ETV Bharat / state

ସାମ୍ବାଦିକଙ୍କ ବିରୁଦ୍ଧରେ ଥାନାର ଦ୍ୱାରସ୍ତ ହେଲେ ଶତାଧିକ ଚାଷୀ - ସାମ୍ବାଦିକଙ୍କ ବିରୁଦ୍ଧରେ ଚାଷୀଙ୍କ ବିକ୍ଷୋଭ

ସାମ୍ବାଦିକ ବିରୁଦ୍ଧରେ ଥାନାର ଦ୍ବାରସ୍ତ ହେଲେ ଶତାଧିକ ଚାଷୀ । ସାମ୍ବାଦିକତା ଭଳି ସ୍ବଚ୍ଛ ଓ ପବିତ୍ର ସେବା ଉପରେ ଆଜି ଅଙ୍ଗୁଳି ଉଠିଛି । ଅଧିକ ପଢନ୍ତୁ

ସାମ୍ବାଦିକ ବିରୁଦ୍ଧରେ ଥାନାର ଦ୍ୱାରାସ୍ତ ହେଲେ ଶତାଧିକ ଚାଷୀ

author img

By

Published : Jul 27, 2022, 8:41 AM IST

ଭବାନୀପାଟଣା: ସାମ୍ବାଦିକ ବିରୁଦ୍ଧରେ ଥାନାର ଦ୍ବାରାସ୍ତ ହେଲେ ଶତାଧିକ ଚାଷୀ । ସାମ୍ବାଦିକତା ଭଳି ସ୍ବଚ୍ଛ ଓ ପବିତ୍ର ସେବା ଉପରେ ଆଜି ଅଙ୍ଗୁଳି ଉଠିଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ ଶତାଧିକ ଚାଷୀ ସ୍ବର ଉଠାଇଛନ୍ତି । ସାମ୍ବାଦିକଙ୍କୁ ଗିରଫ ଦାବି କରିଛନ୍ତି ଚାଷୀ ।

ସାମ୍ବାଦିକ ବିରୁଦ୍ଧରେ ଥାନାର ଦ୍ୱାରାସ୍ତ ହେଲେ ଶତାଧିକ ଚାଷୀ

ଅଭିଯୋଗ ଅନୁଯାୟୀ ନର୍ଲାର ସାର ବ୍ୟବସାୟ ଆଲୋକ ଚାନ୍ଦ ସାର କଳାବଜାରୀ କରିବା ସହ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ କିଛି ଦିନ ତଳେ ଖବର ସଂଗ୍ରହ କରିବା ସହ ପ୍ରସାରଣ କରିଥିଲେ ସ୍ଥାନୀୟ ସାମ୍ବାଦିକ ରଞ୍ଜନ ମହାନ୍ତି । ଏହା ଏକ ମିଛ ଖବର ଓ ସମ୍ପୃକ୍ତ ସାମ୍ବାଦିକ ଜଣକ ଏନେଇ ଟଙ୍କା ମାଗିଥିଲେ । ସେ ଟଙ୍କା ନ ଦେବାରୁ ମିଛ ଖବର ପ୍ରସାରଣ କରାଯାଇଥିବା ନେଇ ନର୍ଲା ଥାନାରେ ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି ସାର ବ୍ୟବସାୟୀ ଆଲୋକ ଚାନ୍ଦ। ଏହାସହ ନିଜେ ମଧ୍ୟ ସାର ବିକ୍ରି ବନ୍ଦ କରି ଦେଇଛନ୍ତି ଯାହାକୁ ନେଇ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଆଲୋକ ଚାନ୍ଦ ବ୍ୟବସାୟ ବନ୍ଦ କରିବାରୁ ଅଞ୍ଚଳରେ ସାର ମିଳୁନାହିଁ ଫଳରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଉଛି । ଯଥାଶୀଘ୍ର ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କୁ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଶତାଧିକ ଚାଷୀ ନର୍ଲା ବ୍ଲକ କାର୍ଯ୍ୟାଳୟ ନିକଟରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଥାନାରେ ପହଞ୍ଚିଥିଲେ । ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନାରେ ସାମ୍ବାଦିକ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି ଚାଷୀ । ଅଭିଯୋଗ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନର୍ଲା ଥାନା ଅଧିକାରୀ ରେଣୁକା ସୁନା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.