ETV Bharat / state

ସ୍ମାର୍ଟସ୍କୁଲରେ ୧୦ମ ଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ସ୍ମାର୍ଟ ପନିସମେଣ୍ଟ୍, ଥାନାରେ ଏତଲା

author img

By

Published : Jun 25, 2022, 11:29 AM IST

ସ୍ମାର୍ଟସ୍କୁଲରେ ୧୦ମ ଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ସ୍ମାର୍ଟ ପନିସମେଣ୍ଟ । ଥାନାରେ ଏତଲା ଦେଲେ ପରିବାର । ଘଟଣା ଘଟିଛି କନ୍ଧମାଳ ସିମନବାଡି ଅଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟରେ । ଅଧିକ ପଢନ୍ତ

ସ୍ମାର୍ଟସ୍କୁଲରେ ୧୦ମ ଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ସ୍ମାର୍ଟ ପନିସମେଣ୍ଟ୍, ଥାନାରେ ଏତଲା
ସ୍ମାର୍ଟସ୍କୁଲରେ ୧୦ମ ଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ସ୍ମାର୍ଟ ପନିସମେଣ୍ଟ୍, ଥାନାରେ ଏତଲା

ଫୁଲବାଣୀ: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ କଠୋର ଦଣ୍ଡ । ସ୍ମାର୍ଟ ସ୍କୁଲରେ ୧୦ମ ଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ସ୍ମାର୍ଟ ପନିସମେଣ୍ଟ । ଶିକ୍ଷୟତ୍ରୀଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ରୀ ଆହତ ହୋଇଛନ୍ତି । ପରିବାର ପକ୍ଷରୁ ଥାନାରେ ଏଭଳି ଏତଲା ଦିଆଯାଇଛି । ଏହି ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ଦେଖିବାକୁ ମିଳିଛି ।

ଛାତ୍ରୀ ଜଣକ ରାସାୟନିକ ପ୍ରତିକ୍ରିୟାର ଉତ୍ତର ନଦେଇପାରିବାରୁ ରାଗିଯାଇ ଛାତ୍ରୀଙ୍କ ମୁଣ୍ଡର ଚୁଟି ଟାଣିବା ସହ ଏକ ବାଡ଼ିରେ ୨ଟି ହାତ ଓ ପାପୁଲିକୁ ମାଡ଼ ମାରି ବିଦ୍ୟାଳୟର ବିଜ୍ଞାନ ବିଭାଗର ଶିକ୍ଷୟତ୍ରୀ ଅଞ୍ଜଳି ପ୍ରଧାନ ଛାତ୍ରୀଙ୍କୁ ଆହତ କରିଥିବା ଅଭିଯୋଗ ଆସିଛି । ଘଟଣା ସମ୍ପର୍କରେ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଛାତ୍ରୀଙ୍କ ପିତା ଏନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସିମନବାଡ଼ି ସ୍ଥିତ ଲାଦାମାଲା ଗ୍ରାମର ଅଶୋକ ଦିଗାଲଙ୍କ ଝିଅ କୁମାରୀ ଆରିନ ଦିଗାଲ ସିମନବାଡ଼ି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପାଠ ପଢ଼ନ୍ତି । ଗତ ବୁଧବାର ସ୍କୁଲ ଯାଇଥିବା ବେଳେ ୧୧ ଟା ସମୟରେ ବିଜ୍ଞାନ ଶିକ୍ଷୟତ୍ରୀ ଅଞ୍ଜଳି ପ୍ରଧାନ ପିଲାଙ୍କୁ ତାପ ଉତ୍ପାଦି ରାସାୟନିକ ପ୍ରତିକ୍ରିୟା ବିଷୟରେ ପାଠ ପଢ଼ାଇ ପ୍ରଶ୍ନ ପଚାରିଥିଲେ ।

ହେଲେ କୁମାରୀ ଆରିନ ଦିଗାଲ ଏହି ପ୍ରଶ୍ନର ସଠିକ ଭାବେ ଉତ୍ତର ଦେଇନପାରିବାରୁ ଶିକ୍ଷୟତ୍ରୀ ରାଗିଯାଇ ଛାତ୍ରୀଙ୍କୁ ମୁଣ୍ଡର ଚୁଟି ଘୋଷାରି ଏକ ବାଡ଼ି ସାହାଯ୍ୟରେ ଛାତ୍ରୀଙ୍କ ହାତ ପାପୁଲିରେ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି । ସ୍କୁଲ ଛୁଟି ପରେ ଛାତ୍ରୀ ଜଣକ ଘରେ ପହଞ୍ଚିବା ପରେ ମାଆ ସମିତା ଦିଗାଲ ଓ ବାପା ଅଶୋକ ଦିଗାଲଙ୍କୁ ସବୁ ଘଟଣା ବିଷୟରେ କହିବା ସହ ମାଡ଼ ହୋଇଥିବା ସ୍ଥାନ ଗୁଡିକୁ ଦେଖାଇଥିଲେ ।

ଆରିନ ଦିଗାଲ କିଛି ଦିନ ପୂର୍ବରୁ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ଯୋଗୁଁ ମେଡିସିନ ଖାଇ ୩ ଦିନ ପୂର୍ବତୁ ସୁସ୍ଥ ହୋଇ ସ୍କୁଲକୁ ଯାଇଥିଲେ । ହେଲେ ଏଭଳି ମାଡ଼ ଯୋଗୁଁ ଛାତ୍ରୀ ଜଣକ ଶାରୀରିକ ସ୍ତରରେ ଅସୁସ୍ଥ ହେବା ସହ ମାନସିକ ଚାପରେ ରହିଥିବା ବେଳେ ଶିକ୍ଷୟତ୍ରୀଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇ । ଏଣୁ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ଏବଂ ସମ୍ପୃକ୍ତ ଶିକ୍ଷୟତ୍ରୀ ସ୍କୁଲରେ ଥିବା ପର୍ଯ୍ୟନ୍ତ ବିଦ୍ୟାଳୟକୁ ଯିବେ ନାହିଁ ବୋଲି ଛାତ୍ରୀ ଜଣକ କହିଛନ୍ତି ।

ଅନ୍ୟ ପକ୍ଷରେ ଏନେଇ ଅଭିଯୋଗ ଆସିଥିବା ଶିକ୍ଷୟତ୍ରୀ ଅଞ୍ଜଳି ପ୍ରଧାନ କହିଛନ୍ତି ଯେ, "ସେ ଉଦ୍ଦେଶ୍ୟ ମୂଳକ ଭାବେ ଛାତ୍ରୀଙ୍କୁ ମାଡ଼ ମାରିନାହାନ୍ତି । ପାଠ ନ ବୁଝି ପାରିବାରୁ ତାଗିଦ୍ କରି ଗୋଟିଏ ବାଡେଇଥିଲେ । ଛାତ୍ରଛାତ୍ରୀଙ୍କୁ ସେ ନିଜ ପୁଅଝିଅ ଭଳି ଭଲ ପାଇ ୧୨ବର୍ଷ ହେଲା ଏଠାରେ ଶିକ୍ଷା ଦାନ କରି ଆସୁଛନ୍ତି । ସମ୍ପୃକ୍ତ ଛାତ୍ରୀଙ୍କୁ ପାଠ ବୁଝାଇବା ପାଇଁ ଯାଇ ଗୋଟିଏ ମାଡ଼ ଦେଇଥିବା ବେଳେ ଛାତ୍ରୀଙ୍କ ପିତାମାତା ଯାହା ଥାନାରେ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ ଭିତ୍ତିହୀନ ବୋଲି କହିଛନ୍ତି ଶିକ୍ଷୟତ୍ରୀ ।"

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.