ETV Bharat / state

ମନ୍ତ୍ରୀଙ୍କ ସ୍ବରରେ ଠକେଇ, ପିଏସଓ ସାଜି ଗ୍ରହଣ କରୁଥିଲା ଆତିଥ୍ୟ - kalahandi news

ପଞ୍ଚାୟତରାଜ ମନ୍ତ୍ରୀଙ୍କ ସ୍ବରରେ ଠକେଇ । ପଞ୍ଚାୟତ ପ୍ରତିନିଧିଙ୍କୁ ଟାର୍ଗେଟ କରି କରୁଥିଲା ଫୋନ । ମନ୍ତ୍ରୀଙ୍କ ପିଏସଓ ସାଜି ଗ୍ରହଣ କରୁଥିଲା ଆତିଥ୍ୟ।

ଡିଜାଇନ ଫଟୋ
author img

By

Published : Oct 10, 2019, 9:00 AM IST

କଳାହାଣ୍ଡି: ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ବରରେ ଠକେଇ । ପଞ୍ଚାୟତ ପ୍ରତିନିଧିଙ୍କୁ ଟାର୍ଗେଟ କରି କରୁଥିଲା ଫୋନ । ମନ୍ତ୍ରୀଙ୍କ ପିଏସଓ ସାଜି ଗ୍ରହଣ କରୁଥିଲା ଆତିଥ୍ୟ । ଠକାମୀ ଧରାପଡିବା ପରେ ନର୍ଲା ଥାନାରେ ଅଟକ ରହିଛି ଗଞ୍ଜାମ ଗୋଷାଣୀ ନୂଆଗାଁର ଅଶୋକ ନାଏକ ।

ଖବର ଅନୁଯାୟୀ, ଅଶୋକ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଫୋନ କରି ମନ୍ତ୍ରୀ ପ୍ରତାପ ଜେନା କଥା ହେବେ ବୋଲି କହୁଥିଲା । ଏହାପରେ ନିଜେ ସ୍ବର ବଦଳାଇ ମନ୍ତ୍ରୀଙ୍କ ସ୍ବରରେ କଥା ହେବା ସହ ଅଞ୍ଚଳରେ କାର୍ଯ୍ୟକ୍ରମ ଚୂଡାନ୍ତ କରୁଥିଲା । ହେଲେ କାର୍ଯ୍ୟକ୍ରମ ପୂର୍ବରୁ ନିଜେ ନ ଆସି ପାରି ପିଏସଓ ଯାଉଥିବାର କହୁଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ପରେ ମନ୍ତ୍ରୀଙ୍କ ପିଏସଓ ବେଶରେ ନିଜେ ଆସି ଆତିଥ୍ୟ ଗ୍ରହଣ କରି ମଉଜ କରୁଥିଲା । ତେବେ ଦଶହରା ସମୟରେ ଏପରି ଆତିଥ୍ୟ ଗ୍ରହଣ କରିବାକୁ ଅସିଥିବା ସମୟରେ ତା’ର ଠକାମୀ ଧରାପଡିଥିଲା । ନର୍ଲା ବ୍ଲକ ଅଧ୍ୟକ୍ଷାଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ଅଶୋକ ଧରାପଡିଥିଲା । ଏହା ପରେ ଲୋକେ ତାକୁ ଉତ୍ତମ ମଧ୍ୟମ ଦେବା ସହ ପୋଲିସ ଜିମାରେ ଦେଇଥିଲେ।

କଳାହାଣ୍ଡିରୁ ଅଜିତ୍‌ ସିଂହ, ଇଟିଭି ଭାରତ

Intro:ପଚାଂୟତରାଜ ମନ୍ତ୍ରୀ ଙ୍କ ନାଁ ରେ ଅଭିନବ ଠକେଇ । ଠକ ଙ୍କ ଟାର୍ଗେଟ ରେ ନିର୍ବାଚିତ ପ୍ରତିନିଧ୍ୟ । ପିଏସଓ ୪୨୦ ବର୍ତମାନ ନର୍ଲା ଥାନା ରେ ଅଟକ ।
ଏଙ୍କର-ପଚାଂୟତରାଜ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସ୍ୱର ରେ ପଚାଂୟତ ପ୍ରତିନିଧି ଙ୍କୁ ଫୋନ କରି ଅଭିନବ ଉପାୟ ରେ ଠକେଇ । ଠକ ନିଜେ ପ୍ରତାପ ଜେନା ଙ୍କ ସ୍ୱର ରେ କଥା ହୋଇ ନିଜ ପିଏସଓ କୁ ପଠାଉଥିବା ସୁଚନା ଦେଉଥିଲା । ଏବଂ ଠକ ପଚାଂୟତରାଜ ମନ୍ତ୍ରୀ ଙ୍କ ପିଏସଓ ସାଜି ଆତିଧ୍ୟ ଗ୍ରହଣ କରି ମଉଜ କରୁଥିଲା । ବର୍ତମାନ ଠକ ର ପର୍ଦ୍ଦାଫାସ ପରେ ନର୍ଲା ପୋଲିସ ଥାନା ରେ ଅଟକ ।

Body:ଭି.ଓ-ଠକ ର ଟାର୍ଗେଟ ରେ ନିର୍ବାଚିତ ପଚାଂୟତ ପ୍ରତିନିଧି । ପ୍ରଥମେ ଫୋନ କରି ପଚାଂୟତରାଜ ମନ୍ତ୍ରୀ ପ୍ରତାପ ଜେନା କଥା ହେବେ ବୋଲି ସୁଚନା ଦେଇ ନିଜେ ମନ୍ତ୍ରୀ ପ୍ରତାପ ଜେନା ସ୍ୱର କୁ ନକଲ କରି କଥା ହେଉଥିଲା । ଏବଂ ପରେ ଆଚଂଳ ରେ କାର୍ଯ୍ୟକ୍ରମ ଚୁଡାନ୍ତ କରୁଥିଲା । ହେଲେ କାର୍ଯ୍ୟକ୍ରମ ପୁର୍ବରୁ ନିଜେ ନ ଆସି ପାରି ନିଜ ପିଏସଓ ଯାଉଥିବା ସୁଚନା ଦେଉଥିଲା । ଏବଂ ଠକ ପଚାଂୟତ ପ୍ରତିନିଧି ଙ୍କ ଆତିଧ୍ୟ ଗ୍ରହଣ କରି ମଉଜ କରୁଥିଲା । ହେଲେ ଏବେ ଏହି ମଉଜ ମହଗାଂ ପଡିଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧ୍ୟକ୍ଷା ଙ୍କ ଠାରୁ ଏଭଳି ଦୁଇ ରୁ ତିନି ଥର ଠକ ଆତିଧ୍ୟ ଗ୍ରହଣ କରି ଦଶହରା ସମୟ ରେ ଅତିଧ୍ୟ ଗ୍ରହଣ ବେଳେ ଠକାମୀ ଧରାପଡିଛି । ଠକ ର ଠକାମୀ ଧରାପଡିବା ପରେ ଉତ୍ୟମ ମାଧ୍ୟମ ଖାଇ ବର୍ତମାନ ନର୍ଲା ଥାନା ରେ ଅଟକ ରହିଛି । ଠକ ଗଞାମ ଗୋଷାଣୀ ନୁଆଗାଁ ର ଅଶୋକ ନାଏକ ବୋଲି ଜଣାପଡିଥିବା ବେଳେ ଏଭଳି ମନ ରେ ଆଉ କଣ କଣ ଠକାମୀ କରିଛି ତଦନ୍ତ ଜାରୀ ରହିଛି ।
Conclusion:ବାଇଟ-ମନୋରମା ମହାନ୍ତି -ଅଧ୍ୟକ୍ଷା ନର୍ଲା ବ୍ଲକ ।
ବାଇଟ-ଗୋବିନ୍ଦ ତାଣ୍ଡି-ପଚାଂୟତ ସମିତି ସଭ୍ୟ ।
ବାଇଟ-ବାତୁଲା ଗଙ୍ଗ।ଧର-ଏସପି କଳାହାଠି
ପିଟୁସି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.