ETV Bharat / state

ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣା, 4 ସହଯୋଗୀ ଗିରଫ

କଳାହାଣ୍ଡି ଜୟପାଟଣା ଥାନା ଅନ୍ତର୍ଗତ ସୋବିଗୁଡା ଗାଁର ସୁରେନ୍ଦ୍ର ରାଉତଙ୍କ ମୃତଦେହ ଉଦ୍ଧାର ଘଟଣାରେ ତାଙ୍କର ଚାରି ସହଯୋଗୀ ଗିରଫ । ଶିକାର ପାଇଁ ଯାଇଥିବା ଘଟଣାରେ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Feb 6, 2021, 8:36 PM IST

ଶିକାରୀ ହେଲା ଶିକାର ଘଟଣା, 4 ଯୁବକଙ୍କୁ କୋର୍ଟ ଚାଲାଣ

ଭବାନୀପାଟଣା: କଳାହାଣ୍ଡି ଜୟପାଟଣା ଥାନା ଅନ୍ତର୍ଗତ ସୋବିଗୁଡା ଗାଁର ସୁରେନ୍ଦ୍ର ରାଉତଙ୍କ ମୃତଦେହ ଉଦ୍ଧାର ଘଟଣାରେ ଚାରି ଗିରଫ । ଗତ ବୁଧବାର ଦିନ ଗାଁ ନିକଟସ୍ଥ ଜଙ୍ଗଲରୁ ସୁରେନ୍ଦ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ତେବେ ଶିକାର ପାଇଁ ଯାଇଥିବାବେଳେ ଅସାବଧାନତାରୁ ଦେଶୀ ବନ୍ଧୁକରୁ ଗୁଳି ଫୁଟି ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ସୂଚନା ଦେଇଛି । ତାଙ୍କ ସହ ଶିକାର ପାଇଁ ଯାଇଥିବା ଅନ୍ୟ ଚାରି ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମହେତ ପୁଝାରି, ଯୁବରାଜ ପୁଝାରି, ଶିଶିର ରାଉତ ଓ ଉୁର୍ଲ୍ଲୀ ରାଉତ । ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ପୋଲିସ ।

ପୋଲିସର ସୂଚନା ଅନୁଯାୟୀ, ଚାରି ଅଭିଯୁକ୍ତଙ୍କ ସମେତ ମୃତକ ସୁରେନ୍ଦ୍ର ମିଶି ଏକ ଦେଶୀ ବନ୍ଧୁକ ଧରି ମଙ୍ଗଳବାର ଦିନ ୧୦ଟା ସମୟରେ ବେଳକର ଜଙ୍ଗଲକୁ ପକ୍ଷୀ ଶିକାର ପାଇଁ ଯାଇଥିଲେ । କିନ୍ତୁ ଶିକାର କରି ଫେରିବା ସମୟରେ ଅସାବଧାନତାରୁ ଗୁଳି ଫୁଟି ସୁରେନ୍ଦ୍ରଙ୍କ ମୁଣ୍ଡରେ ବାଜିଥିଲା । ଘଟଣାସ୍ଥଳରେ ସୁରେନ୍ଦ୍ର ଟଳି ପଡିଥିବାବେଳେ ତାଙ୍କ ଚାରି ସାଙ୍ଗ ଭୟରେ ଫେରାର ମାରିଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.