେ ଦେଶବାସୀଙ୍କ ମଧ୍ୟରେ ତୈଳ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପ୍ରତିବାଦର ପନ୍ଥା ଆପଣାଇଛି । ସୋମବାର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

Uncontrolable fuel rate, raising fuel rate, kalahandi latest news, kalahandi district congress on protest, kalahandi district congress, ବେଲଗାମ ତୈଳ ଦର, ତୈଳ ଦର ବୃଦ୍ଧି, କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌, କଳାହାଣ୍ଡି ଜିଲ୍ଲା କଂଗ୍ରେସର ବିକ୍ଷୋଭ, କଳାହାଣ୍ଡି ଜିଲ୍ଲା କଂଗ୍ରେସ
ବେଲଗାମ ତୈଳ ଦର ବିରୋଧରେ କଳାହାଣ୍ଡି ଜିଲ୍ଲା କଂଗ୍ରେସର ବିକ୍ଷୋଭ

ଭବାନୀପାଟଣା: ସାରା ଦେଶରେ ବେଲଗାମ ହୋଇଛି ତୈଳ ଦର । ଏମିତିରେ ଦେଶବାସୀଙ୍କ ମଧ୍ୟରେ ତୈଳ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପ୍ରତିବାଦର ପନ୍ଥା ଆପଣାଇଛି । ସୋମବାର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

କୋରୋନା ମାହାମାରୀ ଦେଶବାସୀଙ୍କ ଜୀବିକାକୁ ପ୍ରଭାବିତ କରିଥିବା ବେଳେ ଦିନକୁ ଦିନ ବଢୁଥିବା ତୈଳ ଦର ଲୋକଙ୍କୁ ଚିନ୍ତା ଦ୍ବିଗୁଣିତ କରିଛି । ତେଣୁ ଏହା ବିରୋଧରେ ଦେଶବାସୀ ସ୍ବର ଉତ୍ତୋଳନ କରିବାର ଆବଶ୍ୟକତା ଥିବା ମତ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ।

ତେବେ ଏହି ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲା କଂଗ୍ରେସର କର୍ମୀମାନେ ଜିଲ୍ଲାପାଳଙ୍କ ଜରିଆରେ ଓ ବ୍ଲକସ୍ତରୀୟ କର୍ମୀମାନେ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.