ETV Bharat / state

ବଢୁଛି ବର୍ଷା, କଳାହାଣ୍ଡିକୁ ପୁଣି ବନ୍ୟା ଭୟ

ଅତି ପ୍ରବଳ ବର୍ଷାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ବନ୍ୟା କରାଳ ରୂପ ଧାରଣ କରି ମାଡି ଆସିଛି କଳାହାଣ୍ଡି ଜିଲ୍ଲାକୁ । ଲଗାଣ ବର୍ଷା ଫଳରେ କଳାହାଣ୍ଡିକୁ ପୁଣି ବନ୍ୟା ଭୟ ।

author img

By

Published : Aug 13, 2019, 2:14 PM IST

ଡିଜାଇନ ଫଟୋ

କଳାହାଣ୍ଡି: ଦକ୍ଷିଣ ଓ ପଶ୍ଚିମ ଓଡିଶାର ଜିଲ୍ଲାମାନଙ୍କରେ ଜାରି ରହିଛି ବର୍ଷା ବିଭୀଷିକା । ଅତି ପ୍ରବଳ ବର୍ଷାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଲଗାଣ ବର୍ଷା ଫଳରେ କଳାହାଣ୍ଡିକୁ ପୁଣି ବନ୍ୟା ଭୟ । ବନ୍ୟା କରାଳ ରୂପ ଧାରଣ କରି ମାଡି ଆସିଛି କଳାହାଣ୍ଡି ଜିଲ୍ଲାକୁ । ଜିଲ୍ଲାର ଜନଜୀବନ ପ୍ରବଳ ମାତ୍ରାରେ ପ୍ରଭାବିତ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଦୁଇ ଦିନ ଧରି ଲଗାଣ ବର୍ଷାପରେ ଜିଲ୍ଲାରେ ପ୍ରବାହିତ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହାତୀ, ରେତ, ସାନ୍ଦୁଲ, ତେଲନଦୀ ଭଳି ପ୍ରମୁଖ ନଦୀ ଗୁଡିକ ବନ୍ୟା ଜଳରେ ଫୁଲିବାରେ ଲାଗିଛନ୍ତି ।

ବର୍ଷା ଫଳରେ ବନ୍ୟା ବିତ୍ପାତରେ ଜିଲ୍ଲାର କାର୍ଲ୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁ ଜଳମଗ୍ନ ହେବା ସହ ତେଲ ଓ ଉଦନ୍ତୀ ନଦୀରେ ବନ୍ୟା ଜଳ ମାଡି ଆସିବାରୁ କାର୍ଲ୍ଲାମୁଣ୍ଡା ଓ ଅମାଠ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ସେହିପରି ବେଲଖଣ୍ଡି ଶିବ ମନ୍ଦିର ନିକଟ ତେଲ ନଦୀର ବନ୍ୟା ପାଣି ମାଡି ଆସିବାରୁ ମନ୍ଦିର ଭିତରେ ଥିବା ୨୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଫସି ରହିଥିବା ସୂଚନା ରହିଛି ।

ଏହି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଏତଦ୍‌ବ୍ୟତୀତ ଇନ୍ଦ୍ରାବତୀ ଡ୍ୟାମର ୫ଟି ଗେଟ୍‌ ଖୋଲା ଯାଇଛି। ଫଳରେ ବନ୍ୟା ଆଶଙ୍କା ବଢିବାରେ ଲାଗିଛି ।

ବନ୍ୟା ଓ ପ୍ରବଳ ବର୍ଷାକୁ ନଜରରେ ରଖି ପଶ୍ଚିମ ଓଡିଶାର ତିନୋଟି ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । କଳାହାଣ୍ଡି, ବରଗଡ ଓ ନୂଆପଡା ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:Breking_କଳାହାଣ୍ଡି ରେ ପୁଣି ବନ୍ୟା ସ୍ଥିତି ଦେଖା ଦେଇଛି ଦୁଇ ଦିନ ଧରି ଲଗାଣ ବର୍ଷାପରେ ବନ୍ୟା ର ରୂପ ଧାରଣ କରିଛି।ଫଳରେ ପ୍ରଭାବିତ ହୋଇଛି ଜନ ଜୀନନ ।Body:ଜିଲ୍ଲାର ହାତୀ,ରେତ,ସାନ୍ଦୁଲ,ତେଲନଦୀ ଭଳି ପ୍ରମୁଖ ନଦୀ ଗୁଡିକ ଜଳସ୍ଥର ବଢିଛି ଜିଲ୍ଲା ର କାର୍ଲ୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ଗାଁ ଜଳମଗ୍ନ ହେବା ସହ ତେଲ ଓ ଉଦନ୍ତୀ ନଦୀ ରେ ବନ୍ୟା ଜଳ ମଡି ଆସିବାରୁ କାର୍ଲ୍ଲାମୁଣ୍ଡା ଅମାଠ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି।Conclusion:ଶିବାଳୟରେ ପାଣି ପସିଛି।ବେଲଖଣ୍ଡି ଶିବ ବନ୍ଦିର ନିକଟ ତେଲ ନଦୀ ର ବନ୍ୟା ପାଣି ମାଡି ଆସିବାରୁ ମନ୍ଦିର ଭିତରେ ଥିବା ୨୦ ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ବନ୍ୟା ପାଣି ରେ ବନ୍ଧି ରହିଥିବା ସୂଚନା ମିଳିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.