ETV Bharat / state

ସରକାରଙ୍କ କମ୍ପାନୀ ପ୍ରୀତି ବିରୁଦ୍ଧରେ ପ୍ରତିବାଦ ସଭା - ଜନ ଜାଗରଣ ମଞ୍ଚ

ସାଇନିଂ କଳାହାଣ୍ଡି ପକ୍ଷରୁ ବେଦାନ୍ତ କମ୍ପାନୀ ସହ ବିଭିନ୍ନ କମ୍ପାନୀକୁ ଖଣି ଲିଜ ଦେବା ଦାବିରେ ଜନ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଉ ଏହାକୁ ବିରୋଧ କରି ଗତକାଲି ଜନ ଜାଗରଣ ମଞ୍ଚ ପକ୍ଷରୁ ଭବାନୀପାଟଣା ଗାନ୍ଧୀ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

jana jagara mancha protest
jana jagara mancha protest
author img

By

Published : Mar 30, 2023, 1:29 PM IST

jana jagara mancha protest

ଭବାନୀପାଟଣା: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କଳାହାଣ୍ଡି । ଅନେକ ନଦୀ ନାଳ ଝରଣାକୁ ନେଇ ପରିଚିତ ଏହି ଆଦବାସୀ ଅଧ୍ୟୁଷିତ ଜିଲ୍ଲାରେ ଭରି ରହିଛି ଖଣିଜ ସମ୍ପଦ । ଆଉ ଏହି ଖଣିଜ ସମ୍ପଦ ଉପରେ ପଡିଛି ଏବେ ବହୁ ରାଷ୍ଟ୍ରୀୟ କମ୍ପାନୀ ମାନଙ୍କର ନଜର । ଗତ ୨୬ ତାରିଖ ଦିନ ସାଇନିଂ କଳାହାଣ୍ଡି ପକ୍ଷରୁ ବେଦାନ୍ତ କମ୍ପାନୀ ସହ ବିଭିନ୍ନ କମ୍ପାନୀକୁ ଖଣି ଲିଜ ଦେବା ଦାବିରେ ଜନ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଏହାକୁ ନେଇ ଜିଲ୍ଲାରେ ବିରୋଧର ସ୍ବର ଦେଖିବାକୁ ମିଳିଛି । ଏହାକୁ ବିରୋଧ କରି ଗତକାଲି ଜନ ଜାଗରଣ ମଞ୍ଚ ପକ୍ଷରୁ ଭବାନୀପାଟଣା ଗାନ୍ଧୀ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

୨୦୦୩ ମସିହାରେ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଥିଲା ବହୁ ରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ । କମ୍ପାନୀ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମିଜମା ରାଜ୍ୟ ସରକାର ଯୋଗାଇ ଦେଲେ ହେଲେ ଖଣି ଖନନ ପାଇଁ ନିୟମଗିରି ଉପରେ ନଜର ପକାଇଥିଲା ବେଦାନ୍ତ କମ୍ପାନୀ । ଏନେଇ ସେହି ସମୟରେ କମ୍ପାନୀକୁ ନିରାଶ ହେବାକୁ ପଡିଥିଲା । କାରଣ ନିୟମଗିରି ପାହାଡ଼ରେ ବସବାସ କରିଥିବା ୧୨ ପଦର ଅଧିବାସୀ ନିୟମଗିରିକୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡ଼ିଥିଲେ ।

ନିୟମଗିରି ସୁରକ୍ଷା ସମିତି ଆନ୍ଦୋଳନ ପୂର୍ବକ ଜାତୀୟ ଗ୍ରୀନ ଟ୍ୟୁବନାଲର ଦ୍ବାରସ୍ଥ ହୋଇଥିଲା । ଆଉ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିୟମଗିରି ସୁରକ୍ଷା ସମିତିର ସପକ୍ଷରେ ଯାଇ ଖଣି ଖନନ ଆବେଦନକୁ ରଦ୍ଦ କରିବା ସହ ନିୟମଗିରିରେ ଖଣି ଖନନ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଥିଲେ । ଏବେ ବେଦାନ୍ତର ନଜର ଜିଲ୍ଲାର ଅନ୍ୟ ବକ୍ସାଇଟ ଖଣି ଉପରେ ପଡିଛି । ଗୋଟିଏ ପଟେ ଶିଳ୍ପ ପ୍ରତିଷ୍ଠା ହେଲେ ଜିଲ୍ଲାର ବିକାଶ ହେବ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖୁଥିବା ବେଳେ ସେହି ପାହାଡ଼ରେ ଉପରେ ବସବାସ କରୁଥିବା ଅଧିବାସୀ ଏହାକୁ ବିରୋଧ କରିବାକୁ ଲାଗିଲେଣି ।

ତେବେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ସାମିଲ ହୋଇଥିବା ବେଳେ ସରକାରଙ୍କ କମ୍ପାନୀ ପ୍ରୀତିକୁ ବିରୋଧ କରିବା ସହ ଜିଲ୍ଲାରେ ଥିବା ଖଣ୍ଡୁଆଲ ମାଳି, କୁଟୁରୁ ମାଳି, ତିଜ ମାଲି, ସିର୍ଜି ମାଳି ଓ ନିୟମଗିରି ଭଳି ପାହାଡ଼ ଉପରେ ପଡିଥିବା ବିଭିନ୍ନ କମ୍ପାନୀ ଓ ସରକାରଙ୍କ ନଜର ପଡିଥିବା ବେଳେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ।

କାରଣ ଏହି ସବୁ ପାହାଡ଼ ଉପରେ ବସବାସ କରୁଥିବା ଆଦିବାସୀ ଏହି ବଣ ଜଙ୍ଗଲରେ ରହି ଆସୁଥିବା ବେଳେ ଜଙ୍ଗଲ ଜାତ୍ୟ ଦ୍ରବ୍ୟ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଏଥିରେ କମ୍ପାନୀ ଆସିଲେ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ପରିବେଶ ବିଷମୟ ହେବ ତେଣୁ ସରକାର କମ୍ପାନୀ ପ୍ରୀତି ଛାଡନ୍ତୁ ନଚେତ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଶାଣିତ ହେବ ବୋଲି ଆନ୍ଦୋଳନକାରୀ ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.