ETV Bharat / state

ଆସୁଛି ନୂଆଖାଇ; ଚଷାପୁଅ ମନରେ ନାହିଁ ସରାଗ - ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । କିନ୍ତୁ ଚଳିତ ବର୍ଷ ଆବଶ୍ୟକ ଠାରୁ କମ ବର୍ଷା ଚାଷୀକୂଳ ଉପରେ ଦାଉ ସାଧିଛି । ସେପଟେ ଚାଷୀ ନୂଆଖାଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

ଆସୁଛି ନୂଆଖାଇ ; ଚଷାପୁଅ ମନରେ ନାହିଁ ସରାଗ
ଆସୁଛି ନୂଆଖାଇ ; ଚଷାପୁଅ ମନରେ ନାହିଁ ସରାଗ
author img

By

Published : Sep 4, 2021, 11:43 AM IST

ଭବାନୀପାଟଣା: ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଭାଦ୍ରବ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ସାରା ପଶ୍ଚିମ ଓଡି଼ଶାର ଚାଷୀ ପାଳନ କରିଥାଏ ଏହି କୃଷି ଭିତ୍ତିକ ପର୍ବ । କିନ୍ତୁ ଚଳିତ ବର୍ଷ ଆବଶ୍ୟକ ଠାରୁ କମ ବର୍ଷା ଚାଷୀକୂଳ ଉପରେ ଦାଉ ସାଧିଛି । ସେପଟେ କୋରୋନାର ତୃତୀୟ ଲହର ଆଶଙ୍କା ମଧ୍ୟରେ ପେସି ହୋଇପଡ଼ିଛି ଚାଷୀ ।

ଆସୁଛି ନୂଆଖାଇ ; ଚଷାପୁଅ ମନରେ ନାହିଁ ସରାଗ

ତଥାପି ଚାଷୀ ନୂଆଖାଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଚଳିତ ବର୍ଷ ଏହି ପର୍ବ ଫିକା ପଡ଼ିବା ନେଇ ଆଶଙ୍କା ଦେଖାଦେଇଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଦଧି ବାମନ ମନ୍ଦିର ମୁକ୍ତି ମଣ୍ଡପରେ ପଣ୍ଡିତ ମହାସଭା ବସି ବାହାରିଛି ନୂଆଁଖାଇ ଲଗ୍ନ । ଭାଦ୍ରବ ମାସ ପଞ୍ଚମୀ ତିଥିରେ ଜିଲ୍ଲାର ଗଡ଼ଜାତ ଅଞ୍ଚଳ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ପାଳିତ ହେବ କୃଷି ଭିତ୍ତିକ ଗଣ ପର୍ବ ନୂଆଖାଇ। ସ୍ବଳ୍ପ ଓ ଅନିୟମିତ ବର୍ଷା ଯୋଗୁଁ ଦିନକୁ ଦିନ ଚାଷୀ ମନରେ ଆସନ୍ନ ମରୁଡିର ଆଶଙ୍କା ନେଇ ଭାଳେଣି ପଡିଛି । ତଥାପି ଏ ମହାମାରୀ ବେଳେ ନୂଆଖାଇ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.