କଳାହାଣ୍ଡି: ମହାମାରୀ କୋରୋନାରେ ସାରା ଦେଶ ତାଲା ବନ୍ଦ ଥିବାବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତାଠୁ ଆରମ୍ଭ କରି ଖଟିଖିଆ ଲୋକ । ଏହାରି ଭିତରେ ଲୋକଙ୍କ ମନରେ କୋରୋନା ସତର୍କତା ଓ ସଚେତନତା ସୃଷ୍ଟି କରିବା ନେଇ ଇଟିଭି ଭାରତ ଗଣମାଧ୍ୟମ ପୋର୍ଟାଲ ଏକ ମୁଖ୍ୟ ଭୁମିକା ଗ୍ରହଣ କରି କଳାହାଣ୍ଡିରେ ଥିବା କିଛି ଦିନ ମଜୁରିଆ, ଯାଯାବରଙ୍କ ସମ୍ପର୍କରେ ଖବର ପ୍ରସାରଣ କରିଥିଲା ।
କିଭଳି ଏମାନେ ଲକଡାଉନ ଜାରି ହେବା ଦିନଠୁ ଦିଓଳି ଦିମୁଠା ଖାଇବାକୁ ଡହଳ ବିକଳ ହେଉଛନ୍ତି । ଏନେଇ ଖବର ପ୍ରସାରଣ ହେବା ପରେ କିଛି ଯୁବ ସଙ୍ଗଠନ ଆଗେଇ ଆସି ଖାଦ୍ୟ, ରାସନ ସାମଗ୍ରୀ ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ଦେଖିବାକୁ ମିଳିଛି ।

ଲକଡାଉନ ପାଇଁ ସମସ୍ତେ ଘରେ ବନ୍ଦ ଥିବାବେଳେ ଏମାନଙ୍କ ମୁହଁରେ ଦାନା ଦେବାକୁ ଆଗେଇ ଆସିଛନ୍ତି କିଛି ଯୁବ ସଂଙ୍ଗଠନ। ପ୍ରଧାନମନ୍ତ୍ରୀ କୋରୋନା ଭାଇରସ ରୋକିବାକୁ ସାରାଦେଶରେ 21 ଦିନ ପାଇଁ ଜାରି ହୋଇଛି ଲକଡାଉନ । ମାତ୍ର ଲକଡାଉନ ଜାରିହେବା ଦିନଠୁ ସବୁଦିନ ଏମାନେ ପ୍ଲାଷ୍ଟିକ,ଲୁହା,କାଟୁନ ସଂଗ୍ରହ କରି କବାଡି ଗୋଦାମରେ ବିକ୍ରି କରି ଦିପଇସା ରୋଜଗାର କରିଥାନ୍ତି ।
ଏଥିରେ ଏମାନଙ୍କ ଚୁଲି ଜଳେ ଆଉ ପେଟ ପୁରେ । ଏସବୁ ଭିତରେ ବର୍ତ୍ତମାନ ରୋଜଗାର ନଥିବାରୁ ଦେଖାଦେଇଛି ଖାଦ୍ୟଭାବ । ଏହି ନିରାଶ୍ରୟ ମାନଙ୍କ ଭୋକିଲା ପେଟର କଷ୍ଟକୁ ଅନୁଭବ କରି ଉଭୟ ପ୍ରଶାସନ ଓ ଯୁବ ସଂଗଠନର ପଦକ୍ଷେପ ପରେ ହସୁଛି ଏବେ ଯାଯାବର ବସ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ