ETV Bharat / state

କଳାହାଣ୍ଡିରେ ଲଗାଣ ବର୍ଷା, ବ୍ୟାପକ କ୍ଷୟକ୍ଷତି - କଳାହାଣ୍ଡିରେ ଲଗାଣ ବର୍ଷା

ଗତ ୪ ଦିନ ଧରି କଳହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଧିକ ପଢନ୍ତୁ

କଳାହାଣ୍ଡିରେ ଲଗାଣ ବର୍ଷା
କଳାହାଣ୍ଡିରେ ଲଗାଣ ବର୍ଷା
author img

By

Published : Jul 15, 2022, 1:34 PM IST

ଭବାନୀପାଟଣା: ଗତ ୪ ଦିନ ଧରି କଳହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାସ୍ତାଘାଟରେ ପାଣି ଜମିରହିବା ସହ ଅନେକ ଘର ଭାଙ୍ଗିଯାଇଛି । ଫଳରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ ।

କଳାହାଣ୍ଡିରେ ଲଗାଣ ବର୍ଷା

ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର କୋକସରା ବ୍ଲକ ୧୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ଯାଇଥିବା ବେଳେ ଅନେକ ପରିବାର ସ୍କୁଲ ମାନଙ୍କରେ ଆଶ୍ରୟ ନେଇଥିବା ଜଣାପଡିଛି । ସେହିପରି ଲାଞ୍ଜିଗଡ଼ ବ୍ଳକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏହାସହ ବିଭିନ୍ନ ଗାଁରେ ଘର ଭାଙ୍ଗି ଥିବା ସୂଚନା ମିଳିଛି ।କେଉଁଠି କାନ୍ଥ ଭାଙ୍ଗିଯାଇଥିବା ବେଳେ କେଉଁଠି ଝାଟିମାଟି ଘର ଟଳି ପଡିଛି । ଅନେକ ପରିବାର ଏବେ ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ତହସିଲଦାର ଓ ବିଡ଼ିଓ ମାନଙ୍କ ମାଧ୍ୟମରେ କ୍ଷୟକ୍ଷତିର ଅଟକଳ କରାଯାଇ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.