ETV Bharat / state

ଆମପାଣି ଘାଟିରୁ ଓଲଟିଲା ଟ୍ରକ: ତେଲେଙ୍ଗାନା ଡ୍ରାଇଭର ମୃତ

author img

By

Published : Jun 8, 2022, 9:56 PM IST

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଦୁର୍ଘଟଣା । ମାଲ ବୋଝେଇ ଟ୍ରକ ଓଲଟି ଡ୍ରାଇଭର ମୃତ । ମୃତକ ତେଲେଙ୍ଗାନାର ନାଲାଶ୍ରୀ ନିବାସ ରେଡ୍ଡୀ । ଅଧିକ ପଢ଼ନ୍ତୁ

ଆମପାଣି ଘାଟିରୁ ଓଲଟିଲା ଟ୍ରକ, ଡ୍ରାଇଭର ମୃତ
ଆମପାଣି ଘାଟିରୁ ଓଲଟିଲା ଟ୍ରକ, ଡ୍ରାଇଭର ମୃତ

ଭବାନୀପାଟଣା: ଆମପାଣି ଘାଟିରେ ପୁଣି ଦୁର୍ଘଟଣା । ମାଲ ବୋଝେଇ ଟ୍ରକ ଓଲଟି ଡ୍ରାଇଭର ମୃତ । ମୃତକ ତେଲେଙ୍ଗାନାର ନାଲାଶ୍ରୀ ନିବାସ ରେଡ୍ଡୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି ।

ଦିନକୁ ଦିନ ବଢ଼ିବାରେ ଲାଗିଛି କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଦୁର୍ଘଟଣା । ତେବେ ଆଜି(ବୁଧବାର) ଏଠାରେ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡ଼ିଥିବାବେଳେ ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଟ୍ରକଟି ବିଶାଖାପାଟଣାରୁ ରାୟପୁର ଯାଉଥିବାବେଳେ ଆମପାଣି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.