ETV Bharat / state

କଳାହାଣ୍ଡିରେ ଦୁଇ ଦିନରେ ୩୭ ପଜିଟିଭ ଚିହ୍ନଟ

author img

By

Published : Aug 3, 2020, 5:43 AM IST

ଶନିବାର ଚିହ୍ନଟ ହୋଇଥିବା ୧୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଲାଞ୍ଜିଗଡ଼ ଅଞ୍ଚଳର ରହିଛନ୍ତି । ଭବାନୀପାଟଣା ଅଞ୍ଚଳରୁ ୨ ଜଣ, ଜୁନଗଡ଼ ଓ ନର୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Kalahandi: 39 COVID-19 positive cases reported in two days
କଳାହାଣ୍ଡିରେ ଦୁଇ ଦିନରେ ୩୭ ପଜିଟିଭ ଚିହ୍ନଟ

କଳାହାଣ୍ଡି: ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ଜିଲ୍ଲାରେ ୧୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୭ ଜଣ ଚିହ୍ନଟ ହୋଇଛନ୍ତି ।

କଳାହାଣ୍ଡିରେ ଦୁଇ ଦିନରେ ୩୭ ପଜିଟିଭ ଚିହ୍ନଟ

ଶନିବାର ଚିହ୍ନଟ ହୋଇଥିବା ୧୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଲାଞ୍ଜିଗଡ଼ ଅଞ୍ଚଳର ରହିଛନ୍ତି । ଭବାନୀପାଟଣା ଅଞ୍ଚଳରୁ ୨ ଜଣ, ଜୁନଗଡ଼ ଓ ନର୍ଲାରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଧର୍ମଗଡ଼ ଅଞ୍ଚଳରରୁ ଦୁଇ ଜଣ ପୋଲିସ କର୍ମଚାରୀ କୋରୋନା ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି । ରବିବାର ଅଧିକ ୨୭ ଜଣ ଚିହ୍ନଟ ହେବାସହ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନକୁ ଚିନ୍ତାରେ ପକାଇଛି । ସାଧାରଣ ଲୋକେ ମଧ୍ୟ ଏକ ପ୍ରକାର ଆତଙ୍କିତ ହୋଇଛନ୍ତି ।

ଚିହ୍ନଟ ହୋଇଥିବା ସମସ୍ତ 27 ଜଣ, ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୨କୁ ପହଞ୍ଚିଛି । ସେଥିମଧ୍ୟରୁ ୧୧୧ ଜଣ ସୁସ୍ଥ ହୋଇ ସାରିଥିବାବେଳ, ୧୮୧ ଜଣ ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.