ETV Bharat / state

ଲକଡାଉନ ମାଡ଼ରେ ଘାଇଲା ପରିବା ଚାଷୀ - ଚାଷୀ

ଲକଡାଉନ ଯୋଗୁଁ କଳାହାଣ୍ଡି ଜିଲ୍ଲାର ଚାଷୀ ଏବେ ପରିବା ବିକ୍ରି କରିନପାରି ହନ୍ତସନ୍ତ ହେଉଛନ୍ତି । ପ୍ରତିଦିନ ଜିଲ୍ଲା ବାହାରକୁ ଶହଶହ ଟନ ପନିପରିବା ରପ୍ତାନୀ କରୁଥିବା କଳାହାଣ୍ଡି ଚାଷୀଙ୍କ ବିଲରେ ଆଜି ଖତଖାଉଛି ପନିପରିବା । ଲକଡାଉନ କାରଣରୁ ପନିପରିବା ବିକ୍ରି ନ ହେବାରୁ ଖୁବ କମ ଦରରେ ଚାଷୀକୁ ଉତ୍ପାଦିତ ଫସଲ ବାଧ୍ୟ ହୋଇ କ୍ଷତିରେ ବିକ୍ରି କରୁଛି । ଅଧିକ ପଢନ୍ତୁ...

ଲକଡାଉନ ମାଡ଼ରେ ଘାଇଲା ପରିବା ଚାଷୀ
ଲକଡାଉନ ମାଡ଼ରେ ଘାଇଲା ପରିବା ଚାଷୀ
author img

By

Published : Jun 5, 2021, 9:26 PM IST

Updated : Jun 6, 2021, 2:29 PM IST

ଭବାନୀପାଟଣା: ମହାମାରୀ କୋରୋନାରୁ ରକ୍ଷା ପାଇବା ପାଇଁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଏହି ଲକଡାଉନ ଯୋଗୁଁ ରାଜ୍ୟରେ ସମସ୍ତ ବ୍ୟବସାୟ ଠପ ହୋଇଯାଇଛି । ଯାହା ଏବେ ରାଜ୍ୟର କୃଷି କ୍ଷେତ୍ରକୁ ମଧ୍ୟ ବିଶେଷ ଭାବରେ ପ୍ରଭାବିତ କରିଛି । ଓଡିଶାର ଭାତହାଣ୍ଡି କୁହାଯାଉଥିବା କଳାହାଣ୍ଡି ଜିଲ୍ଲାର ଚାଷୀ ମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ମହାମାରୀ । କଳାହାଣ୍ଡିରେ ପରିବା ଚାଷୀଙ୍କ ଅବସ୍ଥା ସାଂଘାତିକ ହୋଇପଡିଛି ।

ଲକଡାଉନ ମାଡ଼ରେ ଘାଇଲା ପରିବା ଚାଷୀ

ପ୍ରତିଦିନ ଜିଲ୍ଲା ବାହାରକୁ ଶହଶହ ଟନ ପନିପରିବା ରପ୍ତାନୀ କରୁଥିବା କଳାହାଣ୍ଡି ଚାଷୀଙ୍କ ବିଲରେ ଆଜି ଖତଖାଉଛି ପନିପରିବା । ଲକଡାଉନ କାରଣରୁ ପନିପରିବା ବିକ୍ରି ନ ହେବାରୁ ଖୁବକମ ଦରରେ ଚାଷୀକୁ ଉତ୍ପାଦିତ ଫସଲ ବାଧ୍ୟ ହୋଇ କ୍ଷତିରେ ବିକ୍ରି କରିବାକୁ ପଡୁଛି । ଲକଡାଉନ ଯୋଗୁଁ ରାଜ୍ୟ ସରକାର ସମସ୍ତ ଗରିବ ଓ ଦିନ ମଜୁରିଆଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା ସହିତ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି । ମାତ୍ର ଚାଷୀଙ୍କ ପାଇଁ କୌଣସି ପ୍ରକାରର ସୁବିଧା ଯୋଗାଇ ଦେଇନଥିବା ଅଭିଯୋଗ ହୋଇଛି ।

ଲକଡାଉନ ଯୋଗୁଁ ପନିପରିବା ରପ୍ତାନୀ ବନ୍ଦ କାରଣରୁ କଳାହାଣ୍ଡି ବଜାରରେ ଚାଷୀଙ୍କ ପ୍ରଚୁର ପନିପରିବା ଗଚ୍ଛିତ ରହିଥିବାବେଳେ ପରିବା ବଜାରକୁ ସକାଳ ୧୦ଟାରେ ବନ୍ଦ କରିଦିଆଯାଉଛି । ଯାହା ଫଳରେ ବେପାରୀମାନେ ମଧ୍ୟ ଚାଷୀଙ୍କ ପନିପରିବା ଅଧିକ କ୍ରୟ କରୁନାହାଁନ୍ତି । ଫଳରେ ପରିବା ବିକ୍ରି କରିନପାରି ଚାଷୀ ହେବ ହତାଶ ହୋଇପଡିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Jun 6, 2021, 2:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.