ETV Bharat / state

ଆନ୍ତଃରାଜ୍ୟ ବାଇକ ଚୋରି ରାକେଟ ଠାବ, ୧୧ ଗିରଫ - kalahandi news

କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବାଇକ ଚୋରି ରାକଟରେ ୩୯ଟି ବାଇକ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ଅଧିକ ପଢନ୍ତୁ...

ଆନ୍ତଃରାଜ୍ୟ ବାଇକ ଚୋରି ରାକେଟ ଠାବ, ୧୧ଗିରଫ
ଆନ୍ତଃରାଜ୍ୟ ବାଇକ ଚୋରି ରାକେଟ ଠାବ, ୧୧ଗିରଫ
author img

By

Published : May 11, 2020, 4:20 PM IST

ଭବାନୀପାଟଣା: ଦୀର୍ଘ 4 ମାସର ଅପରେସନ ପରେ କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଜିଲ୍ଲାର ବିଶ୍ୱନାଥପୁର ଓ ଲାଞ୍ଜିଗଡ଼ ପୋଲିସର ମିଳିତ ଅପରେସନରେ ଧରା ପଡ଼ିଛନ୍ତି ଏକ ଆନ୍ତଃରାଜ୍ୟ ବାଇକ୍ ଲୁଟେରା ଦଳ । ଓଡ଼ିଶାରୁ ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଯାଏଁ ଚେର ଲମ୍ବିଥିବା ଏହି ରାକେଟର ପର୍ଦ୍ଦାଫାସ କରିବା ସହ ୩୯ଟି ଚୋରା ବାଇକ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ ।

ଆନ୍ତଃରାଜ୍ୟ ବାଇକ ଚୋରି ରାକେଟ ଠାବ, ୧୧ଗିରଫ

ଏହି ଘଟଣାରେ ସଂପୃକ୍ତ ମାଷ୍ଟର ମାଇଣ୍ଡ ସମେତ ୧୧ ଜଣଙ୍କୁ ମଧ୍ୟ ଗିରଫ କରିଛି । କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶରେ ଗଠିତ ଏକ ସ୍ବତନ୍ତ୍ର ଟିମ ଏହି ଅପରେସନରେ ସାମିଲ ଥିଲେ । ଘଟଣାରେ ସଂପୃକ୍ତ ମାଷ୍ଟର ମାଇଣ୍ଡ ନର୍ଲା ଥାନା ରୁପ୍ରା ରୋଡର ଅବିନାଶ ସାହୁ ଓ ଦୁଇଜଣ ନାବାଳକ ସମେତ ଚୋରି ଗ୍ୟାଙ୍ଗର ୧୧ ଜଣଙ୍କୁ ଗିରଫ କରିଛି ପୋଲିସ ।

ତେବେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଆହୁରି ଅଧିକ ବାଇକ ଜବତ ହେବାର ସମ୍ଭାବନା ଥିବା ପୋଲିସ ସୂଚନା ଦେଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.